ନୂଆଦିଲ୍ଲୀ: ବିଜେପିର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନିତିନ ନବୀନ ସୋମବାର ଦିଲ୍ଲୀ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ନିତିନ ନବୀନଙ୍କୁ ଚୌକିରେ ବସାଇ ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ପାର୍ଟିର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତି ଥିଲେ ।
#WATCH | Delhi: Nitin Nabin, newly appointed working president of the BJP, takes charge at the party headquarters in Delhi, in the presence of Union Home Minister Amit Shah, BJP national president JP Nadda, and other party leaders pic.twitter.com/1bBAKqb0oC
— ANI (@ANI) December 15, 2025
ନିତିନ ନବୀନ ବର୍ତ୍ତମାନର ବିଜେପି ସଭାପତି ଜେପି ନଡ୍ଡାଙ୍କ ଉତ୍ତରାଧିକାରୀ ହେବା ସମ୍ଭାବନା ବହୁ ଅଧିକ ରହିଛି । ଯଦି ଏପରି ହୁଏ ତେବେ ସେ ପାର୍ଟିର ସବୁଠୁ ଯୁବ ଅଧ୍ୟକ୍ଷ ହେବେ । ନିତିନ ନବୀନ ବାଙ୍କିପୁର ବିଧାନସଭା ଆସନରୁ ଲଗାତାର ପାଞ୍ଚ ଥର ବିଧାୟକ ଅଛନ୍ତି । ୨୦୦୬ରେ ପ୍ରଥମ ଥର ବିଧାୟକ ହୋଇଥିଲେ । ୨୦୨୧ରେ ପ୍ରଥମ ଥର ନୀତୀଶ ସରକାରରେ ମନ୍ତ୍ରୀ ହୋଇଥିଲା ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନାଁ ଘୋଷଣା ହେବା ପରେ ନିତିନ ନବୀନ କହିଥିଲେ, "ମୁଁ କେନ୍ଦ୍ରୀୟ ନେତୃତ୍ୱ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ରୀୟ ନେତୃତ୍ୱର ସମସ୍ତଙ୍କୁ ଏହି ସୁଯୋଗ ଦେବା ପାଇଁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ନେତୃତ୍ୱକୁ ଆଗକୁ ବଜାୟ ରଖିବି । ଦଳ ମୋତେ ଯେଉଁ ଦାୟିତ୍ୱ ଦେଇଛି ତାହା ମୁଁ ପୂର୍ଣ୍ଣ ଭାବରେ ପାଳନ କରିବି ।"
ନିତିନ ନବୀନଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା
- ନୀତୀଶ ସରକାରରେ ମନ୍ତ୍ରୀ ଏବଂ ପାଞ୍ଚ ଥର ବିଧାୟକ
- ପାଟନାର ବାଙ୍କିପୁର ବିଧାନସଭା ଆସନରୁ ବିଧାୟକ
- ବିଜେପିର ଯୁବ ଏବଂ ଉର୍ଜାବାନ ନେତାମାନଙ୍କ ମଧ୍ୟରୁ ଜଣେ
- ସେ ମେ ୨୩,୧୯୮୦ ମସିହାରେ ଝାଡ଼ଖଣ୍ଡର ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ
- ପିତା ନବୀନ କିଶୋର ପ୍ରସାଦ ସିହ୍ନା ମଧ୍ୟ ବିଜେପିର ବରିଷ୍ଠ ନେତା ଥିଲେ
- କିଶୋର ପ୍ରସାଦ ଜେପି ଆନ୍ଦୋଳନ ସହିତ ଜଡିତ ଥିଲେ
- ପିତାଙ୍କ ମୃତ୍ୟୁ ପରେ, ନିତିନ ରାଜନୀତିରେ ପ୍ରବେଶ କରିଥିଲେ
- ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଥିଲେ
- ନିତିନ ୨୦୦୬ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ
- ବର୍ତ୍ତମାନ ସେ ବିହାର ସରକାରଙ୍କ ନଗର ବିକାଶ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ଅଛନ୍ତି
