ଭୁବନେଶ୍ବର ୧୪।୮: ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ । ସେ କହିଛନ୍ତି ବନ୍ୟା ସ୍ଥିତି ଉପରେ ନଜର ରହିଛି । ଗ୍ରାଉଣ୍ଡରେ ଅଧିକାରୀ ରହିଛନ୍ତି । ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ ମାଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଜଳକା, ସାଳନ୍ଦୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖାରେ ପାଣି ବଢିବା ସମ୍ଭାବନା ରହିଛି । ଜଳକା ଆଉ ସାଳନ୍ଦୀରେ ବନ୍ୟା ସ୍ଥିତି ରହିଛି ।

ବୁଢାବଳଙ୍ଗରେ ବର୍ଷା ଯୋଗୁଁ ବିପଦ ସଂକେତ ଅତିକ୍ରମ କରିଛି । ଯାହାର ପ୍ରଭାବ ବାଲେଶ୍ବରରେ ଦେଖିବାକୁ ମିଳିବ । ପୂର୍ବରୁ ଜିଲ୍ଲାରେ ପ୍ରଶାସନ ଆଲର୍ଟ କରାଯାଇଥିଲା । ଲୋକ ମାନଙ୍କୁ ସ୍ଥାନାନ୍ତରିତ ଆରମ୍ଭ ହୋଇଛି । ୧୦ ଓଡ୍ରାଫ ଏବଂ ୭ ଏନଡିଆରଏଫ ଟିମ୍ ମୁତୟନ ହୋଇଥିବା ବେଳେ ୪ ଟିମ୍ ପ୍ରସ୍ତୁତ ରହିଛନ୍ତି । ବାଲେଶ୍ବର ସଦର, ରେମୁଣାର ୧୫ ପଞ୍ଚାୟତରେ ପ୍ରଭାବ ରହିଛି । ଭୋଗରାଇ ବସ୍ତା ବ୍ଲକକୁ ସତର୍କ କରାଯାଇଛି । ଝାଡ଼ଖଣ୍ଡରେ ଅଧିକ ବର୍ଷା ହୋଇଛି । ସେଥିପାଇଁ ଜଳସ୍ତର ଅଧିକ ରହିଛି ।

Also Read:- ପୋଖରୀକୁ ଯାଇ ଆଉ ଫେରିଲେନି ମହିଳା, କୂଳରେ ପଡିଥିଲା ଚପଲ

ଯାଜପୁରରେ ପାଣି ବଢିଛି । ଆନନ୍ଦପୁରରେ ବିପଦ ସକେଟ ଉପରେ ଅଛି କିନ୍ତୁ ବାରିପଦାରେ ବୁଢାବଳଙ୍ଗରେ ପାଣି ଖସିଛି । ବେତନଟୀ ୧୨ଟା ପରେ ପାଣି କମିବ । ଆଜି ପ୍ରାୟ ବର୍ଷା ନାହିଁ । ମୟୁରଭଞ୍ଜ ଏବଂ କେନ୍ଦୁଝର ବର୍ଷା ରହିଛି । ପ୍ରଭାବିତ ହୋଇଥିବା ପଞ୍ଚାୟତରେ ଜିଲ୍ଲାପାଳ ଅଛନ୍ତି । ବାଲେଶ୍ବରରେ ୮ଟି ଟିମ୍, ଯାଜପୁରରେ ୨ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ, ଭଦ୍ରକରେ ୨ଟି ଟିମ୍ ଯାଜପୁରରେ ୨, କେନ୍ଦୁଝର ଗୋଟିଏ ଟିମ୍ ମୁତୟନ ଅଛନ୍ତି । ମଧ୍ୟମ ଧାରଣର ବନ୍ୟା ଆଶଙ୍କା ରହିଛି । ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଏସଆରସି କହିଛନ୍ତି ।

Watch Video: