ବାରଙ୍ଗ ୩।୧୦: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସିଖବର । ବନ୍ୟପ୍ରାଣୀ ସଂରକ୍ଷଣ, ଶିକ୍ଷା ଏବଂ ସଚେତନତାକୁ ଅଧିକ ମଜବୁତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ହେଉଛି ।

ଏହି ଅବସରରେ ନନ୍ଦନକାନନ କର୍ତ୍ତୃପକ୍ଷ ୧୧ ପ୍ରଜାତିର ୩୬ ନୂଆ ଜୀବଜନ୍ତୁଙ୍କୁ ଖୁଆଡରେ ଛାଡିଛନ୍ତି । ଏଥିରେ ଜେବ୍ରା, କଙ୍ଗାରୁ, ୱାଲାବି, ଟଫ୍ଟେଡ୍ କାପୁଚିନ୍, ମୀରକାଟ୍, ସ୍କାରଲେଟ୍ ଆଇବିସ୍ , ସଲଫର୍ କ୍ରେଷ୍ଟେଡ୍ କାକାଟୁ ସହ ୩ ପ୍ରଜାତିର ମାକାଉ ପକ୍ଷୀ ଅଛନ୍ତି ।

ଗତ ସେପ୍ଟମ୍ବର ୧୨ ତାରିଖରେ ଗୁଜୁରାଟର ରାଧାକ୍ରିଷ୍ଣ ଟେମ୍ପଲ ଏଲିଫ୍ୟାଣ୍ଟ ଓ୍ବେଲଫେୟାର ଟ୍ରଷ୍ଟରୁ ଦାନ ସୁରୂପ ୧୪ ପ୍ରଜାତିର ୫୮ ଜୀବଜନ୍ତୁ ନନ୍ଦନକାନନକୁ ଆସିଥିଲେ । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା ।

Also Read:- ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ବଢ଼ିଲା ସନ୍ଦେହ, ଦୁଇ ଦିନ ଧରି ଯୁବତୀଙ୍କ ଘର ଉପରେ ନଜର ରଖିଥିଲା ଅଭିଯୁକ୍ତ

ନୂଆ ଜନ୍ତୁ ଆସିବ ଫଳରେ ପ୍ରାଣୀ ଉଦ୍ୟାନରେ ଏକାକି ଥିବା ଜୀବଜନ୍ତୁ ସେହି ପ୍ରଜାତିର ଜନ୍ତୁଙ୍କ ସହିତ ସାଥି କରାଯାଇ ବଂଶ ବୃଦ୍ଧି କରାଯିବ । ସେପଟେ ସମବଂଶୀୟ ପାଇଁ ଜୀବଜନ୍ତୁ ରୋଗିଣା ହେଉଥିଲେ । ଏବେ ସେମାନଙ୍କ ରକ୍ତ ସମ୍ପର୍କ ଅଲଗା କରିବା ପାଇଁ ମଧ୍ୟ କିଛି ଜନ୍ତୁଙ୍କୁ ସାଥୀ କାରାଯାଇ ପାରିବ ।

Watch Video: