ମେଷ- କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ଆୟ ବୃଦ୍ଧିର ସୁଯୋଗ ରହିଛି। ପୁରୁଣା ଆର୍ଥିକ ସମସ୍ୟାର ସମାଧାନ ହେବ। ପାରିବାରିକ ସହଯୋଗ ମିଳିବ। ଦୂରଯାତ୍ରାରୁ ଲାଭ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ।

ବୃଷ- ଭାଗ୍ୟର ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ଓ ନୂତନ ସୁଯୋଗ ମିଳିପାରେ। ବ୍ୟବସାୟରେ ଲାଭ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ।

ମିଥୁନ- ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇପାରେ। କୌଣସି କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଅନ୍ୟମାନଙ୍କ କଥାରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ଧୈର୍ଯ୍ୟ ରଖନ୍ତୁ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ।

କର୍କଟ- ଆର୍ଥିକ ଦିଗରେ ଉନ୍ନତି ହେବ। ବ୍ୟବସାୟରେ ନୂତନ ଚୁକ୍ତି ହୋଇପାରେ। ବନ୍ଧୁ ଓ ସହଯୋଗୀଙ୍କଠାରୁ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ପୁରୁଣା ଅଟକିଥିବା କାମ ଆଗକୁ ବଢ଼ିବ। ସନ୍ତାନଙ୍କ ସଫଳତାରେ ଖୁସି ହେବେ।

ସିଂହ- କର୍ମକ୍ଷେତ୍ରରେ ପରିଶ୍ରମ ଅନୁସାରେ ଫଳ ମିଳିବ। ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂତନ ଦାୟିତ୍ୱ ମିଳିପାରେ। ସ୍ୱାସ୍ଥ୍ୟରେ ସାମାନ୍ୟ ଅବହେଳା କରନ୍ତୁ ନାହିଁ।

କନ୍ୟା- ଦିନଟି ଆନନ୍ଦଦାୟକ ରହିବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ଶୁଭ ଫଳ ମିଳିବ। ସନ୍ତାନଙ୍କ ପାଇଁ ଖୁସି ଖବର ପାଇପାରନ୍ତି। ପ୍ରେମ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ। ଆୟର ନୂତନ ମାର୍ଗ ଖୋଲିବ। ଅଟକିଥିବା ଧନ ଫେରିପାଇବାର ଆଶା ରହିଛି।

ତୁଳା- ପାରିବାରିକ ଜୀବନରେ କିଛି ଅଶାନ୍ତି ଦେଖାଦେଇପାରେ। ଘରୋଇ କାର୍ଯ୍ୟରେ ଅଧିକ ଖର୍ଚ୍ଚ ହେବ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ଧୈର୍ଯ୍ୟ ରଖି କାମ କରନ୍ତୁ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବିଛା- ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା କରିବେ। ବ୍ୟବସାୟରେ ଲାଭ ମିଳିବ। ଛୋଟ ଦୂରଯାତ୍ରାରୁ ଶୁଭ ଫଳ ମିଳିପାରେ। ସାମାଜିକ ସମ୍ମାନ ବୃଦ୍ଧି ପାଇବ।

ଧନୁ- ଧନଲାଭର ଯୋଗ ରହିଛି। ପରିବାରରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଅଚାନକ କିଛି ଖର୍ଚ୍ଚ ଆସିପାରେ। ବ୍ୟବସାୟରେ ନୂତନ ଗ୍ରାହକ ମିଳିବେ। ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ।

ମକର- ଚନ୍ଦ୍ର ନିଜ ରାଶିରେ ଅବସ୍ଥାନ କରୁଥିବାରୁ ମନୋବଳ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ନୂତନ ଯୋଜନାରୁ ଲାଭ ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ଜୀବନରେ ଖୁସି ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ।

କୁମ୍ଭ- ଖର୍ଚ୍ଚ ବୃଦ୍ଧି ଯୋଗୁଁ ଆର୍ଥିକ ଚିନ୍ତା ଦେଖାଦେଇପାରେ। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭ ଖବର ମିଳିପାରେ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଗୁପ୍ତ ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଶାରୀରିକ କ୍ଳାନ୍ତି ଅନୁଭବ କରିପାରନ୍ତି।

ମୀନ- ଆୟର ନୂତନ ସୁଯୋଗ ମିଳିବ। ବନ୍ଧୁମାନଙ୍କ ସହଯୋଗରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରି ଓ ବ୍ୟବସାୟରେ ଶୁଭ ଫଳ ମିଳିବ। ଉଚ୍ଚ ଆଶା ପୂରଣ ହେବାର ଯୋଗ ରହିଛି। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ନୂତନ ପରିଚୟରୁ ଭବିଷ୍ୟତରେ ଲାଭ ହୋଇପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682