ନୂଆଦିଲ୍ଲୀ, ୨୨/୦୯ : ଆଇପିଏଲ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଏକ ବଡ଼ ନିଷ୍ପତ୍ତି ନେଇଛି । ଦଳ ପୂର୍ବତନ ଦ୍ରୁତ ବୋଲର ଜାହିର ଖାନଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନ ଉଠୁଛି ।

କୁହାଯାଉଛି ଯେ, ଜାହିରଙ୍କୁ କୋଚ୍ ନିଯୁକ୍ତ କରିବା ପଛରେ ମହେନ୍ଦ୍ର ସିଂ ଧୋନୀଙ୍କ ହାତ ରହିଛି । କିନ୍ତୁ ଏହାରି ଭିତରେ ସିଏସକେର ଏମଡି କାଶୀ ବିଶ୍ୱନାଥନ ପ୍ରତିକ୍ରିୟା ରଖିଛନ୍ତି । ସେ କୋଚ୍ ନିଯୁକ୍ତି ନିଷ୍ପତ୍ତିରେ ଧୋନୀଙ୍କ ହାତ ଥିବା ସ୍ପଷ୍ଟ କରିଛନ୍ତି ।

Also Read :- ଯୁଦ୍ଧରେ ହାରିଲା ଆମେରିକା ! ଆଉ ପାରୁନି ୟୁଏସ, ଇରାନ ସହ ଆଲୋଚନା ପାଇଁ ଟ୍ରମ୍ପ୍ ରାଜି

ବିଶ୍ୱନାଥନ କହିଛନ୍ତି ଯେ, ଜାହିର ଖାନଙ୍କ ନିକଟରେ ଆଇପିଏଲ ବାବଦରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି । ସେ ଭଲ ଭାବେ ବୋଲିଂ ଏବଂ ବ୍ୟାଟିଂକୁ ବୁଝିଛନ୍ତି । ଯାହାର ଫାଇଦା ଏବେ ଚେନ୍ନାଇକୁ ମିଳିବ । ଦଳ ନିଷ୍ପତ୍ତି ନେବା ସମୟରେ ଧୋନୀଙ୍କୁ ପଚାରିଥିଲା । ସେ ନିଜେ ନିଷ୍ପତ୍ତି ନେଉଥିବା ଟିମରେ ରହିଥିଲେ । ଧୋନୀଙ୍କ ବ୍ୟତୀତ ଦଳର ମାଲିକ ରୂପା ଗୁରୁନାଥ ଏବଂ ଅଧିନାୟକ ଋତୁରାଜ ଗାଏକଓ୍ୱାଡ ମଧ୍ୟ ନିଷ୍ପତ୍ତି କମିଟିର ସଦସ୍ୟ ରହିଥିଲେ ।

୨୦୨୭ରେ ଧୋନୀ ଆଇପିଏଲରେ ଖେଳିବେ ନା ନାହିଁ ବାବଦୀୟ ପ୍ରଶ୍ନରେ ବିଶ୍ୱନାଥନ କହିଛନ୍ତି ଯେ, ମାହି ଏବେ ସିଏସକେର ଖେଳାଳି ରହିଛନ୍ତି । ମାହିଙ୍କ ଫ୍ୟାନଙ୍କ ପାଇଁ ଏହା ଭଲ ଖବର । ସେ ଖେଳାଳି ଭାବେ ଦଳରେ ସାମିଲ ରହିବେ । ଦଳ ଜାହିର ଖାନଙ୍କୁ ନିଜ ପସନ୍ଦର ସପୋର୍ଟ ଷ୍ଟାଫ୍ ବାଛିବା ପାଇଁ ଅଧିକାର ଦେଇଛି ବୋଲି ବିଶ୍ୱନାଥନ୍ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ତିନୋଟି ସିଜିନରେ ଚେନ୍ନାଇ ସୁପର କିଙ୍ଗସ ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି । ଦଳ ଲିଗ୍ ପର୍ଯ୍ୟାୟରୁ ବିଦା ହେଉଛି । ତେଣୁ ଦଳରେ ପରିବର୍ତ୍ତନ ଜରୁରୀ । ଷ୍ଟିଫେନ୍ ଫ୍ଲେମିଂଙ୍କ ୧୮ ବର୍ଷର ଲମ୍ବା କାର୍ଯ୍ୟକାଳ ପରେ ଏବେ ଜାହିର ଖାନ ବଡ଼ ଦାୟିତ୍ୱ ଗ୍ରହଣ କରିଛନ୍ତି ।