ନୂଆଦିଲ୍ଲୀ,/୦୯ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୬ ବର୍ଷରେ ପଦାର୍ପଣ କରିବେ। ଏହି ଉପଲକ୍ଷେ ଗୁଜରାଟ ମେହସନା ଜିଲ୍ଲା ବଡ଼ନଗରରେ ରହୁଥିବା ତାଙ୍କର ଜଣେ ବାଲ୍ୟବନ୍ଧୁ ଶାମଲଦାସ ତାଙ୍କୁ ଏକ ଭାବୁକ ଚିଠି ଲେଖିଛନ୍ତି। ସେଥିରେ ସେ ମୋଦିଙ୍କୁଶ୍ରୀକୃଷ୍ଣଏବଂ ନିଜକୁ ତାଙ୍କରସୁଦାମାବୋଲି ଦର୍ଶାଇଛନ୍ତି।

ପୁରୁଣା ସ୍ମୃତିର ରୋମନ୍ଥନ କରି ଶାମଲଦାସ ଲେଖିଛନ୍ତି,ତାଙ୍କର ବାଲ୍ୟବନ୍ଧୁ ଆଜି ଦେଶର ଦାୟିତ୍ଵ ସମ୍ଭାଳୁଛନ୍ତି। ବନ୍ଧୁଙ୍କର ଏହି ଯାତ୍ରା ଦେଖି ତାଙ୍କୁ ଗର୍ବ ଅନୁଭବ ହେଉଛି। ସିଏ ଥରେ ଯେଉଁ ସଂକଳ୍ପ ସଂପର୍କରେ ମନରେ ଭାବି ନିଅନ୍ତି ତାକୁ ପୂରା କରି ହିଁ ଦେଖାଇଥାନ୍ତି। ୨୫ ବର୍ଷର ଧରି ସାର୍ବଜନୀନ ଜୀବନରେ ରହିଥିବା ତାଙ୍କର ବନ୍ଧୁ ହେଉଛନ୍ତି ନୂତନ ଭାରତର ଶିଳ୍ପକାର ।

Also Read :- ବାତ୍ୟା ହେବ ନା ନାହିଁ ? ସ୍ପଷ୍ଟ କଲେ IMD ଡିଜି

ଶେଷରେ ଶାମଲଦାସ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ ତାଙ୍କର ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ସାରା ଦେଶରେସେବା ସଂକଳ୍ପ ଅଭିଯାନଚଳାଇବାକୁ ଯାଉଛି। ତାହା ମାସେ ଧରି ଚାଲିବ। ଅଭିଯାନ ବେଳେ ରକ୍ତଦାନ ଶିବିର ଏବଂ ଅନ୍ୟ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୋଦିଙ୍କ ଜନ୍ମଦିନରେ ଦଳ ଦେଶବାସୀଙ୍କୁ ଘରେଆଶୀର୍ବାଦର ଦୀପଜଳାଇବାକୁ ବି ଆହ୍ଵାନ କରିଛି।