ନୂଆଦିଲ୍ଲୀ, ୨୩/୦୯ : ଆମେରିକାରେ ଘରୋଇ ଟିଭି ଟିଭି ଚ୍ୟାନେଲ୍ ଏବଂ ଟ୍ରମ୍ପ୍ ପ୍ରଶାସନ ମଧ୍ୟରେ ବିବାଦ ଉପୁଜିଛି। ଏହାକୁ କେନ୍ଦ୍ରକରି ପ୍ରମୁଖ ଚ୍ୟାନେଲ୍ ଗୁଡ଼ିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସିଧାପ୍ରସାରଣ ରୋକିଦେଇଛନ୍ତି। ସିଏନଏନ୍, ଏସଏସ୍ ନାଓ ଏବଂ ପଲିଟିକୋର ସାମ୍ବାଦିକଙ୍କ ଉପରେ ବ୍ୟାନ୍ ଲଗାଯିବା ପରେ ଏହି ବିବାଦ ଉପୁଜିଛି।

ଫକ୍ସ ନ୍ୟୁଜର ଓ୍ବାଶିଂଟନ ବ୍ୟୁରୋ କହିଛନ୍ତି, ଏଣିକି ରାଷ୍ଟ୍ରପତିଙ୍କ ମୁଖ୍ୟ ବ୍ରାୟନ୍ ବଟନ କାର୍ଯ୍ୟକ୍ରମର ଭିଡି ଭିଡିଓ ପ୍ରସାରଣ କରାଯିବ ନାହିଁ। ତେବେ ଏହାର ଜବାବରେ ହ୍ବାଇଟ୍ ହାଉସ୍ ନିଜର ଅନଲାଇନ୍ ଭିଡି ଭିଡିଓ ବ୍ୟବସ୍ଥା ଆରମ୍ଭ କରିଦେଇଛି। ‘ଟ୍ରମ୍ପ୍ ଟିଭି’ ନାମରେ ନାମରେ ଏହି ଭିଡିଓ ପ୍ରସାରଣ ସେବା ଆରମ୍ଭ ହୋଇଛି। ଏଥିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପୁରୁଣା ଭିଡିଓ, ସରକାରଙ୍କ ଘୋଷଣା ଏବଂ ତାଜା ସୂଚନା ପ୍ରସାରଣ କରାଯିବ। ଲୋକମାନେ ହ୍ବାଇଟ୍ ହାଉସ୍ର ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ନିଜ ଫୋନ ଏବଂ ଅନ୍ୟ ଡିଭାଇସରେ ଦେଖିପାରିବେ ।

Also Read :- ନ୍ୟୁୟର୍କରେ ଶେହବାଜ ସରିଫ ହଟହଟ୍ଟା : ରାସ୍ତାରେ ବିରୋଧ କଲେ ପାକିସ୍ତାନୀ, ଡାକିଲେ 'ଚୋର ଚୋର'

ଇତିମଧ୍ୟରେ ହ୍ବାଇଟ୍ ହାଉସରେ ମଙ୍ଗଳବାର ନୂଆ ହେଲିପ୍ୟାଡ୍ ଉଦ୍ଘାଟନ ହୋଇଥିଲା। ଏହି କାର୍ଯ୍ୟକ୍ରମର ଭିଡିଓ ମଧ୍ୟ ହ୍ଵାଇଟ୍ ହାଉସ୍ ନିଜେ ‘ଟ୍ରମ୍ପ୍ ଟିଭି'ରେ ଜାରି କରିଛି। ଏଭଳି କାର୍ଯ୍ୟକ୍ରମକୁ ସାଧାରଣତଃ ଟିଭି ନେଟୱର୍କଗୁଡ଼ିକ ନିଜ ଚ୍ୟାନେଲ୍ରେ ଦେଖାଇଥାନ୍ତି। କିନ୍ତୁ ଏଥର ମିଳିତ ପ୍ରସାରଣ ରୋକି ଦିଆଯାଇଛି। ସଦ୍ୟ କାର୍ଯ୍ୟକ୍ରମରେ ଟିଭି ନେଟଓ୍ୱର୍କଗୁଡ଼ିକର କ୍ୟାମେରା କିମ୍ବା ମାଇକ୍ରୋଫୋନ ନଥିଲା। ଫଳରେ ଟ୍ରମ୍ପଙ୍କ ସ୍ବର ସ୍ପଷ୍ଟ ଶୁଣାଯାଇ ନ ଥିଲା। ଅନ୍ୟ ଶବ୍ଦଗୁଡ଼ିକ ଯୋଗୁ ବି ଅସୁବିଧା ହୋଇଥିଲା।

ହ୍ବାଇଟ୍ ହାଉସ୍ ଅନୁସାରେ ୱେବସାଇଟ, ୟୁଟ୍ୟୁବ୍, ମୋବାଇଲ ଆପ୍ଲିକେସନ ଏବଂ ସ୍ମାର୍ଟ ଟିଭିରେ ‘ଟ୍ରମ୍ପ୍ ଟିଭି’ ଦେଖାଯାଇ ପାରିବ। ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟରରେ ୱେବସାଇଟ ଜରିଆରେ ଏହାକୁ ଦେଖିହେବ। ହ୍ଵାଇଟ୍ ହାଉସର ସରକାରୀ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ‘ହ୍ଵାଇଟ୍ ହାଉସ୍’ ଆପ୍ ଡାଉନ୍ଲୋଡ୍ କରି ବି ଏହାକୁ ଦେଖାଯାଇ ପାରିବ ।