ନୂଆଦିଲ୍ଲୀ, ୦୫/୦୪ : ଚାଲିଛି ଆଇପିଏଲ ୨୦୨୬ । ଟୁର୍ଣ୍ଣାମେଣ୍ଟ ଖୁବ୍ ରୋମାଞ୍ଚକର ହେଉଛି । ହାଇସ୍କୋରିଂ ରନକୁ ଚେଜ୍ କରୁଛନ୍ତି ଟିମ୍ । ତେବେ ଏହି ସବୁ ଭିତରେ ଗୁଜରାଟ ଟାଇଟନ୍ସକୁ ଲାଗିଛି ଝଟକା । ଦଳ ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିଥିଲା ମ୍ୟାଚ୍ । ହେଲେ ମ୍ୟାଚରେ ନଜର ଆସିନଥିଲେ ଅଧିନାୟକ ଶୁଭମନ ଗିଲ୍ ।

ଶନିବାର ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ରାଜସ୍ଥାନ । ଦଳ ୨୧୦ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଗୁଜୁରାଟ ଟାଇଚନ୍ସ ୨୦୪ରେ ଅଟକି ଯାଇଥିଲା । ତେବେ ମ୍ୟାଚରେ ଅନୁପସ୍ଥିତ ଥିଲେ ଗିଲ୍ । ତାଙ୍କ ଜାଗାରେ ରଶିଦ୍ ଖାନ୍ ଦଳର ନେତୃତ୍ୱ ନେଉଥିଲେ । ଗିଲଙ୍କ ମାଂସପେଶୀରେ ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ ସେ କେବେ ଫେରିବେ ସେନେଇ ରସିଦ ରଶିଦ୍ ଖାନ୍ ଏବଂ ଦଳର ଅତିରିକ୍ତ କୋଚ୍ ପାର୍ଥିବ ପଟେଲ୍ ମୁହଁ ଖୋଲିଛନ୍ତି ।

କ'ଣ କହିଲେ ରଶିଦ୍

ରଶିଦ୍ ଖାନ୍ କହିଛନ୍ତି ଯେ, ଗିଲଙ୍କ ମାଂସପେଶୀରେ ଆଘାତ ଲାଗିଛି । ପ୍ରଥମ ମ୍ୟାଚରେ ସେ ଖେଳିଥିଲେ । ତଥାପି ସେ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରାଯାଉଛି । ସେହିପରି ପାର୍ଥିବ ପଟେଲ୍ କହିଛନ୍ତି ଯେ, ଗିଲଙ୍କ ବେକର ମାଂସପେଶୀରେ ଆଘାତ ଲାଗିଛି । ଏହା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜରେ ତାଙ୍କ ସହ ଘଟିଥିଲା । ସେବେଠୁ ସେ ବେକର ମାଂସପେଶୀ ସମସ୍ୟା ଦେଇ ଗତି କରୁଛନ୍ତି । ମଝିରେ ସେ ଫିଟ୍ ଥିଲେ । ଏବେ ସେ ସୁସ୍ଥ ହେଉଛନ୍ତି । ଆସନ୍ତା ମ୍ୟାଚରେ ସେ ନଜର ଆସିବା ନେଇ ସମସ୍ତେ ଆଶା କରୁଛନ୍ତି । ତାଙ୍କର ସମସ୍ୟା ସେତେ ଗୁରୁତର ନୁହେଁ । ଖୁବ୍ ଶୀଘ୍ର ଗିଲ୍ ଫିଟ୍ ହେବେ ।

ମୁଖ୍ୟ କୋଚ୍ ଦେଇଥିଲେ ବଡ ବୟାନ

ଦଳର ମୁଖ୍ୟ କୋଚ୍ ମାଥ୍ୟୁ ହେଡେନ୍ କହିଥିଲେ ଯେ, ଗିଲ୍ ଜଣେ ଭଲ ବ୍ୟାଟର । ସେ ଭଲ ନେତୃତ୍ୱ ନେଇପାରନ୍ତି । କ୍ରିକେଟକୁ ଗିଲ୍ ଭଲ ଭାବେ ବୁଝିଛନ୍ତି । ଟେଷ୍ଟ୍ କ୍ରିକେଟରେ ସେ ଜଣେ ଦମଦାର୍ ବ୍ୟାଟର୍ । ଦଳ ପାଇଁ ସେ ଆତ୍ମବିଶ୍ୱାସ ଆଣିଥାନ୍ତି । ଗୁଜରାଟ ଟାଇଟନ୍ସରେ ଫିଟ୍ ହୋଇ ସାମିଲ ହେଲା ପରେ ଦଳ ଆହୁରି ମଜବୁତ ହେବ ବୋଲି ସେ କହିଥିଲେ ।