ଆଠଗଡ଼ ୨୫।୧୧: ମହାପ୍ରଭୁ ଧବଳେଶ୍ଵରଙ୍କ ପାଖରେ ଲାଗିହୋଇଛି ଗଜଭୋଗ । ହରି ହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ମହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଏବଂ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ପାଳିଆ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ଗଜଭୋଗ ଏବଂ ତରଣ ବାବାଙ୍କ ପାଖରେ ଲାଗି ହେବା ପରେ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କୁ ବିତରଣ କରାଯାଇଛି ।

ଗଜଭୋଗ ପାଇଁ ସେବାୟତ ପରିବାର ପକ୍ଷରୁ ମାସେ ଧରି ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଜାତିଆ ଧାନର ଚାଉଳ ସଂଗ୍ରହ ଠାରୁ ଆରମ୍ଭ କରି ଗଜମଣ୍ଡାର ପୁର ପାଇଁ ଆବଶ୍ୟକ ମୁଗ, ଗୁଡ଼, ନଡ଼ିଆ,କର୍ପୁର ଆଦି ଶୁଦ୍ଧପୂତ ଭାବରେ ରଖାଯାଇଥାଏ। ଚୁନା କୁଟିବା ଠାରୁ ଆରମ୍ଭ କରି ଗଜଭୋଗ ଓ ତରଣ ଲାଗି ହେବା ପର୍ଯ୍ୟନ୍ତ ସେବାୟତ ପରିବାର ନିଷ୍ଠାର ସହିତ ସମସ୍ତ କାର୍ଯ୍ୟ କରିଥାନ୍ତି। ବାବା ଧବଳେଶ୍ବର ହରିହର ବେଶ ଦର୍ଶନ ପାଇଁ ଧବଳେଶ୍ବର ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

Watch Video:-