କୋଲକାତା: ଭାରତୀୟ କ୍ରିକେଟ୍ ମହମ୍ମଦ ଶାମିଙ୍କୁ ଚେକ୍ ବାଉନ୍ସ ମାମଲାରେ ଅଲୀପୁର କୋର୍ଟ ମୁକ୍ତ କରିଛନ୍ତି। ତାଙ୍କଠୁ ଅଲଗା ରହୁଥିବା ପତ୍ନୀ ହସିନ ଜହାଁ ଅଭିଯୋଗ କରିଥିଲେ ଯେ, ଶାମିଙ୍କ ଦ୍ଵାରା ଘରୋଇ ଖର୍ଚ୍ଚ ପାଇଁ ଦିଆଯାଇଥିବା ଏକ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ହୋଇ ଯାଇଛି। ଏହି ମାମଲା ଦୀର୍ଘ ଚାରି ବର୍ଷ ଧରି ବିଚାରଧୀନ ଥିଲା। ବୁଧବାର ଅଲୀପୁର କୋର୍ଟ ରାୟ ଶୁଣାଇ ଶାମିଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି।

ଜଷ୍ଟିସ ଅଜୟ କୁମାର ମୁଖାର୍ଜୀ ଆଦେଶ ପାରିତ କରି କହିଛନ୍ତି, ଏକ ନମ୍ବର ଆବେଦନକାରୀ ହସିନ ଜହାଁଙ୍କୁ ପ୍ରତି ମାସରେ ମିଳୁଥିବା ଦେଢ ଲକ୍ଷ ଏବଂ ତାଙ୍କ ଝିଅକୁ ମିଳୁଥିବା ଦେଢ ଲକ୍ଷ ଟଙ୍କାର ରାଶି ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ ବିତ୍ତୀୟ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଉଚିତ୍ ହେବ।

Also Read: ଟିମ୍ ଇଣ୍ଡିଆରେ ଗୁଜରାଟ ଟାଇଟନ୍ସର ୧୧ ଖେଳାଳି, ପୁଣି ଗିଲ୍ ଅଧିନାୟକ

ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଅପରପକ୍ଷେ ଅର୍ଥାତ ମହମ୍ମଦ ଶାମି ଚାହିଁଲେ ନିଜ ଇଚ୍ଛାରେ ନିଜ ଝିଅଙ୍କୁ ଅତିରିକ୍ତ ସହାୟତା ରାଶି ଦେଇ ପାରିବେ, ତାହା ତାଙ୍କ ଉପରେ ନିର୍ଭର କରେ। ଉଲ୍ଲେଖନୀୟ ଏହି ମାମଲା ଦୀର୍ଘ ସମୟ ଧରି ଅଲୀପୁର କୋର୍ଟରେ ବିଚାରଧୀନ ଥିଲା ଏବଂ ଗତ ମାସରେ ଜଷ୍ଟିସ ଅଜୟ କୁମାର ମୁଖାର୍ଜୀ ଆଦେଶ ପାରିତ କରିଥିଲେ। ବିଚାରପତି କହିଥିଲେ ଯେ, ଶାମି ନିଜ ପତ୍ନୀ ଓ ଝିଅକୁ ଭରଣପୋଷଣ ବାବଦରେ ମାସିକ ୪ ଲକ୍ଷ ଟଙ୍କା ଦେବେ।

ଏହା ବିରୋଧରେ ହସିନ ଜହାଁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେ ଭରଣପୋଷଣ ବାବଦରେ ଅର୍ଥରାଶିକୁ ୪ ଲକ୍ଷ ଟଙ୍କାରୁ ବଢାଇ ୧୦ ଲକ୍ଷ ଟଙ୍କା କରିବାକୁ ଦାବି କରିଥିଲେ। ହେଲେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନକୁ ଖାରଜ କରିଥିଲେ।

Also Read: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ IPLର ଫାଇନାଲ୍ ମ୍ୟାଚ୍ ଦେଖିବେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ !