ପଟ୍ଟାମୁଣ୍ଡାଇ ୦୬।୦୮ : କାହାକୁ କିଛି କହିବୁନି, ଯଦି କାହାକୁ କହିବୁ କିମ୍ବା ଥାନାରେ ଜଣାଇବୁ। ତେବେ ଖଣ୍ଡ ଖଣ୍ଡ କରି ତତେ ହାଣି ନଦୀରେ ଭସାଇଦେବୁ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମଦନପୁର କଲେଜ ଛାତ୍ରଙ୍କୁ ମାଡ଼ ଘଟଣାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ତାହା ପୁଣି ଆଉ କେହି ନୁହେଁ, ଖୋଦ ଛାତ୍ର ଜଣଙ୍କ ପୋଲିସ ସାମ୍ନାରେ କହିଛନ୍ତି ।  

ଖବର ଅନୁଯାୟୀ, ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଭାଇଗିରି ଦେଖାଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଭିଡ଼ିଓରେ ପଟ୍ଟାମୁଣ୍ଡାଇ ମଦନପୁର କଲେଜର ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଭାବେ କିଛି ଯୁବକ ନିସ୍ତୁକ ମାଡ ମାରିଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦିଆଯାଇଥିଲା । ଯାହାପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଅଭିଯୋଗ ପରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ଜେରା କରୁଛି ।

Also Read:-Lock Upp 2 : ରିଆଲିଟି ଶୋ’ ‘ଲକ୍‌ଅପ୍’ ସିଜିନ-୨ ଜିତିଲେ ଶ୍ରେୟା କାଲରା, ଟ୍ରଫି ସହ ହାତେଇଲେ ୧ କୋଟି ଟଙ୍କା

ତେବେ ଅଭିଯୋଗ ମୁତାବିକ ରାଜନଗର ପଶ୍ଚିମଭେଡ଼ା ଗାଁର ଡଲି ମଲିକଙ୍କ ପୁଅ ମଦନପୁର କଲେଜରେ ପାଠ ପଢନ୍ତି । ଗତ ୩ ତାରିଖ ଦିନ କିଛି ଦୁର୍ବୃତ୍ତ ତାଙ୍କ ଆକ୍ରମଣ କରିବା ସହ ଅପହରଣ କରିନେଇଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲା । ଦୀର୍ଘ ୩ ଦିନ ପରେ ନିଖୋଜ ଯୁବକଙ୍କୁ  ଖଣ୍ଡେଇପଡ଼ାରୁ ଉଦ୍ଧାର କରିଥିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ । ଥାନାରେ ନେଇ ଯୁବକଙ୍କ ବୟାନ ରେକର୍ଡ କରିଛି ପୋଲିସ ।