ମୁମ୍ଵାଇ ୦୬।୦୮; ବିବାଦୀୟ ରିଆଲିଟି ଶୋ 'ଲକ୍ ଅପ୍' ସିଜିନ୍ ୨ । ହାଇ-ଭୋଲଟେଜ୍ ଡ୍ରାମା ପରେ ଶେଷରେ ତାର ବିଜେତା ପାଇଲା। ସିଜିନ୍ ସାରା ଦର୍ଶକ ଅନେକ ଭାବପ୍ରବଣ ମୁହୂର୍ତ୍ତ ଏବଂ କଷ୍ଟକର ଟାକ୍ସ ଦେଖିଥିଲେ, କିନ୍ତୁ ଶେଷରେ ବିଜୟୀ ହୋଇଥିବା ପ୍ରତିଯୋଗୀ ହେଉଛନ୍ତି ଶ୍ରେୟା କାଲରା। ସେ ୧ କୋଟି ପୁରସ୍କାର ରାଶି ଜିତିଛନ୍ତି। ଶ୍ରେୟା ଫାଇନାଲରେ ଅନେକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସିଜିନର ଟ୍ରଫି ଜିତିଥିଲେ। ତାଙ୍କର ଚମତ୍କାର ବିଜୟ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦର ଲହରୀ ସୃଷ୍ଟି କରିଛି। ଏହି ସମୟରେ, ଶିବାଙ୍ଗୀ ଜୋଶୀ ରନର୍ସ-ଅପ୍ ହୋଇଥିଲେ। ଚୂଡ଼ାନ୍ତ ଭୋଟ ଗଣତିରେ, ଶ୍ରେୟାଙ୍କ ଠାରୁ ୭ ଭୋଟ ବ୍ୟବଧାନରେ ହାରିଲେ ଶିବାଙ୍ଗୀ।

ଶ୍ରେୟାଙ୍କ ରୋମାଞ୍ଚକର ଯାତ୍ରା

ଦର୍ଶକମାନେ ଏହି ସିଜିନରେ ପ୍ରତିଦିନ ନୂଆ ନୂଆ ଡ୍ରାମା ଦେଖିଥିଲେ। ଜେଲରଙ୍କ କଠୋର ନିୟମ ମଧ୍ୟରେ, ପ୍ରତିଯୋଗୀଙ୍କ ଭାବପ୍ରବଣ ଦିଗଗୁଡ଼ିକ ପ୍ରକାଶିତ ହୋଇଥିଲା, ଏବଂ ରଣନୈତିକ ଖେଳ ପ୍ରଘଟ ହୋଇଥିଲା। ବାରମ୍ବାର ହାଇଭୋଲଟେଜ ଡ୍ରାମା ମଧ୍ୟ ହେଉଥିଲା। କଠିନ କାର୍ଯ୍ୟ ଏବଂ ମାନସିକ ଚାପକୁ ପାଳି, ଶ୍ରେୟା କାଲରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କର ପ୍ରାଧାନ୍ୟ ବଜାୟ ରଖିଥିଲେ। ଯାହା ଏହି ବିଜୟରେ ପରିଣତ ହୋଇଥିଲା।

ଶ୍ରେୟା କାଲରା କିଏ ?

ଶ୍ରେୟା କାଲରା ଜଣେ କଣ୍ଟେଣ୍ଟ କ୍ରିଏଟର, ଅଭିନେତ୍ରୀ, ପୋଡକାଷ୍ଟର ଏବଂ ରିଆଲିଟି ଟିଭି ପର୍ସନାଲିଟି। ଯିଏ ମଧ୍ୟପ୍ରଦେଶର ଇନ୍ଦୋରରୁ ଆସିଛନ୍ତି। ସେ ଇନ୍ଦୋରରେ ତାଙ୍କର ସ୍କୁଲିଂ ସମାପ୍ତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ MBA କରିଥିଲେ। ଜଣେ କଣ୍ଟେଣ୍ଟ କ୍ରିଏଟର ଭାବରେ ତାଙ୍କର ଯାତ୍ରା ୨୦୧୮ ରେ TikTok ରେ ଆରମ୍ଭ ହୋଇଥିଲା। ଯେଉଁଠାରେ ସେ ଡ୍ୟାନ୍ସ, ଫ୍ୟାଶନ୍ ଏବଂ ଲିପ୍-ସିଙ୍କ୍ ଭିଡିଓ ପୋଷ୍ଟ କରିଥିଲେ। ୨୦୨୦ ମସିହାରେ ଭାରତରେ TikTok ଉପରେ ପ୍ରତିବନ୍ଧକ ଲାଗିବା ପରେ, ସେ ତାଙ୍କର ଧ୍ୟାନ Instagram ଏବଂ YouTube ଉପରେ କେନ୍ଦ୍ରିତ କରିଥିଲେ। ଲାଇଫ୍ ଷ୍ଟାଇଲ, ଏଣ୍ଟରଟେନମେଣ୍ଟ ଏବଂ କ୍ରିଏଟରପଫୋକ୍ସଡ-କଣ୍ଟେଣ୍ଟ ମାଧ୍ୟମରେ ତାଙ୍କର ଅଡିଆନ୍ସ ବଢାଇଥିଲେ।

ତାଙ୍କର ଅନଲାଇନ୍ ଉପସ୍ଥିତି ବଢ଼ିବା ସହିତ, ଶ୍ରେୟା ରିଆଲିଟି ଟିଭି ଜଗତରେ ପ୍ରବେଶ କରିଥିଲେ। ୨୦୨୦ ମସିହାରେ, ସେ MTV Roadies Revolution ରେ ୱାଇଲ୍ଡକାର୍ଡ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ। ନିଖିଲ ଚିନାପାଙ୍କ ଗ୍ୟାଙ୍ଗର ଅଂଶ ହୋଇଥିଲେ। ହେଲେ ଶୋ’ରେ ତାଙ୍କର କାର୍ଯ୍ୟକାଳ ଛୋଟ ଥିଲା, ତାଙ୍କର ସାହସିକ ବ୍ୟକ୍ତିତ୍ୱ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ପ୍ରଦାନ କରିଥିଲା। ପରବର୍ତ୍ତୀ ସମୟରେ ସେ ଡିଜିଟାଲ୍ ରିଆଲିଟି ଶୋ’ ହୋଷ୍ଟ କରି, ନିଜର ପୋଡକାଷ୍ଟ ଲଞ୍ଚ କରି ତାଙ୍କର କ୍ୟାରିଅରକୁ ଆଗକୁ ବଢାଇଥିଲେ।

ଲକ୍ ଅପ୍ ସିଜନ୍ ୨

ଲକ୍ ଅପ୍ ସିଜନ୍ ୨ର ଗ୍ରାଣ୍ଡ ଫିନାଲେରେ ଟପ୍ ପାଇଭ୍ ପ୍ରତିଯୋଗୀ ଥିଲେ। ଶ୍ରେୟା କାଲରା, ଶିବାଙ୍ଗୀ ଜୋଶୀ, ରାମ କପୁର, ଯୋଗେଶ ରାୱତ ଏବଂ ଶିଳ୍ପା ସିନ୍ଦେ। ଫାରାହ ଖାନ ଏବଂ ରିତେଶ ଦେଶମୁଖଙ୍କ ଦ୍ୱାରା ହୋଷ୍ଟ କରାଯାଇଥିବା ଏହି ସିଜିନ୍ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।