ନୂଆଦିଲ୍ଲୀ: ନେପାଳରେ ସରକାର ଗଠନ ହେବାର ମାତ୍ର ୨୬ ଦିନ ପରେ ଗୃହମନ୍ତ୍ରୀ ସୁଦାନ ଗୁରୁଙ୍ଗ ଇସ୍ତଫା ଦେଇଛନ୍ତି। ଏହାକୁ ବାଲେନ ଶାହ ସରକାରଙ୍କ ପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି। ଗୁରୁଙ୍ଗ ନିଜର ଇସ୍ତଫା ଘୋଷଣା କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି। ସେ କହିଛନ୍ତି, ଜନହିତକର ସ୍ଵାର୍ଥକୁ ଦେଖି ପଦରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖନୀୟ ତାଙ୍କ ବିରୋଧରେ ମନି ଲଣ୍ଡ୍ରିଂର ଅଭିଯୋଗ ହୋଇଛି।

ସେ କହିଛନ୍ତି ତଦନ୍ତ ପରେ ମୁଁ ମୋର ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବି। ସୁଦାନଙ୍କୁ ବାଲେନ ଶାହଙ୍କ ଘନିଷ୍ଟ ବୋଲି କୁହାଯାଏ। ୨୦୨୫ ସେପ୍ଟେମ୍ବରରେ କେପି ଓଲି ସରକାରଙ୍କ ବିରୋଧରେ ହୋଇଥିବା ପ୍ରତିବାଦରେ ଗୁରୁଙ୍ଗ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Also Read: ଟ୍ରମ୍ପ କାହିଁକି ଯୁଦ୍ଧବିରତି ଅବଧି ବଢାଉଛନ୍ତି, କ’ଣ କହୁଛି ପ୍ରତିରକ୍ଷା ବିଶେଷଜ୍ଞଙ୍କ ଆକଳନ ?

ନେପାଳୀ ଖବରକାଗଜ ଇ-କାନ୍ତିପୁର ଅନୁଯାୟୀ, ଗୁରୁଙ୍ଗଙ୍କ ନାମ ବିବାଦୀୟ ନେପାଳୀ ବ୍ୟବସାୟୀ ଦୀପକ ଭଟ୍ଟଙ୍କ ସହ ଯୋଡ଼ା ଯାଇଛି। ଫଳରେ ଦୁର୍ନୀତିରେ ତାଙ୍କ ସମ୍ପୃକ୍ତି ଉପରେ ପ୍ରଶ୍ନ ଉଠିଛି। ଭଟ୍ଟଙ୍କ ବିରୋଧରେ ବର୍ତ୍ତମାନ ମନି ଲଣ୍ଡରିଂ ତଦନ୍ତ ଚାଲିଛି।

ନେପାଳରେ ପରିବର୍ତ୍ତନ ନାମରେ ଦଳ କ୍ଷମତାକୁ ଆସିବା ପରେ, ଦଳ ଭିତରେ ମଧ୍ୟ ଗୁରୁଙ୍ଗଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ବଢି ଚାଲିଥିଲା। ବିବାଦ ଦିନକୁ ଦିନ ବଢିବା ଦେଖି ଗୁରୁଙ୍ଗ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସେ କୌଣସି ପଦବୀରେ ରହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Also Read: ଟ୍ରମ୍ପଙ୍କ ବଡ଼ ଦାବି- ସେନା ଓ ପୋଲିସକୁ ଦେବାକୁ ନାହିଁ ଦରମା

ଓଲି ଏବଂ ଲେଖକ ଗିରଫ

ଗୃହମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଗୁରୁଙ୍ଗ ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଗିରଫ କରିଥିଲେ। ଉଭୟଙ୍କ ବିରୁଦ୍ଧରେ ୨୦୨୫ ସେପ୍ଟେମ୍ବରରେ ଛାତ୍ର ଆନ୍ଦୋଳନକୁ ଦମନ କରିବାର ଅଭିଯୋଗ ଆସିଥିଲା। ଉଭୟଙ୍କ ଗିରଫଦାରୀ ନେପାଳର ରାଜନୈତିକ ଦୃଶ୍ୟପଟ୍ଟରେ ବହୁତ ଘଟଣା ଥିଲା। ସୁଦାନ ଗୁରୁଙ୍ଗଙ୍କୁ ବାଲେନ ଶାହ ଏବଂ ରବି ଲାମିକ୍ଷଣଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବରେ ବିବେଚନା କରାଯାଏ। ତଥାପି ଗୁରୁଙ୍ଗଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।