ନୂଆଦିଲ୍ଲୀ, ୦୮/୦୯ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ ବିରୋଧରେ ନିଜ ସୋସିଅଲ ମିଡିଆ ଅଭିଯାନକୁ ଜୋରଦାର କରିଛନ୍ତି। ଇରାନ ଉପରେ ଚାପ ସୃଷ୍ଟି କରିବା ଲାଗି ଟ୍ରମ୍ପ ୧ ଘଣ୍ଟା ଭିତରେ ଗୋଟିଏ ପରେ ଗୋଟିଏ ୭ଟି ପୋଷ୍ଟ କରିଛନ୍ତି। ଏଥିରେ ସେ ଇରାନର ଦୁର୍ବଳ ଅର୍ଥବ୍ୟବସ୍ଥା, ହ୍ରାସ ପାଉଥିବା ତୈଳ ଉତ୍ପାଦନ ଏବଂ ଦୁର୍ବଳ ହେଉଥିବ ଇରାନ ମୁଦ୍ରାର ମୂଲ୍ୟକୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ଇରାନର ମାନଚିତ୍ରରେ ନିଜ ମୁହଁର ଏକ ଏଆଇ ଫଟୋ ଲଗାଇ ମଧ୍ୟ ପୋଷ୍ଟ କରିଛନ୍ତି । ତେବେ ଇରାନର ଖାର୍ଗ ଦ୍ଵୀପ ସହ ଜଡ଼ିତ ଏକ ଏଆଇ ଫଟୋ ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରିଛି। ଏଥିରେ ତୈଳ ଠିକଣା ଉପରେ ବୋମାମାଡ଼ ହେଉଥିବା ଦେଖାଯାଇଛି ଏବଂ ସେଥିରେ ବାୟ-ବାୟ ଖାର୍ଗ ଲେଖାଯାଇଛି।

Also Read :-ଆସୁଛି ଡବଲ୍ ଲଘୁଚାପ : ୨୦ ତାରିଖ ଯାଏଁ ଛାଡିବନି ବର୍ଷା, ଏହି ସବୁ ଜିଲ୍ଲା ସାବଧାନ !

ଟ୍ରମ୍ପ୍ କରିଥିବା ପୋଷ୍ଟରେ ଇରାନ ମାନଚିତ୍ରର ପୂର୍ବ ଏବଂ ପର ଫଟୋ ରହିଛି। ପୂର୍ବ ଫଟୋରେ ଇରାନର ସ୍ବାଭାବିକ ମାନଚିତ୍ର ରହିଛି। କିନ୍ତୁ ପର ଫଟୋରେ ଇରାନ ନକ୍ସାର ସୀମାକୁ ବଦଳାଇ ତାହାକୁ ଟ୍ରମ୍ପ୍ ଙ୍କ ମୁହଁର ଆକୃତି ଦିଆଯାଇ ତାହା ଟ୍ରମ୍ପଙ୍କ ସାଇଡ୍ ପ୍ରୋଫାଇଲ ଭଳି ବନାଯାଇଛି।

ସେହିପରି ଟ୍ରମ୍ପ୍ ସେୟାର କରିଥିବା ଏକ ଗ୍ରାଫିକ୍ସରେ ଦାବି କରାଯାଇଛି ଯେ, ହୋର୍ମୁଜ ଦେଇ ଏବେ ପ୍ରାୟ ୧.୮ କୋଟି ବ୍ୟାରେଲ ତେଲ ବହନ ହେଉଥିଲା। ପୂର୍ବରୁ ତାହା ପ୍ରାୟ ୨ କୋଟି ବ୍ୟାରେଲ ଥିଲା। ଇରାନର ତୈଳ ଉତ୍ପାଦନର ଏକ ଗ୍ରାଫିକ୍ସ ପୋଷ୍ଟ କରି ଟ୍ରମ୍ପ୍ ଦାବି କରିଛନ୍ତି ଯେ, ୨୦୨୫ ପ୍ରାରମ୍ଭରେ ଦିନକୁ ପ୍ରାୟ ୨୦ ଲକ୍ଷ ବ୍ୟାରେଲ ଉତ୍ପାଦନ ହେଉଥିବାବେଳେ ୨୦୨୬ରେ ତାହା ପ୍ରାୟ ଶୂନକୁ ଖସିଛି। ଆଉ ଏକ ଗ୍ରାଫିକ୍ସ ଜରିଆରେ ଟ୍ରମ୍ପ କହିଛନ୍ତି, ଇରାନରେ ମୁଦ୍ରାସ୍ତ୍ରୀତି ଭୟଙ୍କର ଭାବେ ବଢ଼ିଛି। ସେଠାରେ ସାମଗ୍ରୀଗୁଡ଼ିକର ଦରଦାମ୍ ଆକାଶଛୁଆଁ ହୋଇଛି।

ଇରାନର ମୁଦ୍ରା ରିଆଲକୁ ନେଇ ଟ୍ରମ୍ପ ଆଉ ଏକ ଗ୍ରାଫିକ୍ସ ଜାରି କରିଛନ୍ତି। ଏହା ମୁତାବକ, ୨୦୨୫ ଆରମ୍ଭରେ ୧ ଡଲାରର ମୂଲ୍ୟ ପ୍ରାୟ ୯ ଲକ୍ଷ ଇରାନୀ ରିଆଲ ଥିଲା। ଏବେ ତାହା ବଢ଼ି ୨୨.୭ଲକ୍ଷ ରିଆଲରେ ପହଞ୍ଚିଛି। ଶେଷ ପୋଷ୍ଟରେ ଟ୍ରମ୍ପ ଇରାନକୁ ଏକ ବୁଡିଯାଉଥିବା ଦେଶ ଅଭିହିତ କରିଛନ୍ତି। ଇରାନ ସରକାର ସେଠାକାର ସ୍ଥିତି ସମ୍ଭାଳିବା ଅବସ୍ଥାରେ ଏବେ ନାହାନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି।