କଟକ: ରାଜନୀତିର ଚର୍ଚ୍ଚିତ ଚେହେରା କଟର ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ । ପ୍ରଥମେ କ୍ରସ ଭୋଟିଂ, ପରେ ସସ୍ପେଣ୍ଡ । ଏବେ ଝିଅ ପାଇଁ ବାହାରିଛନ୍ତି ବାପା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକ୍କିମ । ସୋଫିଆ ଫିର୍ଦ୍ଦୋସଙ୍କ ରାଜନୈତିକ ଭବିଷ୍ୟତ ନେଇ ମୋକିମଙ୍କ ପ୍ରତିକ୍ରିୟା ରଖିଛନ୍ତି ସେ । କହିଛନ୍ତି ରାଜନୀତିରେ ସୋଫଆଙ୍କ ଭବିଷ୍ୟତ ଉଜ୍ଜଳ ।

ଭବିଷ୍ୟତରେ ନାରୀନେତ୍ରୀ ଭାବେ ପରିଚୟ ସୃଷ୍ଟି କରିବେ ସୋଫିଆ । ମୋକ୍କିମଙ୍କ ବୟାନ, ଅନେକ ବିଧାୟକ ଆମ ସହ ଲିଙ୍କ୍‌ରେ ଅଛନ୍ତି । ଆଗକୁ ନିଲମ୍ବିତ ବିଧାୟକ ମାନେ ଆମ ସହ ରହିପାରନ୍ତି । ସେ ଆହୁରି କହିଛନ୍ତି ଓଡିଶା ଜନତା କଂଗ୍ରେସ ଦଳ ହେବ ମୁଖ୍ୟ ବିରୋଧୀ ଦଳ । ସମୟ ଲାଗିବ କିନ୍ତୁ ସଫଳତା ନିଶ୍ଚିତ ମିଳିବ ବୋଲି ମୋକ୍କିମ ଦମ୍ଭୋକ୍ତି ଦେଖାଇଛନ୍ତି ।

କ୍ରସ ଭୋଟିଂ ପରେ କଂଗ୍ରେସର ଆକ୍ସନ

ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଷ । କେବଳ ସୋଫିଆ ନୁହେଂ ଦାଶରଥୀ ଗମାଙ୍ଗ ଓ ରମେଶ୍ ଜେନା ବି କ୍ରସ ଭୋଟ କରିଥିଲେ । ଏମାନେ ସମସ୍ତେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ ।ପରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କଂଗ୍ରେସ । ୩ ଜଣ ବିଧାୟକଙ୍କୁ ଦଳ ନିଲମ୍ବିତ କରିଛି । ବିଧାୟକ ରମେଶ ଜେନା, କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ସସ୍ପେଣ୍ଡ ହୋଇଛନ୍ତି । ଏଥିସହ ତିନି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ।

Alos Read..Souvik cross voting: ପୁଅ ପରେ ବର୍ଷିଲେ ବାପା, କହିଲେ ଭବିଷ୍ୟତ ନିର୍ଦ୍ଧାରଣ କରିବେ ଚୌଦ୍ୱାର-କଟକ ଭୋଟର

ମଉକା ପରେ ବି ସୁଧୁରିଲେନି

ପିସିସି ସଭାପତି କହିଥିଲେ ମଉକା ଦେଉଥିଲି ... ରାଜ୍ୟସଭା ନିର୍ବାଚନ ଭିତରେ ସବୁ ସୁଧୁରିଯିବେ ଭାବୁଥିଲି କିନ୍ତୁ ବିଧାୟକମାନେ ଏମିତି କରିବେ କେବେ ଭାବିନଥିଲି ବୋଲି ଗଣମାଧ୍ୟମ ଆଗରେ ଅସନ୍ତୋଷ ଝାଡ଼ିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ପ୍ରଥମେ ବିଧାୟକ ଦାଶରଥି ଗମାଙ୍ଗ ପରେ ରମେଶ ଜେନା ଆଉ ତା’ପରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କ୍ରସ୍ ଭୋଟିଂ କରି ହାତର ଭୟକୁ ସତ କରିଦେଲେ କଂଗ୍ରେସ ଶିବିରର ଏହି ଟାଣୁଆ ନେତା । ଦଳୀୟ ହୁଇପକୁ ଫୁ’ କରି ଉଡ଼ାଇଲେ । ଯାହାର ଅସନ୍ତୋଷ ଗଣମାଧ୍ୟମ ଆଗରେ ବ୍ୟକ୍ତ କରିଥିଲେ ଭକ୍ତ ଦାସ । ସେ କହିଥିଲେ ୩ ଜଣ ବିଧାୟକ ଏଭଳି ଭାବେ କାମ କରିବା କଳ୍ପନାର ବାହାରେ ଥିଲା ।

କଣ କହିଥିଲେ ମୋକ୍କିମ?

ସେପଟେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଅର୍ଥାତ୍ ସୋଫିଆ ଫିର୍ଦ୍ଦୋସଙ୍କ ନିଲମ୍ୱନକୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । କହିଛନ୍ତି କଂଗ୍ରେସ ଦଳ ଅସ୍ତିତ୍ଵ ହରାଇ ବସିଛି । ଯାହା ବି କିଛି ଥିଲା ବିଜେଡି ସହିତ ମିଶି ପୁରା ନଷ୍ଟ କରିଦେଲେ । ନିଲମ୍ୱିତ ବିଧାୟକଙ୍କ ତାଙ୍କ ଦଳରେ ସାମି ପାଇଁ ସ୍ୱାଗତ କରୁଛି ବୋଲି କହିଛନ୍ତି ମୋକିମ୍ ।