Weather Update: ଏଥର ମୌସୁମୀ ବାୟୁ କେରଳମରେ ଦୁର୍ବଳ ରହିପାରେଭାରତୀୟ ପାଣିପାଗ ବିଭାଗର ଗ୍ଲୋବାଲ ଫୋରକଗାଷ୍ଟ ସିଷ୍ଟମ(GFS) ଅନୁଯାୟୀ ପ୍ରଭାବଶାଳୀ ମୌସୁମୀ ପାଇଁ ଆବଶ୍ୟକୀୟ ଉଚ୍ଚସ୍ତର ପବନ ଚାପ ଜୁନ୍ ୫ ରୁ ୬ ପରେ ଦକ୍ଷିଣ ଭାରତରେ ପ୍ରବେଶ କରିବ। ତେବେ ଏହାର ପ୍ରଭା ପୂର୍ବପରି ମଜଭୁତ ନ ହୋଇ ମନ୍ଥର ରହିବ। ଧୀରେ ଧୀରେ ଏହା ପ୍ରଭାବଶାଳୀ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଭାଗ କହିଛି ଯେ ମୌସୁମୀ ଆଗାମୀ ଦୁଇ ଦିନ ମଧ୍ୟରେ ଭାରତରେ ପ୍ରବେଶ କରିବ। ଏହା କେରଳମ ଏବଂ ତାମିଲନାଡୁର କିଛି ଅଂଶ, ଲାକ୍ଷାଦ୍ୱୀପପୁଞ୍ଜ, ଆରବସାଗରର ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ଭାଗ, ସହ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ, ଫଶ୍ଚିମ-ମଧ୍ୟ, ପୂର୍ବ ମଧ୍ୟ ଓ ଉତ୍ତର-ପୂର୍ବ ଓ ଶେଷରେ ଦକ୍ଷିଣ-ପୂର୍ବ ଦେଇ ଗତି କରିବ ବୋଲି ଆଶା କରାଯାଉଛି।

Also read- ଦେଶରେ ଥମିଲା Heat wave ପ୍ରକୋପ, ବର୍ଷା ପରେ ହ୍ରାସ ହେଲା ତାପମାତ୍ରା

ପହଞ୍ଚିବାରେ ବିଳମ୍ବ କରିବ ମୌସୁମୀ , କାହିଁକିଏହା ପୂର୍ବରୁ ପାଣିପାଗ ବିଭାଗ ମୌସୁମୀ ୨୬ ତାରିଖରେ ଆସିବ ବୋଲି ପୂର୍ବାନୁମାନ କରିଥିଲା। ହେଲେ ଏହି ପୂର୍ବାନୁମାନକୁ ବଦଳାଇ ଜୁନ ୨-୪ ମଧ୍ୟରେ ଏହା କେରଳ ଛୁଇଁବ ବୋଲି ଆଶା କରାଯାଉଛି।

ମିଳିଥିବା ସୂଚନା ଅନୁସାରେ,ବର୍ତ୍ତମାନ ସକ୍ରିୟ ଥିବା ପଶ୍ଚିମା ଝଡ଼ (Western Disturbance) ସଂପୂର୍ଣ୍ଣ ଅପସରିଯିବା ପରେ ହିଁ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରକ୍ରିୟା ଯୋଗୁ ମୌସୁମୀ ପବନର ଗତି ଦୁର୍ବଳ ହୋଇଯାଇଛି। କେରଳରେ ବର୍ଷା ଓ ମେଘାଚ୍ଛନ୍ନ ପାଗ ଠିକ୍ ଥିଲେ ମଧ୍ୟ ଆରବ ସାଗରରେ ଆବଶ୍ୟକୀୟ ପଶ୍ଚିମା ପବନର ବେଗ କମ ରହିଛି।

ଚଳିତ ବର୍ଷ କମ୍ ବର୍ଷା ନେଇ ଆଶଙ୍କା

ଏଲ୍ ନିନୋ (El Nino) ସ୍ଥିତି ଯୋଗୁ ଚଳିତ ବର୍ଷ ସମଗ୍ର ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବା ନେଇ IMD ପୂର୍ବାନୁମାନ କରିଛି। ପୂର୍ବରୁ ଦୀର୍ଘ ଅବଧି ହାରାହାରି (LPA) ବର୍ଷାର ପରିମାଣ ୯୨% ହେବ ବୋଲି କୁହାଯାଇଥିବା ବେଳେ, ଗତ ସପ୍ତାହରେ ଏହାକୁ ଆହୁରି କମାଇ ୯୦% କରାଯାଇଛି।

ଉତ୍ତର ଓ କେନ୍ଦ୍ରୀୟ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଚାଷ କାର୍ଯ୍ୟ ପାଇଁ ଏହି ମୌସୁମୀ ବର୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ମନ୍ଥର ରହିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ସୁଧୁରିବ ବୋଲି ଆଶା କରାଯାଉଛି।