ନବରଙ୍ଗପୁର ୨୯।୦୯ : ବନ୍ୟା ସମୟରେ ଅବହେଳା କରିବା ପଡିଲା ମହଙ୍ଗା । ବନ୍ୟା ସମୟରେ ଅନୁପସ୍ଥିତି ଯୋଗୁଁ ଆକ୍ସନ ନେଲେ ଜିଲ୍ଲାପାଳ । ନବରଙ୍ଗପୁର କୋଡିଙ୍ଗା ରାଜସ୍ୱ ନିରୀକ୍ଷକ ବିରଞ୍ଜି ନାରାୟଣ ଦାସଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ ।

ଖବର ଅନୁଯାୟୀ, ବନ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ ହୋଇଥିବା ଛୁଟି ବାତିଲ ନିଷ୍ପତ୍ତି ପରେ ବି ଅନୁପସ୍ଥିତ ରହିଥିଲେ RI । ଯାହାକୁ ନେଇ ଆକ୍ସନ ନେଇଛନ୍ତି ଜିଲ୍ଲାପାଳ । ନବରଙ୍ଗପୁର କୋଡିଙ୍ଗା ରାଜସ୍ୱ ନିରୀକ୍ଷକ ବିରଞ୍ଚି ନାରାୟଣ ଦାସ ନିଲମ୍ବିତ। ବନ୍ୟା ସମୟରେ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ । ତେବେ ନିଲମ୍ବନ ଅବଧିରେ ବିରିଞ୍ଚି ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର କଲେକ୍ଟରେଟ୍ର ରେଭେନ୍ୟୁ ସେକ୍ସନ ରହିବେ । ଏବଂ ସେ ଅତିରିକ୍ତ ଜିଲ୍ଲାପାଳ, ରେଭେନ୍ୟୁଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ। କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯଇଛି ।
 

Also Read:-OSSTET 2026 EXAM : ଶିକ୍ଷକ ଆଶାୟୀଙ୍କ ପାଇଁ ବଡ଼ ଦିନ, ବୁଧବାର ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା