କଟକ ୪।୧୦: ଶକ୍ତିର ଉତ୍ସ ମା’ ଦୁର୍ଗା । ଏଥର ଝାରପଡ଼ା ପୂଜା ମଣ୍ଡପ ଦେବ ମହିଳା ସଶକ୍ତିକରଣ ବାର୍ତ୍ତା । ଚଳିତ ବର୍ଷ କିଛି ନୂଆ ଏବଂ ଆକର୍ଷଣୀୟ ପୂଜା ପାଇଁ ଯୋଜନା କରିଛି ଝାରପଡ଼ା ଦୁର୍ଗା ପୂଜା ସମିତି । ମହିଳା ସଶକ୍ତିକରଣ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପିଙ୍କ୍ ବୁଥ, ପିଙ୍କ୍ ଅଟୋ ଭଳି ଏହି ପେଣ୍ଡାଲରେ ଶାନ୍ତି ଶୃଙ୍ଖଳା ଦାୟିତ୍ବ ସମ୍ଭାଳିବେ ୧୦୦ ଜଣ ପିଙ୍କ୍ ଭଲ୍ଯୁଣ୍ଟର ।

ଝାରପଡ଼ା ମେଳଣ ପଡ଼ିଆରେ ଏସି ପେଣ୍ଡାଲରେ ପୂଜା ପାଇବେ ମା’ ଦୁର୍ଗତିନାଶିନୀ । ସେହିପରି ସୁନେଲି ତାରକସି ମେଢ଼ ମଧ୍ୟ ଶ୍ରଦ୍ଧାଳୁଙ୍କ ମନ ମୋହିବ । ରୀତିନୀତିରେ ପୂଜା, ମହିଳା ସଶକ୍ତିକରଣ ବାର୍ତ୍ତା, ସାଜସଜ୍ଜା, ଏବଂ ପ୍ରସାଦ ସହ ଏଥର ଦମଦାର ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ । ବଲିଉଡର ଫେମସ୍ ସିଙ୍ଗର ବିନୋଦ, ଅଭିନେତା ଗୋବିନ୍ଦା ଓ ଇଣ୍ଡିଆନ ଆଇଡଲ ଜ୍ୟୋତିର୍ମୟୀଙ୍କ ପରଫରମାନ୍ସ ଦେଖିବାକୁ ମିଳିବ ।

Also Read:- ବିଶ୍ୱନାଥ ପଣ୍ଡିତ ପାଠାଗାର ଫି’ ବୃଦ୍ଧିକୁ ନେଇ ବିବାଦ, ମେୟରଙ୍କ ବଡ଼ ବୟାନ

ଝାରପଡ଼ା ପୂଜା ସମିତି ପକ୍ଷରୁ ଭବ୍ୟ ଆୟୋଜନକୁ ଗୁରୁତ୍ବ ଦିଆଯାଉଛି । ଏହାସହ ଭିଡ଼ ନିୟନ୍ତ୍ରଣ, ପାର୍କିଂ ଏବଂ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଗୁରୁତ୍ବ ଦେଇ ସିସିଟିଭି ଓ ସିକ୍ୟୁରିଟି ସଂସ୍ଥା ମୁତୟନ କରାଯିବ । ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପୂଜା ସମିତି ପକ୍ଷରୁ କୁହାଯାଇଛି ।

ଯେମିତି ଜାକଜମକରେ ପୂଜା ହେବ, ସେମିତି ପାରମ୍ପରିକ ବାଦ୍ୟରେ ଭସାଣ ଶୋଭାଯାତ୍ରା ବି ହେବ । ଝାରପଡ଼ା ଗାଁ ଏବଂ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିବା ପରେ ସହିଦନଗରରେ ମିଳିତ ଭସାଣି ଉତ୍ସବରେ ସାମିଲ ହେବ ମେଢ଼ ।

Watch Video: