କଟକ ୨୯।୦୯ : ବୁଧବାର ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଏସ୍ଏସ୍ଟିଇଟି-୨୦୨୬ ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହାକୁ ଘୋଷଣା କରାଯାଇଛି । ତେବେ ଦୁଇଟି ପେପରରେ ହେବାକୁ ଥିବା ପରୀକ୍ଷା ପେପର-୧ ଏବଂ ପେପର-୨ ଗୋଟିଏ ସମୟରେ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଖବର ଅନୁଯାୟୀ, ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ଦିନ ୧୧ ଟା ୩୦ ମିନିଟ୍ ଯାଏ ପରୀକ୍ଷା ଚାଲିବ। ସକାଳ ୭ଟା ୪୫ ସୁଦ୍ଧା ସେଣ୍ଟରରେ ପହଞ୍ଚିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ପାଇଁ ସାରା ରାଜ୍ୟରେ ୨୬୧ ସେଣ୍ଟର କରାଯାଇଛି। ମୋଟ ୫୯,୩୫୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଓଡ଼ିଶା ବନ୍ଦ ଡାକରାରେ ପ୍ରଭାବିତ ହେବନି ପରୀକ୍ଷା। ପରୀକ୍ଷାର୍ଥୀଙ୍କୁ ନଅଟକାଇବାକୁ ବୋର୍ଡ ସଭାପତି ନିବେଦନ କରିଛନ୍ତି।

Also Read:-ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ PMO ମାଗିଲା କୈଫତ, ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ

ହାଇସ୍କୁଲ୍ରେ ଶିକ୍ଷକତା ପାଇଁ ଏହି ଯୋଗ୍ୟତା ପରୀକ୍ଷା କରାଯାଉଛି । ଆବେଦନ ପାଇଁ ବିଏଡ୍ ଡିଗ୍ରୀ ସର୍ବନିମ୍ନ ଯୋଗ୍ୟତା ରହିଛି । ୧୫୦ ନମ୍ବର ବିଶିଷ୍ଟ ପରୀକ୍ଷା ଓଏମ୍ଆର୍ ସିଟ୍ରେ ହେବ । ଯୋଗ୍ୟତା ଅର୍ଜନ ଲାଗି ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଲାଗି ୬୮ ନମ୍ବର ଏବଂ ଏସ୍ସି , ଏସ୍ଟି , ଓବିସି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ଯୋଗ୍ୟତା ଲାଗି ୫୩ ନମ୍ବର ଧାର୍ଯ୍ୟ ରହିଛି ।