ନୂଆଦିଲ୍ଲୀ ୩୦।୦୭; ବଲିଉଡର ଗ୍ଲାମର ଦୁନିଆ ଏବଂ କ୍ରିକେଟର ମଇଦାନରେ ପ୍ରେମସମ୍ପର୍କର ଚର୍ଚ୍ଚା କିଛି ନୂଆ କଥା ନୁହେଁ ! ବିରାଟ-ଜେନେଲିୟା,ଦୀପିକା-ଯୁବରାଜ, ଦୀପିକା-ଧୋନି ଏଭଳି ଅନେକ ସେଲିବ୍ରିଟି ବିଗତ ଦିନରେ ପ୍ରେମ ସଂପର୍କରେ ଥିବାର ଚର୍ଚ୍ଚା ହୋଇଥିଲା । କିନ୍ତୁ ସମୟ ବଢ଼ିବା ସହ ଏହି କ୍ରିକେଟର୍ ନିଜ ପସନ୍ଦର ଲେଡି ଲଭଙ୍କୁ ପରେ ବିବାହ କରିଥିଲେ । ହେଲେ ବର୍ତ୍ତମାନ ଏମିତି ହିଁ ଜଣେ ଯୋଡ଼ିଙ୍କ ବିଷୟରେ ଚର୍ଚ୍ଚା ହେଉଛି । ଯାହା ଏବେ ସୋସିଆଲ ମିଡିଆରେ ଲଭ୍ ଆଫେୟାର୍ସକୁ ନେଇ ଖୁବ୍ ଲାଇମ ଲାଇଟ୍‌ରେ ରହିଛନ୍ତି । ଖବର ଅନୁଯାୟୀ, ଲୋକପ୍ରିୟ ଅଭିନେତ୍ରୀ ମୃଣାଳ ଠାକୁର ଏବଂ ଭାରତୀୟ କ୍ରିକେଟ୍ ଦଳର ଯୁବ ଓପନର୍ ଯଶସ୍ୱୀ ଜୟସ୍ୱାଲ। ଦୁହିଁଙ୍କୁ ନେଇ ପ୍ରେମ ସମ୍ପର୍କର କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ଏଭଳି ଚର୍ଚ୍ଚା ହେବାର ମୂଳ କାରଣ ହେଉଛି ଗୋଟିଏ ଭାଇରାଲ ଭିଡିଓ। ଯେଉଁଥିରେ ଉଭୟଙ୍କୁ ମୁମ୍ବାଇର ଏକ କାଫେରୁ ଏକାଠି ବାହାରୁଥିବାର ଦେଖାଯାଇଥିଲା। ଭିଡିଓରେ ଯଶସ୍ୱୀ କାଫେରୁ ବାହାରି ଯାଉଥିବାର ନଜର ଆସିବାବେଳେ ଅଭିନେତ୍ରୀ ମୃଣାଳ କିଛି ସମୟ ପରେ ଭିତରୁ ବାହାରିଥିଲେ । ପାପାରାଜିଙ୍କ କ୍ୟାମେରାରେ ଏହି ଦୃଶ୍ୟ କଏଦ ହେବା ମାତ୍ରେ ଏହା ଇଣ୍ଟରନେଟରେ ଭାଇରାଲ ହୋଇଯାଇଛି ।

ଏହି ସମ୍ପର୍କକୁ ନେଇ ସବୁଠୁ ଅଧିକ ଆଲୋଚନା ହେଉଛି ଉଭୟଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟ । ମୃଣାଳ ଠାକୁରଙ୍କ ବୟସ ୩୩ ବର୍ଷ ହୋଇଥିବାବେଳେ ଯଶସ୍ୱୀ ଜୟସ୍ୱାଲଙ୍କ ବୟସ ପ୍ରାୟ ୨୪ ବର୍ଷ । ପ୍ରାୟ ୯ର ଏହି ବୟସ ବ୍ୟବଧାନକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଆଲୋଚନା ଦେଖିବାକୁ ମିଳୁଛି । ତେବେ ଏହା ପୂର୍ବରୁ ମୃଣାଳଙ୍କ ନାଁ ସାଉଥ୍ ସୁପରଷ୍ଟାର୍ ଧନୁଷଙ୍କ ସହ ଯୋଡ଼ା ଯାଇଥିଲା । ତେବେ ଏହା କୌଣସି ପ୍ରକୃତ ପ୍ରେମ ସମ୍ପର୍କ ନା କୌଣସି ବିଜ୍ଞାପନଗତ ସୁଟିଂର ଅଂଶ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଭାଇରାଲ ଭିଡିଓ ଏବଂ ଡେଟିଂ ଖବରକୁ ନେଇ ଉଭୟ ମୃଣାଳ ଓ ଯଶସ୍ୱୀଙ୍କ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ ।