ନୂଆଦିଲ୍ଲୀ ୨୭।୦୮; ଅଗଷ୍ଟ ୨୬ ତାରିଖରେ ନେପାଳର ରାସୁୱା ଜିଲ୍ଲାରେ ହଠାତ୍ ଭୟଙ୍କର ବନ୍ୟା ଆସିଥିଲା । ତୀବ୍ର ଗତିରେ ଆସିଥିବା ପାଣି ସହ ମାଟି, ପଥର ଏବଂ ବଡ଼ ବଡ଼ ବୋଲ୍ଡର ଭାସି ଆସିଥିଲା । ଏଥିରେ ଘର, ଗାଡ଼ି, ବ୍ରିଜ୍ ସହ ଅନେକ ଧ୍ୱଂସ ହୋଇଛି । ଏହି ବିପର୍ଯ୍ୟୟରେ ୭୫୦ରୁ ଅଧିକ ଲୋକ ନିଖୋଜ ଥିବା ରିପୋର୍ଟ ଆସିଛି । କୁହାଯାଉଛିସେହିପରି ଆମେରିକା ମଧ୍ୟ ସମାନ ବିପର୍ୟ୍ୟୟର ସମ୍ମୁଖୀନ ହୋଇପାରେ । ଆମେରିକାରେ ବିପଦପୂର୍ଣ୍ଣ ଆଗ୍ନେୟଗିରି ବିଷୟରେ ପୁରୁଣା ଚେତାବନୀ ପୁଣି ଥରେ ସାମ୍ନାକୁ ଆସିଛି। ୱାସିଂଟନ ରାଜ୍ୟରେ ଅବସ୍ଥିତ ମାଉଣ୍ଟ ରେନିୟରର ଉଦ୍ଗିରଣ ସମୟରେ ବିପଦ ସୃଷ୍ଟି ହେବା ସହିତ ଏହାଯୋଗୁଁ ଭୂସ୍ଖଳନ,,ପ୍ରବଳ ବର୍ଷା, ଛୋଟ ଭୂମିକମ୍ପ ନେପାଳ ଭଳି ଭୟଙ୍କର ଜଳପ୍ରଳୟ ସୃଷ୍ଟି କରିପାରେ।

ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯେ ସିଆଟେଲ-ଟାକୋମା ମେଟ୍ରୋ ଅଞ୍ଚଳରେ ୩୩ଲକ୍ଷରୁ ଅଧିକ ଲୋକ ବାସ କରିଥାନ୍ତି। ଯେତେବେଳେ ୬୦ ହଜାରରୁ ଅଧିକ ଲୋକ ମାଉଣ୍ଟ ରେନିୟରର ଲହାର ପ୍ରବାହିତ ସମ୍ବେଦନଶୀଳ ଅଞ୍ଚଳରେ ବାସ କରୁଛନ୍ତି। ଏହା ଯୋଗୁ ୱାସିଂଟନ ସହର ଧ୍ବଂସ ପାଇପାରେ। ନେପାଳରେ ଘଟିଥିବା ପ୍ରାକୃତିକ ବିପର୍ୟ୍ୟୟ ହିମସ୍ଖଳନ ଯୋଗୁଁ ଘଟିଛି। ହଜାର ହଜାର ଫୁଟ ଉଚ୍ଚତାରେ ବରଫର ଏକ ବିରାଟ ଖଣ୍ଡ ଖସି ପଡ଼ି ପାଣି, ପଥର ଏବଂ ଭଗ୍ନାବଶେଷ ସହିତ ମିଶି ହଠାତ୍ ଏକ ବଡ଼ ଜଳ ସ୍ରୋତରେ ପରିଣତ ହୋଇଥିଲା। ମାଉଣ୍ଟ ରେନିୟରରେ ସମାନ ଆକସ୍ମିକ ପ୍ରାକୃତିକ ଘଟଣା ବିଷୟକୁ ବୈଜ୍ଞାନିକମାନେ ଚିନ୍ତିତ। କେବଳ ପାର୍ଥକ୍ୟ ହେଉଛି ସେଠାରେ କ୍ଷୟକ୍ଷତି ପାଇଁ ଜ୍ୱାଳାମୁଖୀ ଉଦ୍ଗିରଣର ଆବଶ୍ୟକତା ନାହିଁ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ(ୟୁଏସଜିଏସ)ଅନୁଯାୟୀ, ମାଉଣ୍ଟ ରେନିୟର ଭବିଷ୍ୟତରେ ଉଦ୍ଗୀରଣ ହେବାର କୌଣସି ସୂଚନା ନାହିଁ। କିନ୍ତୁ ବିପଦ ଅନ୍ୟଠାରେ ରହିଛି। ମାଉଣ୍ଟ ରେନିୟର ବିଶାଳ ହିମଖଣ୍ଡ ଦ୍ୱାରା ଆଚ୍ଛାଦିତ ହୋଇଛି। ଯଦି ଭୂସ୍ଖଳନ ଯୋଗୁଁ ଏହାର ଉପର ଢାଙ୍କି ହୋଇ ରହିଥିବା ଏକ ଅଂଶ ଭୁଶୁଡ଼ି ପଡ଼େ କିମ୍ବା ହିମଖଣ୍ଡ ଦ୍ରୁତ ଗତିରେ ତରଳେ, ତେବେ ପାଣି, କାଦୁଅ, ପଥର ଏବଂ ଭଗ୍ନାବଶେଷ ତଳକୁ ଖସିବା ଆଶଙ୍କା ରହିଛି। ଏହି ଦ୍ରୁତ ପ୍ରବାହକୁ ଲହାର କୁହାଯାଇଥାଏ। ମାଉଣ୍ଟ ରେନିୟରରେ ୧୦୦୦ ବର୍ଷରୁ ଅଧିକ ସମୟ ମଧ୍ୟରେ କୌଣସି ବଡ଼ ବିସ୍ଫୋରଣ ହୋଇନାହିଁ। ଏହା ସତ୍ତ୍ୱେ, ବିପଦ ସମ୍ଭାବନା ଦୃଷ୍ଟିରୁ ୟୁଏସଜିଏସ ଏହାକୁ ଯୁକ୍ତରାଷ୍ଟ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜ୍ୱାଳାମୁଖୀ ମଧ୍ୟରେ ସ୍ଥାନିତ କରିଛି। ଡେଲି ମେଲ୍ ଅନୁଯାୟୀ, ସେହି ଉଦ୍ଗିରଣ ସମୟରେ, ଜ୍ୱାଳାମୁଖୀର ଉତ୍ତର ପାର୍ଶ୍ୱ ଭୁଶୁଡ଼ି ପଡ଼ିଥିଲା ଏବଂ ଗରମ ପାଇରୋକ୍ଲାଷ୍ଟିକ୍ ପ୍ରବାହ ଦ୍ରୁତ ଗତିରେ ହିମବାହୀ ବରଫ ତରଳି ଯାଇଥିଲା। ପାଣି, କାଦୁଅ ଏବଂ ଭଗ୍ନାବଶେଷର ପ୍ରଚୁର ସ୍ରୋତ ନଦୀ ଉପତ୍ୟକାରେ ଡଜନେ ମାଇଲ ପର୍ୟ୍ୟନ୍ତ ଭାସି ଯାଇଥିଲା। ଏହି ବିପର୍ୟ୍ୟୟ ୨୦୦ରୁ ଅଧିକ ଘର, ୧୯୫ ମାଇଲ ରାସ୍ତା ଏବଂ ୨୭ ପୋଲକୁ ନଷ୍ଟ କରିଦେଇଥିଲା।