ଟୋକିଓ: ଏସିଆନ୍ ଗେମ୍ସ ୨୦୨୬ରେ କ୍ରିକେଟ୍ ପ୍ରତିଯୋଗିତାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷ କରି ଭାରତ ଏବଂ ଜାପାନ ମଧ୍ୟରେ ଖେଳାଯିବାକୁ ଥିବା ଐତିହାସିକ T20 ମ୍ୟାଚ୍‌କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ତେବେ ଏହି ବହୁପ୍ରତୀକ୍ଷିତ ମ୍ୟାଚ୍ ଉପରେ ବିପଦର କଳାବାଦଲ ଦେଖା ଦେଇଛି। ମ୍ୟାଚ୍ ଉପରେ ବାତ୍ୟା (Typhoon) ଆଶଙ୍କା ଆୟୋଜକ ଓ କ୍ରିକେଟ୍ ପ୍ରେମୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ଭାରତ-ଜାପାନ ମ୍ୟାଚ୍ ଉପରେ ବାତ୍ୟା ସଙ୍କଟ

ରିପୋର୍ଟ ଅନୁସାରେ, ଜାପାନରେ ବାତ୍ୟାର ପୂର୍ବାନୁମାନ ଯୋଗୁଁ ଏହି ମ୍ୟାଚ୍ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯଦି ପାଣିପାଗ ଅଧିକ ବିଗିଡ଼େ, ତେବେ ଓଭର କମାଯିବା ସହ ମ୍ୟାଚ୍ ରଦ୍ଦ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ପାଣିପାଗ ବିଭାଗ ଓ ଆୟୋଜକ କମିଟି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏହି ମ୍ୟାଚ୍ ଜାପାନର ରାଜଧାନୀ ଟୋକିଓଠୁ ୧୦୦ କିମି ଦୂର ସାନୋ ଅନ୍ତର୍ଜାତୀୟ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ଦଳ ରବିବାର ସେଠାରେ ପହଞ୍ଚି ସାରିଛି।

Also Read: ରାଜନୀତିରେ ଏଣ୍ଟ୍ରି କରିବେ କି ଶାମି ? ୨୦୨୭ରେ ଲଢିବେ ନିର୍ବାଚନ ! ଟିକେଟ୍ ଦେବ ଏହି ଦଳ

କାହିଁକି ଏସିଆନ୍ ଗେମ୍ସରେ ଖେଳାଯାଉଛି ଏହି ମ୍ୟାଚ୍ ?

ଏସିଆନ୍ ଗେମ୍ସରେ କ୍ରିକେଟ୍ର ଅନ୍ତର୍ଭୁକ୍ତ ହେବା ଏସୀୟ କ୍ରିକେଟ୍ କାଉନ୍ସିଲ୍ (ACC) ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ (ICC) ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜାପାନ ପରି ନୂଆ ନୂଆ ଦେଶରେ କ୍ରିକେଟ୍ର ପ୍ରସାର ଓ ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଏସିଆନ୍ ଗେମ୍ସ ଏକ ବଡ଼ ମଞ୍ଚ ସାଜିଛି। ଭାରତ ଭଳି ବିଶ୍ୱବିଜେତା ଟିମ୍ ସହ ଖେଳିବା ଦ୍ୱାରା ଜାପାନୀ କ୍ରିକେଟରଙ୍କୁ ଏକ ବଡ଼ ସୁଯୋଗ ଓ ଅଭିଜ୍ଞତା ମିଳିବ, ଯାହା ଏସିଆରେ କ୍ରିକେଟର ଭବିଷ୍ୟତକୁ ଆହୁରି ମଜବୁତ କରିବ ବୋଲି ଆଇସିସି ଆଶା ରଖିଚି।

Also Read: ଏସୀୟ କ୍ରୀଡ଼ା ୨୦୨୬ରେ ଶେଫାଳି ବର୍ମାଙ୍କ ଐତିହାସିକ ଶତକ, ନିଜ ନାଁରେ ରଚିଲେ ଅନେକ କିର୍ତ୍ତୀମାନ

ଖେଳାଳି ଓ ପ୍ରଶଂସକଙ୍କ ନଜର ପାଣିପାଗ ଉପରେ

ଜାପାନ କ୍ରିକେଟ୍ ଇତିହାସରେ ଭାରତ ବିପକ୍ଷରେ ଖେଳିବା ଏକ ବଡ଼ ମାଇଲଖୁଣ୍ଟ। ତେବେ ପ୍ରଶଂସକମାନେ ଆଶା ରଖିଛନ୍ତି ଯେ ବର୍ଷା ଓ ବାତ୍ୟାର ପ୍ରକୋପ କମିବ ଏବଂ ଦର୍ଶକମାନେ ଏକ ପୂର୍ଣ୍ଣାଙ୍ଗ ଓ ରୋମାଞ୍ଚକର ମ୍ୟାଚ୍ ଉପଭୋଗ କରିପାରିବେ। ସୂଚନାଯୋଗ୍ୟ, ଏସିଆନ ଗେମ୍ସରେ ଭାରତୀୟ ଟିମ୍ ସେପ୍ଟେମ୍ବର ୨୮ରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ।