ଟାଙ୍ଗୀ ୨୩।୫: ବିବାହକୁ ମାସେ ପୁରିନି, ଝୁଲିପଡିଲେ ନବବଧୂ । ୨୫ ଦିନ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ । ନବବଧୂଙ୍କ ପାଦରୁ ଅଳତା ଓ ହାତରୁ ମେହେନ୍ଦୀ ଏବଂ କାନ୍ଥରୁ ଲିଭିନାହିଁ ବିବାହ ଲେଖା, ହେଲେ ଏସବୁ ଲିଭିବା ପୂର୍ବରୁ ନବବଧୂଙ୍କର ଜୀବନ ଦୀପ ଲିଭିଯାଇଛି । ନବବଧୂଙ୍କୁ ତାଙ୍କ ଶାଶୁଘର ଲୋକେ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଫ୍ୟାନ୍‌ରେ ମୃତଦେହକୁ ଝୁଲାଇ ଦେଇଥିବା ମୃତ ନବବଧୂଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି । ଏଭଳି ଏକ ଦୁଃଖଦ ଖବର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ତରାପି ଗାଁରେ ଘଟିଛି ।

ଗତ ଏପ୍ରିଲ ୨୭ ତାରିଖରେ ତରାପି ଗ୍ରାମର ଗୁରୁଚରଣ ତାରାଇଙ୍କୁ  ବୈଦିକ ରୀତିରେ ନିକଟସ୍ଥ ପରବଳ ଗାଁର ପୂର୍ଣ୍ଣିମା ପ୍ରଧାନ ବିବାହ କରିଥିଲେ । ସବୁ ଠିକ୍ ଠାକ୍ ଥିଲା । ହେଲେ ନବବଧୂଙ୍କ ହଠାତ ଏଭଳି ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ନବବଧୂଙ୍କ ମୃତ୍ୟୁ ପଛରେ କିଛି-ନା-କିଛି ରହସ୍ୟ ଲୁଚି ରହିବା ପରି ମନେ ହେଉଛି । ମୃତା ନବବଧୂଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଟାଙ୍ଗୀ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Also Read:- ମୃତ୍ୟୁ ବି ଏମିତି ଆସେ... ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ଆତ୍ମହତ୍ୟା

ଏପଟେ ଅଭିଯୋଗକୁ ନେଇ ମୃତା ନବବଧୂ ପୂର୍ଣ୍ଣିମା ପ୍ରଧାନଙ୍କ ସ୍ୱାମୀ ଗୁରୁଚରଣ ତରାଇକୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ସଂପୃକ୍ତ ଥିବା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ସୂଚନା ଦେଇଛନ୍ତି ।