ମୁମ୍ବାଇ: ଆଫଗାନିସ୍ତାନ ବିପକ୍ଷ ଆଗାମୀ ସିରିଜ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ମଙ୍ଗଳବାର ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି। ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ଏବଂ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ୧୫ ଜଣିଆ ଦଳ ପ୍ରକାଶ ପାଇଛି। ଏହି ଦୁଇଟି ଯାକ ଫର୍ମାଟ୍ରେ ଷ୍ଟାର୍ ବ୍ୟାଟର ଶୁଭମନ ଗିଲଙ୍କୁ ଦଳର ନିୟମିତ ଅଧିନାୟକ ଭାବେ ଦାୟିତ୍ଵ ଦିଆଯାଇଛି। ତେବେ ସବୁଠାରୁ ରୋଚକ କଥା ହେଉଛି, ଏହି ଦଳରେ ଚଳିତ ଆଇପିଏଲ୍ ୨୦୨୬ରେ ଗୁଜରାଟ ଟାଇଟନ୍ସ (GT) ପାଇଁ ଖେଳୁଥିବା ୧୧ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ସୂଚନାଯୋଗ୍ୟ ଯେ, ଗିଲ୍ ବର୍ତ୍ତମାନ ଆଇପିଏଲରେ ଗୁଜରାଟ ଦଳର ମଧ୍ୟ ଅଧିନାୟକ ଅଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କଲା ଗୁଜରାଟ ଟାଇଟନ୍ସ

ଟିମ୍ ଇଣ୍ଡିଆରେ ଗୁଜରାଟ ଫ୍ରାଞ୍ଚାଇଜର ଖେଳାଳିଙ୍କ ଏଭଳି ଦବଦବାକୁ ନେଇ ନିଜେ ଗୁଜରାଟ ଟାଇଟନ୍ସ ସୋସିଆଲ ମିଡିଆରେ ଏକ ସ୍ଵତନ୍ତ୍ର ପୋଷ୍ଟ ସେୟାର କରିଛି। ଉଭୟ ଟେଷ୍ଟ ଏବଂ ଦିନିକିଆ ଦଳକୁ ମିଶାଇ ଗୁଜରାଟର ୧୧ ଜଣ ଖେଳାଳି ନିଳ ଜର୍ସିରେ ମଇଦାନକୁ ଓହ୍ଲାଇବେ। ସେନେଇ ଫ୍ରାଞ୍ଚାଇଜ୍ ଖୁସି ବ୍ୟକ୍ତ କରିଛି।

Also Read: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ IPLର ଫାଇନାଲ୍ ମ୍ୟାଚ୍ ଦେଖିବେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ !

ଟେଷ୍ଟ ଦଳରେ ଜିଟିର ୭ ଖେଳାଳି: ଶୁଭମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ମାନବ ସୁଥାର ଏବଂ ଗୁରନୁର ବରାର।

ଦିନିକିଆ ଦଳରେ ଜିଟିର ୩ ଖେଳାଳି: ଶୁଭମନ ଗିଲ୍ (ଅଧିନାୟକ), ୱାଶିଂଟନ ସୁନ୍ଦର ଏବଂ ଗୁରନୁର ବରାର।

ଆଫଗାନିସ୍ତାନ ସିରିଜ୍ ପାଇଁ ସମ୍ପୂର୍ଣ୍ଣ ଭାରତୀୟ ଦଳ

ଏକମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ

ଶୁଭମନ ଗିଲ୍ (ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ, ଦେବଦତ୍ତ ପାଡିକ୍କଲ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ମାନବ ସୁଥାର, ଗୁରନୁର ବରାର, ଧ୍ରୁବ ଜୁରେଲ, ହର୍ଷ ଦୁବେ।

ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ

ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ପ୍ରିନ୍ସ ଯାଦବ, ଗୁରନୁର ବରାର, ହର୍ଷ ଦୁବେ।

Also Read: ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ପଦରୁ କାହିଁକି ବାଦ୍ ପଡ଼ିଲେ ଋଷଭ ପନ୍ତ? ସ୍ପଷ୍ଟ କଲେ ଅଜିତ ଅଗରକର

କ୍ରୀଡ଼ାସୂଚୀ

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୁନ୍ ୬ ତାରିଖରୁ ନ୍ୟୁ ଚଣ୍ଡୀଗଡ଼ର ମହାରାଜା ଯାଦବୀନ୍ଦ୍ର ସିଂ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହେବ। ଏହାପରେ ଜୁନ୍ ୧୪ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବ, ଯାହା ଜୁନ୍ ୨୦ ପର୍ଯ୍ୟନ୍ତ ଚାଲିବ।

୧ମ ଦିନିକିଆ (ଜୁନ୍ ୧୪): ଧର୍ମଶାଳା

୨ୟ ଦିନିକିଆ (ଜୁନ୍ ୧୭): ଲକ୍ଷ୍ନୌ

୩ୟ ଦିନିକିଆ (ଜୁନ୍ ୨୦): ଚେନ୍ନାଇ