ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କ ଅଭିନୀତ ଫିଲ୍ମ ‘ନଇ ନବେଲୀ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଢେର ବଢ଼ିଛି। ଅକ୍ଟୋବର ୧୬ ତାରିଖରେ ସିନେମା ହଲ୍ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଖୁବ୍ଶୀଘ୍ର OTT ପ୍ଲାଟଫର୍ମରେ ମଧ୍ୟ ରିଲିଜ ହେବାକୁ ଯାଉଛି । ତେବେ ଦର୍ଶକ ଏହାକୁ କେବେ ଏବଂ କେଉଁଠି ଦେଖିପାରିବେ, ତାହାକୁ ନେଇ ଚର୍ଚ୍ଚା ଜୋର୍ ।

ମିଳିଥିବା ସୂଚନା ଅନୁସାରେ, ‘ନଇ ନବେଲୀ’ର ଡିଜିଟାଲ୍ ଷ୍ଟ୍ରିମିଂ ଆମାଜନ ପ୍ରାଇମ ଭିଡ଼ିଓରେ ହେବ । ଅର୍ଥାତ୍, ଥିଏଟର ରିଲିଜ୍ ପରେ ଦର୍ଶକ ଏହି ଫିଲ୍ମକୁ ଆମାଜନ ପ୍ରାଇମ ଭିଡ଼ିଓରେ ଦେଖିବାକୁ ପାଇବେ । ତେବେ ଫିଲ୍ମର OTT ରିଲିଜ୍ର ନିର୍ଦ୍ଦିଷ୍ଟ ତାରିଖ ନିର୍ମାତାଙ୍କ ପକ୍ଷରୁ ଏଯାଏଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ। ତେବେ ଅକ୍ଟୋବରରେ ରିଲିଜ ହେବାକୁ ଥିବା ‘ନଇ ନବେଲୀ’ ଫିଲ୍ମଟି ଫ୍ୟାଣ୍ଟାସି, କମେଡି ଓ ପାରିବାରିକ ଡ୍ରାମାର ମିଶ୍ରଣ । ମୁଖ୍ୟତଃ ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ହେଉଛନ୍ତି ୟାମୀ ଗୌତମ । ଯିଏ କି ଏଥିରେ ଏକ ଡାହାଣୀର ଚରିତ୍ରରେ ନଜର ଆସିବେ । କାହାଣୀ ମେରଠର ଏକ ପରିବାରକୁ ନେଇ ହୋଇଛି । ଘରକୁ ଏକ ଆଦର୍ଶ ବୋହୂ ଆସିବା ପରେ ପରିବାରରେ ଖୁସିର ପରିବେଶ ଦେଖାଯାଏ । କିନ୍ତୁ ଧୀରେ ଧୀରେ ତାଙ୍କୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୁଏ। ଯେ ସେ ପ୍ରକୃତରେ ଜଣେ ସାଧାରଣ ବୋହୂ ନା ଜଣେ ଡାହାଣୀ? ଏହି ରହସ୍ୟକୁ ନେଇ ଆଗକୁ ବଢ଼ିଛି କାହାଣୀ।

ଫିଲ୍ମରେ ୟାମି ଗୌତମଙ୍କ ସହ ଆଦିନାଥ ଏମ୍. କୋଠାରେ, ଆଦିତ୍ୟ କୁଳଶ୍ରେଷ୍ଠ, ସୁନୀତା ରାଜୱାର ଓ ମୀତା ବଶିଷ୍ଠଙ୍କ ଭଳି କଳାକାର ଏହି ଫିଲ୍ମରେ ନଜର ଆସିଛନ୍ତି। ବାଲାଜୀ ମୋହନ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଆନନ୍ଦ ଏଲ୍. ରାୟ ଓ ହିମାଂଶୁ ଶର୍ମା ଏହାର ପ୍ରଯୋଜନା କରିଛନ୍ତି। ତେବେ ହଲରେ ଫିଲ୍ମ ଦେଖିବାର ସୁଯୋଗ ହାତଛଡ଼ା କରିଥିବା ଦର୍ଶକଙ୍କୁ OTT ରିଲିଜ୍ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ। ଫିଲ୍ମର OTT ଷ୍ଟ୍ରିମିଂ ତାରିଖ ଘୋଷଣା ହେବା ପରେ ହିଁ ଫିଲ୍ମ କେବେ ଅନଲାଇନ୍ରେ ଉପଲବ୍ଧ ହେବ, ତାହା ସ୍ପଷ୍ଟ ଜଣାପଡିବ ।