ନୂଆଦିଲ୍ଲୀ, ୨୩/୦୯ : ଟି୨୦ ବିଶ୍ୱ ଚାମ୍ପିଅନ୍ ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା ହୋଇଛି । ଦଳ ୧୬ ଜଣିଆ ସଦସ୍ୟଙ୍କୁ ଟିମରେ ସାମିଲ କରିଛି । ଦଳର ନେତୃତ୍ୱ ମିଚେଲ୍ ସାଣ୍ଟନର ନେବେ । ଟିମରେ ୭ ଜଣ ଦ୍ରୁତ ବୋଲରଙ୍କୁ ଜାଗା ମିଳିଛି । ସେହିପରି ଆହତ ଜନିତ ସମସ୍ୟାରୁ ମୁକୁଳିଥିବା ଆଡାମ୍ ମିଲନେଙ୍କୁ ସୁଯୋଗ ଦିଆଯାଇଛି ।

Also Read :- ୭ ଦିନରେ ଖୋଲିବ ହର୍ମୋଜ୍ ! ଆମେରିକା-ଇରାନ ମଧ୍ୟରେ ସରିଲା ଜରୁରୀ ବୈଠକ

ଭାରତ ବିପକ୍ଷରେ ଅକ୍ଟୋବର ୨୨ ତାରିଖରୁ ଟି୨୦ ସିରିଜ୍ ଆରମ୍ଭ ହେବ । ୧୧ ଦିନ ଧରି ଚାଟୋରି ସହରରେ ୫ଟି ମ୍ୟାଚ୍ ଖେଳାଯିବ । ଚଳିତ ବର୍ଷ ଟି୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଦଳ ରନର୍ସ ଅପ୍ ରହିଥିଲା । ଏଥର ଘୋଷଣା ହୋଇଥିବା ଟିମରେ ୧୩ ଜଣ ଟି୨୦ ବିଶ୍ୱକପ୍ ଖେଳିଥିବା ପ୍ଲେୟାର ରହିଛନ୍ତି ।

୩୪ ବର୍ଷୀୟ ଆଡାମ୍ ମିଲନେ ନ୍ୟୁଜିଲାଣ୍ଡ ପାଇଁ ୫୬ଟି ଟି୨୦ ଖେଳିଛନ୍ତି । ସେହିପରି ଲକି ପର୍ଗୁସନ, ମ୍ୟାଟ୍ ହେନରୀ, କାଇଲ ଜାମିସନ୍ ଏବଂ ଜ୍ୟାକବ୍ ଡଫିଙ୍କୁ ସ୍ଥାନ ମିଳିଛି । ଅନ୍ୟ ଦିଗରେ ରଚୀନ ରବିନ୍ଦ୍ରଙ୍କୁ ଟି୨୦ ସିରିଜରୁ ବାଦ୍ ଦିଆଯାଇଛି । ଗତ ସପ୍ତାହରେ ଏକ ପ୍ରମୋ ଶୁଟ୍ ବେଳେ ସେ ଆହତ ହୋଇଥିଲେ । ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି ।

ଟି୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଫିନ୍ ଆଲନ୍ ଏବଂ ଟିମ୍ ସିଫର୍ଟଙ୍କ ଯୋଡିକୁ ପଡିଆରେ ଦେଖିବାକୁ ମିଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିରେ ଫିନ୍ ୩୩ ବଲରୁ ଶତକ ଲଗାଇଥିଲେ । ସିଫର୍ଟ ମଧ୍ୟ ୫୮ ରନ୍ କରିତିଲେ ।

ନ୍ୟୁଜିଲାଣ୍ଡ ଦଳ

ଫିନ୍ ଏଲନ୍, ମ୍ଯାଟ୍ ହେନରୀ, ଗ୍ଲେନ୍ ଫିଲିପ୍ସ, ଜ୍ୟାକ୍ ଫାଉଲକସ, ମାଇକେଲ୍ ବ୍ରେସଓ୍ୱେଲ, ଆଡାମ୍ ମିଲନେ, ମିଚେଲ ସାଣ୍ଟନର, ବିଭାନ୍ ଜ୍ୟାକ୍ସ, ଜ୍ୟାକବ୍ ଡଫି, ଡାରିନ୍ ମିଚେଲ, ଟିମ୍ ସିଫାର୍ଟ, ମାର୍କ ଚ୍ୟାମ୍ପମ୍ୟାନ୍, କାଇଲ ଜାମିସନ, ଡିଭୋନ୍ କନଓ୍ୱେ, ନାଥାନ୍ ସ୍ମିଥ୍ ଏବଂ ଲକି ପର୍ଗୁସନ