ଭୁବନେଶ୍ୱର ୦୯।୦୫ : ବିଜେପି ସରକାରକୁ କଂଗ୍ରେସର ଟାର୍ଗେଟ । ଶାନ୍ତିପୂର୍ଣ୍ଣ ଓଡ଼ିଶା ଏବେ ଅଶାନ୍ତ । ଏନସିଆରବି ରିପୋର୍ଟ ୨୦୨୪କୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଏବଂ ରଜନୀ ମହାନ୍ତି ପ୍ରେସମିଟ୍ କରି ସରକାରଙ୍କୁ ଘେରିଛନ୍ତି ।

ସେ କହିଛନ୍ତି ଯେ, ଓଡ଼ିଶାରେ ଦୁର୍ଭାଗ୍ୟ ଜନକ ସ୍ଥିତି ଦେଇ ଗତି କରୁଛି  ଏନସିଆରଵି ରିପୋର୍ଟ ଅନୁଯାଇ ରାଜ୍ୟରେ ଦିନକୁ ୭ ରୁ ୮ ନାରୀ ନିର୍ଯାତନା ଘଟଣା ଘଟୁଛି  ଏହାଶହ ୩ ଜଣଙ୍କ ମୃତ୍ୟୁ ମଧ୍ୟ ହେଉଛି । ଏହାବାଦ୍ ମଦ୍ୟପାନ କାରଣରୁ ପ୍ରତିଦିନ ୭ ରୁ ୮ ଜଣଙ୍କ ମୃତ୍ୟୁ ହେଉଛି  ନାବାଳିକ ଚାଳଣ ଏବଂ ନାରୀ ନିର୍ଯାତନାରେ ଓଡ଼ିଶା ଦେଶରେ ଏକ ନମ୍ବର ।

Also Read:-ରାଜଧାନୀର ରାଜରାସ୍ତାରେ ପୁଣି ହଣାକଟା, ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ

ବାଲିଅନ୍ତା ଏବଂ ବାଲିପାଟଣା ଥାନାରେ ସାଙ୍ଘାତିକ ଘଟଣା ଘଟିଛି  ଏଥିରୁ ଜଣାପଡୁଛି ଜନତାଙ୍କର ପୋଲିସ ପ୍ରତି ଭୟ ନାହିଁ  ପୋଲିସ ଆଜି ଡ଼ରିକି ଲୁଚିଯାଇଛନ୍ତି  ଅପରାଧୀ ଅପରାଧ କରୁଛନ୍ତି ପୋଲିସ ତାକୁ ଦେଖୁଛୁ  ଏହାଠାରୁ ଦୁର୍ଭାଗ୍ୟ କିଛି ନାହିଁ  ଶାନ୍ତିପୂର୍ଣ ରାଜ୍ୟ ଅଶାନ୍ତ ହୋଇଯାଇଛି  ଓଡ଼ିଶାରେ ପୋଲିସ ନାହିଁ | ପୋଲିସ କେବଳ ବିଜେପି ଦଳ ପାଇଁ କାମ କରୁଛି  ରାଜ୍ୟରେ ଯେଉଁଭଳି ଆଇନ ଶୃଙ୍ଖଳା ବିଗିଡି ଯାଇଛି ତେଣୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ।

Watch Video:-