ନୂଆଦିଲ୍ଲୀ: ଏଣିକି ସାବୁନ, ସାମ୍ପୁ, ଟୁଥପେଷ୍ଟ କିମ୍ବା କସମେଟିକ୍ସ କିଣିବା ବେଳେ ପ୍ୟାକେଟ୍‌ରେ ଏକ ନୂଆ ଚିହ୍ନ ଦେଖିବାକୁ ମିଳିବ। ଆଉ ଏହି ଚିହ୍ନ ଆପଣଙ୍କୁ ବତାଇବ କେଉଁଟା ଭେଜ୍ ଆଉ କେଉଁଟା ନନଭେଜ୍। ମାନେ ଆମିଷ ଓ ନିରାମିଷ କେଉଁଟା। ଆମିଷ ପାଇଁ ଗୋଟିଏ ଅଲଗା ରଙ୍ଗର ଚିହ୍ନ ଓ ନିରାମିଷ ସହ ଜଡ଼ିତ ପ୍ରଡକ୍ଟ ପାଇଁ ଆଉ ଗୋଟିଏ ରଙ୍ଗର ଚିହ୍ନ। ବ୍ୟକ୍ତିଗତ ବ୍ୟବହାର ସାମଗ୍ରୀ କିଣିବା ବେଳେ ଗ୍ରାହକଙ୍କୁ ଏହି ଚିହ୍ନ ମାଧ୍ୟମରେ ତଥ୍ୟ ମିଳିବ। କେନ୍ଦ୍ର ସରକାର ନୂଆ ପ୍ୟାକେଜିଂ ନିୟମରେ କେତେଗୁଡିଏ ପରିବର୍ତ୍ତନ କରିଛନ୍ତି, ଯାହା ଜାଣିବା ଗ୍ରାହକଙ୍କ ପାଇଁ ଜରୁରୀ।

ସାବୁନ, ସାମ୍ପୁ, ଟୁଥପେଷ୍ଟ, କସ୍ମେଟିକ୍ସ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ବ୍ୟବହାର(ସୌଚ ସାମଗ୍ରୀ) ସାମଗ୍ରୀକୁ ବିଷୟରେ ଗ୍ରାହକଙ୍କୁ ସ୍ପଷ୍ଟ ସୂଚନା ଦେବାକୁ ଏହି ନୂଆ ପ୍ୟାକେଜିଂ ନିୟମ କରାଯାଇଛି। ଉପଭୋକ୍ତା ବିଭାଗ ପକ୍ଷରୁ ଜାରି ହୋଇଥିବା Legal Metrology (Packaged Commodities) Fourth Amendment Rules, 2026 ଅନୁସାରେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ ।

ସଂଶୋଧିତ ନିୟମରେ Rule 6ରେ ନୂଆ କ୍ଲଜ୍ 6(4A)(d) ଯୋଡ଼ାଯାଇଛି । ଏହା ଅନୁସାରେ ପ୍ୟାକେଟ୍‌ର Principal Display Panel, ଅର୍ଥାତ୍ ଯେଉଁ ମୁଖ୍ୟ ଅଂଶରେ ଆବଶ୍ୟକୀୟ ସୂଚନା ଦିଆଯାଏ, ତାହାର ଉପର ଭାଗରେ ଏହି ରଙ୍ଗୀନ ଡଟ୍ ରହିବ । ନିରାମିଷ ସାମଗ୍ରୀରୁ ତିଆରି ଉତ୍ପାଦ ପାଇଁ ସବୁଜ ରଙ୍ଗର ଡଟ୍ ଚିହ୍ନ ଓ ଆମିଷ ସାମଗ୍ରୀରୁ ତିଆରି ଉତ୍ପାଦ ପାଇଁ ଲାଲ କିମ୍ବା ବାଦାମୀ ରଙ୍ଗର ଡଟ୍ ଚିହ୍ନ ଦିଆଯିବ।

Also Read- ନିଜ ନାଁର ସିମ୍ ଅନ୍ୟକୁ ଦେଲେ ଫସିବେ! ଜରିମାନା ସହ ଜେଲ୍ ଯିବେ

ସେପ୍ଟେମ୍ବର ୨୧, ୨୦୨୬ରେ ଗେଜେଟ୍‌ରେ ଏହି ସଂଶୋଧନ ପ୍ରକାଶ ପାଇଛି। ନୋଟିଫିକେସନ୍ ଅନୁସାରେ, ଅଫିସିଆଲ୍ ଗେଜେଟରେ ପ୍ରକାଶ ତାରିଖରୁ ହିଁ ଏହି ନିୟମ ଲାଗୁ ହୋଇଛି। ଏହି ପରିବର୍ତ୍ତନ ଆଇନଗତ ମାପବିଜ୍ଞାନ ଅଧିନିୟମ, ୨୦୦୯ ଅଧୀନରେ କରାଯାଇଛି। ଗ୍ରାହକଙ୍କୁ ଉତ୍ପାଦର ଉତ୍ସ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବା ଦିଗରେ ଏହା ଏକ ନୂଆ ପ୍ୟାକେଜିଂ ବ୍ୟବସ୍ଥା।