ନୋଏଡା, ୨୧/୦୯:ନିର୍ବାଚନ ଲଢିବେ କି ଭାରତୀୟ ଦଳର ଷ୍ଟାର୍ ବୋଲର ମହମ୍ମଦ ଶାମି । ରାଜନୈତିକ ଦଳରେ ଯୋଗ ଦେବେ କି । ଏବେ ଏମିତି ପ୍ରଶ୍ନକୁ ନେଇ ସବୁଠୁ ଚର୍ଚ୍ଚା । ଉତ୍ତର ପ୍ରଦେଶରେ ସେ ୨୦୨୭ରେ ବିଧାନସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ସେ ରାଷ୍ଟ୍ରୀୟ ଲୋକ ଦଳର ନେତା ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧରୀଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର୍ ଧରିଛି ।

ମହମ୍ମଦ ଶାମିଙ୍କୁ ଅନ୍ତର୍ଜାତୀୟ ମୁକାବିଲାରେ ସୁଯୋଗ ମିଳୁନି । ସେ ବାରମ୍ବାର ନିରାଶ ହେଉଛନ୍ତି । କେବଳ ଘରୋଇ ମୁକାବିଲା ଖେଳୁଛନ୍ତି । ଏସବୁ ମଧ୍ୟରେ ଜାତୀୟ ଦଳରେ ତାଙ୍କର କ୍ୟାରିଅରକୁ ନେଇ ଅନିଶ୍ଚିଚତା ଲାଗି ରହିଛି । ଏହାରି ଭିତରେ ସେ ଜୟନ୍ତ ଚୌଧୁରୀଙ୍କୁ ଭେଟିଛନ୍ତି । ଫଳରେ ଉତ୍ତରପ୍ରଦେଶ ରାଜନୀତି ଜୋର୍ ଧରିଛି । ଦିଲ୍ଲୀରୁ ନେଇ ଅମରୋହ ଯାଏଁ ଶାମିଙ୍କ ପଲିଟିକାଲ ଇନିଂସ ବାବଦରେ ଆଲୋଚନା ହେଉଛି ।

Also Read :- ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ : ସୀମା ଭିତରେ ପଶି ବୋମା ବର୍ଷା କଲା ବାୟୁସେନା

କୁହାଯାଉଛି ଯେ, ୟୁପି ନିର୍ବାଚନକୁ ଆଖି ଆଗରେ ରଖି ଶାମି ଜୟନ୍ତଙ୍କୁ ଭେଟିଛନ୍ତି । ଅର୍ଥାତ କ୍ରିକେଟ୍ ପରେ ସେ ରାଜନୀତିରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଅମରୋହରୁ ପ୍ରାର୍ଥୀ ହୋଇପାରନ୍ତି ।

ଆରଏଲଡି ଅଧ୍ୟକ୍ଷ ଜୟନ୍ତ ନିଜ ସୋସିଆଲ ମିଡିଆ ପେଜରେ ଶାମିଙ୍କୁ ଭେଟିଥିବା ଫଟୋ ପୋଷ୍ଟ୍ କରିଛନ୍ତି । ଏଥିରେ ଶାମି ହାତରେ ଏକ ଫୁଲତୋଡା ମଧ୍ୟ ଧରିଛନ୍ତି । ଯାହାପରେ ସେ ପ୍ରାର୍ଥୀ ହେବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ସେ ଅମରୋହ ଆସନରୁ ନିଜ ପାଇଁ ନା ଭାଇଙ୍କ ପାଇଁ ଲବି କରିବାକୁ ଯାଇଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ଏନେଇ ବିଧିବଦ୍ଧ ଭାବେ କିଛି ସୂଚନା ମିଳିନି ।

ସୂଚନାଯୋଗ୍ୟ, ଶାମି ପ୍ରାୟ ଦେଢବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି । ନିକଟରେ ଓ୍ୱେଷ୍ଟ୍ ଇଣ୍ଡିଜ୍ ଗସ୍ତ ପାଇଁ ଦଳ ଘୋଷଣା ହୋଇଥିଲା । ଏଥିରେ ମହମ୍ମଦ ଶାମିଙ୍କ ନାଁ ନଥିଲା । ସେ ୨୦୨୫ ମାର୍ଚ୍ଚ ୯ରେ ଶେଷଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ନଜର ଅସିଥିଲେ ।