ଭୁବନେଶ୍ବର ୨୫।୯: ଜୋର ଧରିଲା CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି । SIR ପ୍ରସଙ୍ଗରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ଦାବି ଉଠିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ।

ନବୀନ କହିଛନ୍ତି, SIR ପ୍ରସଙ୍ଗରେ ପୁଣି ଥରେ ସମୀକ୍ଷା ହେବା ଦରକାର । ବିଜେଡି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଇସ୍ତଫା ଦାବି କରୁଛି । ବିଜେଡି SIR ପ୍ରକ୍ରିୟା ବିରୋଧରେ ସବୁବେଳେ କହି ଆସିଛି । ବିଜେଡି ଏହି ଘଟଣାକୁ ଦୃଢତାର ସହ ନେବ ବୋଲି ସେ କହିଛନ୍ତି ।

Also Read:- ୪୮ ଘଣ୍ଟାରୁ ଅଧିକ ଜେଲ୍ରେ ରହିଲେ, ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

ସେପଟେ, ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, SIR ଫେକ୍ ଲୋକଙ୍କ ନାଁ ହିଁ କେବଳ କଟୁଛି । ଯଦି କାହାର ନାଁ କଟିଛି ତାହାଲେ ତାଙ୍କ ପାଇଁ ଅପିଲ୍ କରିବାର ସମୟ ମଧ୍ୟ ରହିଛି । ଏଥିରେ କୌଣସି ତ୍ରୁଟି ନାହିଁ ବୋଲି କହିଛି ବିଜେପି ।

Watch Video: