ନୂଆଦିଲ୍ଲୀ: ଶୁକ୍ର ମହାଗ୍ରହ ୧୪ ନଭେମ୍ବର ଶୁକ୍ରବାର ସିଧାଚାଲିବା ଆରମ୍ଭ କରିଛନ୍ତି। ତେବେ ବିବାହ ମୁହୂର୍ତ୍ତ କେବଳ ଗୋଟିଏ ଗ୍ରହର ଚାଲ ରୁ ନିର୍ଦ୍ଦାରିତ ହୁଏନି। ଚାତୁର୍ମାସ, ଗୁରୁ-ଶୁକ୍ର ସ୍ଥିତି ଓ ପଞ୍ଚାଙ୍ଗର ଅନ୍ୟ ନିୟମରୁ ମଧ୍ୟ ଦେଖା ଯାଏ। ଘରେ ଯଦି ବିବାହର ପ୍ରସ୍ତୁତି ଚାଲିଥାଏ ତେବେ ନଭେମ୍ବର ମାସର ସବୁ ଶୁଭ ତାରିଖ ଉପରେ ନଜର ରହେ। ଏଥିରେ ଆଜି ଶୁକ୍ର ମାର୍ଗି ହେବା ଯୋଗୁ ପ୍ରଶ୍ନ ଉଠି ପାରେ ଯେ ବିବାହ ଲାଗି ଅପେକ୍ଷା ଏବେ ଅନ୍ତ ହେବ କି? ତେବେ ଉତ୍ତର ହେଉଛି କେବଳ ଶୁକ୍ର ମାର୍ଗି ହେଲେ ବିବାହର ଶୁଭ ମୁହୂର୍ତ୍ତ ଖୋଲି ଯାଏନା।

ପଞ୍ଚାଙ୍ଗ ଅନୁସାରେ ଶୁକ୍ର ଶନିବାର ୧୪ ନଭେମ୍ବର ଭୋର ୫ଟା ୫୭ ମିନିଟ୍ ରେ ମାର୍ଗି ହୋଇଛନ୍ତି। ସେ ଅକ୍ଟୋବର ୩ ତାରିଖରୁ ବକ୍ରି ହୋଇଥିଲେ। ଏଠାରେ ମାର୍ଗି ହେବାର ଅର୍ଥ ପୃଥିବୀରୁ ଦେଖିଲେ ଗ୍ରହ ରାଶି ଚକ୍ରରେ ପୁଣି ଥରେ ଆଗକୁ ବଢିବା ଦେଖା ଯାଆନ୍ତି। ବାସ୍ତବରେ ଗ୍ରହ ନିଜ କକ୍ଷରେ ଓଲଟା ଚାଲି ଫେରସ୍ତ ଆସନ୍ତିନି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବିବାହ ଭଳି ମାଙ୍ଗଳିକ କାମ ଚାତୁର୍ମାସ୍ୟରେ ସାଧାରଣତଃ କରାଯାଏନା। ମାନ୍ୟତା ରହିଛି ଭଗବାନ ବିଷ୍ଣୁ ଦେବସାୟନୀ ଏକାଦଶୀରୁ ଯୋଗନିଦ୍ରାରେ ରହନ୍ତି ଓ ଦେବୋତ୍ଥନୀ ଏକାଦଶୀରେ ନିଦ୍ରାରୁ ଉଠନ୍ତି। ପଞ୍ଚାଙ୍ଗ ଅନୁସାରେ ଏଥର ଦେବୋତ୍ଥନୀ ଏକାଦଶୀ ୨୦ ନଭେମ୍ବର ଶୁକ୍ରବାର ପଡିବ। ଏହି ଦିନକୁ ଚାତୁର୍ମାସ୍ୟାର ସମାପନ କୁହାଯାଏ। ଏଣୁ ନଭେମ୍ବର ୧୪କୁ ଶୁକ୍ର ମାର୍ଗି ହେବା ଓ ବିବାହର ପାରମ୍ପରିକ ଋତୁ ଆରମ୍ଭ ହେବାର ସୂଚନା ମନେ କରାଯାଇ ନପାରେ।

ବିବାହ ତାରିଖ ଦେଖିବା ସମୟରେ ଶୁକ୍ର ମାର୍ଗି ହେବା ଓ ଶୁକ୍ର ତାରା ଉଦୟ ହେବାର ଭ୍ରମ ହୋଇଥାଏ। ବକ୍ରି ଅଥବା ମାର୍ଗି ଗ୍ରହ ଦେଖାଯାଉଥିବା ଗତି ସହ ଜଡିତ। ବିବାହ ମୁହୂର୍ତ୍ତର ପରମ୍ପରାଗତ ଗଣନାରେ ଗୁରୁ ଓ ଶୁକ୍ର ଅସ୍ତ ସ୍ଥିତିର ବିଚାର କରାଯାଏ। ଏଣୁ ଏବେ ଶୁକ୍ରମାର୍ଗି ହୋଇଥିବାରୁ ବିବାହରେ ଥିବା ବାଧା ଦୂର ହୋଇଥିବା କୁହାଯାଇ ପାରିବନି। ଦେବଉତ୍ଥନୀ ସହ ବିବାହ ଋତୁ ଯୋଡି ହୋଇଥିବାର ଅର୍ଥ ନୁହେଁ ସେଦିନ ସବୁ ସ୍ଥାନରେ ସବୁ ମୁହୂର୍ତ୍ତରେ ବିବାହ ପାଇଁ ଶୁଭ ଯୋଗ ମିଳିବ। ତାରିଖ ବାଛିବା ସମୟରେ ତିଥି, ନକ୍ଷତ୍ର, ଲଗ୍ନ ଓ ଅନ୍ୟ ଦୋଷ ଦେଖା ଯାଏ। ଏଣୁ ଯେଉଁ ସବୁ ପରିବାର ବିବାହକୁ ଅପେକ୍ଷା କରିଛନ୍ତି ଶୁକ୍ର ମାର୍ଗି ହେବା ଦେଖି ବିବାହ ତାରିଖ ପକ୍କା କରନ୍ତୁନି। ଆପଣଙ୍କ ସହରର ପ୍ରସ୍ତାବିତ ବିବାହ ମୁହୂର୍ତ୍ତ ଯାଞ୍ଚ କରନ୍ତୁ।