ଭୁବନେଶ୍ୱର ୦୯।୦୫ : ବିଜେପି ସରକାରକୁ କଂଗ୍ରେସର ଟାର୍ଗେଟ । ଶାନ୍ତିପୂର୍ଣ୍ଣ ଓଡ଼ିଶା ଏବେ ଅଶାନ୍ତ । ଏନସିଆରବି ରିପୋର୍ଟ ୨୦୨୪କୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଏବଂ ରଜନୀ ମହାନ୍ତି ପ୍ରେସମିଟ୍ କରି ସରକାରଙ୍କୁ ଘେରିଛନ୍ତି ।

ସେ କହିଛନ୍ତି ଯେ, ଓଡ଼ିଶାରେ ଦୁର୍ଭାଗ୍ୟ ଜନକ ସ୍ଥିତି ଦେଇ ଗତି କରୁଛି । ଏନସିଆରଵି ରିପୋର୍ଟ ଅନୁଯାଇ ରାଜ୍ୟରେ ଦିନକୁ ୭ ରୁ ୮ ନାରୀ ନିର୍ଯାତନା ଘଟଣା ଘଟୁଛି । ଏହାଶହ ୩ ଜଣଙ୍କ ମୃତ୍ୟୁ ମଧ୍ୟ ହେଉଛି । ଏହାବାଦ୍ ମଦ୍ୟପାନ କାରଣରୁ ପ୍ରତିଦିନ ୭ ରୁ ୮ ଜଣଙ୍କ ମୃତ୍ୟୁ ହେଉଛି । ନାବାଳିକ ଚାଳଣ ଏବଂ ନାରୀ ନିର୍ଯାତନାରେ ଓଡ଼ିଶା ଦେଶରେ ଏକ ନମ୍ବର ।

Also Read:-ରାଜଧାନୀର ରାଜରାସ୍ତାରେ ପୁଣି ହଣାକଟା, ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ

ବାଲିଅନ୍ତା ଏବଂ ବାଲିପାଟଣା ଥାନାରେ ସାଙ୍ଘାତିକ ଘଟଣା ଘଟିଛି । ଏଥିରୁ ଜଣାପଡୁଛି ଜନତାଙ୍କର ପୋଲିସ ପ୍ରତି ଭୟ ନାହିଁ । ପୋଲିସ ଆଜି ଡ଼ରିକି ଲୁଚିଯାଇଛନ୍ତି । ଅପରାଧୀ ଅପରାଧ କରୁଛନ୍ତି ପୋଲିସ ତାକୁ ଦେଖୁଛୁ । ଏହାଠାରୁ ଦୁର୍ଭାଗ୍ୟ କିଛି ନାହିଁ । ଶାନ୍ତିପୂର୍ଣ ରାଜ୍ୟ ଅଶାନ୍ତ ହୋଇଯାଇଛି । ଓଡ଼ିଶାରେ ପୋଲିସ ନାହିଁ | ପୋଲିସ କେବଳ ବିଜେପି ଦଳ ପାଇଁ କାମ କରୁଛି । ରାଜ୍ୟରେ ଯେଉଁଭଳି ଆଇନ ଶୃଙ୍ଖଳା ବିଗିଡି ଯାଇଛି ତେଣୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ।

Watch Video:-