ଭଦ୍ରକ : ବନ୍ୟା ପାଇଁ ସବୁ ଜଳାର୍ଣ୍ଣବ । ପୋଲ ତଳେ ବନ୍ୟା ପାଣି ପ୍ରବାହିତ ହେଉଛି। ପୋଲ ପାର ହେବା ପାଇଁ ମାଙ୍କଡଟିଏ ଅର୍ଦ୍ଧ ନିର୍ମିତ ପୋଲକୁ ଚଢ଼ି ଯାଇଥିଲା। କିନ୍ତୁ ପୋଲର ଆପ୍ରୋଚ ରୋଡ୍ ନଥିଲା ଓ ଦୁଇ ପାର୍ଶ୍ୱ ରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ଏହି ସମୟରେ ପୋଲ ଉପରେ ଦୀର୍ଘ ସମୟ ଧରି ରହି ଯାଇଥିଲା ମାଙ୍କଡ଼ଟି। ବାରମ୍ବାର ଚିନ୍ତା କରୁଥିଲା। କେମିତି ସେ ବନ୍ୟା ପାଣି ଅତିକ୍ରମ କରି ଆର ପାରିରକୁ ଯିବ।

Also Read- Balasore flooding: ବଢୁଛି ନଦୀର ଜଳସ୍ତର ; ୧୦ ଓଡ୍ରାଫ୍ ଓ ଏନଡିଆରଏଫ ଟିମ୍ ମୁତୟନ, ବାଲେଶ୍ୱରରେ ସ୍ଥାନାନ୍ତରଣ ଆରମ୍ଭ

ବହୁ ସମୟ ବସି ଚିନ୍ତା କଲା। କୁଆଡ଼ୁ କିଛି ଉପାୟ ନ ପାଇ ଚିନ୍ତା କଲା ବଡ଼ ଡିଆଁ ମାରି ସେଠାରୁ ଯିବାକୁ। ଶେଷରେ ମାଙ୍କଡ଼ଟି ସେଇଆ ଉଭୟ ପାର୍ଶ୍ୱକୁ ଦେଖି ବହୁ ସମୟ ପରେ ଲମ୍ବା ଡିଆଁ ମାରି ପଳାଇଥିଲା। ଏର ଭିଡିଓ ଏବେ ଖୁବ୍ ଜୋରେ ହେଉଚି ଭାଇରାଲ୍। ଲୋକମାନେ ମାଙ୍କଡ଼ଟିର ଉପସ୍ଥିତ ବୁଦ୍ଧିର ଚର୍ଚ୍ଚା ଖୁବ୍ କରୁଛନ୍ତି। କିଏ କହୁଛନ୍ତି ଭାରି ଚତୁର ମାଙ୍କଡ଼ଟି। ଆଉ କିଏ ମଜାଳିଆ ଢଙ୍ଗରେ କହୁଛି ଏହି ଅଲମ୍ପିକ୍ସରେ ଚାନ୍ସ ମିଳିବା କଥା।

 ମାଙ୍କଡ଼କୁ  ନେଇ ଏତ ଚର୍ଚ୍ଚା ଆଲୋଚନା ଭିତରେ ଏକଥା ଟି କିନ୍ତୁ ନିରାଟ ସତ ଯେ, ମାଙ୍କଡ଼ର ବୁଦ୍ଧିକୁ ମାନିବାକୁ ହେବ।