ମୁମ୍ବାଇ: ବହୁ ଚର୍ଚ୍ଚିତ ଓ ସଫଳ ୱେବ୍ ସିରିଜ୍ 'ମିର୍ଜାପୁର' ଏବେ ବଡ଼ ପରଦାରେ ହଲଚଲ ସୃଷ୍ଟି କରିଛି। ପଙ୍କଜ ତ୍ରିପାଠୀ (କାଲୀନ ଭୈୟା) ଏବଂ ଅଲୀ ଫଜଲ (ଗୁଡ୍ଡୁ ପଣ୍ଡିତ)ଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'ମିର୍ଜାପୁର ଦ ମୁଭି' (Mirzapur The Movie) ରିଲିଜ୍ ହେବା ଦିନଠାରୁ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ୱିକେଣ୍ଡରେ ଦମଦାର କାରବାର କରି ଏହି ଫିଲ୍ମ ବଲିଉଡର୫ମ ସବୁଠାରୁ ବଡ଼ 'A' ରେଟେଡ୍ ଓପନର ଫିଲ୍ମ ଭାବେ ସଫଳତା ହାସଲ କରିଛି।

୩ ଦିନରେ ୧୩୦ କୋଟିରୁ ଅଧିକ ଗ୍ରସ୍ କଲେକ୍ସନ୍

ବକ୍ସ ଅଫିସ ଟ୍ରାକର 'ସାକନିଲ୍କ' ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ୨୫.୭୫ କୋଟି, ଦ୍ୱିତୀୟ ଦିନରେ ୩୨ କୋଟି ଏବଂ ତୃତୀୟ ଦିନ (ରବିବାର) ୩୬ କୋଟି ଟଙ୍କାର ବମ୍ପର କାରବାର କରିଛି। ଫଳରେ ଭାରତରେ ଏହାର ପ୍ରଥମ ୩ ଦିନର ମୋଟ୍ ନେଟ୍ କଲେକ୍ସନ୍ ୯୩.୭୫ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ, ଓଭରସିଜ୍ (ବିଦେଶ)ରେ ୨୦ କୋଟି ସଂଗ୍ରହ କରିବା ସହ ଓ୍ ଗ୍ରସ୍ କଲେକ୍ସନ୍ ୧୩୨.୩୫ କୋଟି ଟଙ୍କା ଟପିଯାଇଛି। ଫିଲ୍ମଟି ଖୁବଶୀଘ୍ର ଘରୋଇ ବଜାରରେ ୧୦୦ କୋଟି କ୍ଲବ୍ରେ ପ୍ରବେଶ କରିବାକୁ ଯାଉଛି।

Also Read: ଆସ୍ଥା, ବିଶ୍ବାସ ଓ ପାରିବାରିକ କାହାଣୀର ନିଆରା ଚଳଚ୍ଚିତ୍ର ‘ଦଣ୍ଡକାଳୀ’, ଓଡ଼ିଆ ସିନେ ଜଗତରେ ଯୋଡ଼ି ହେବ ଆଉ ଏକ ଅଧ୍ୟାୟ

'A' ରେଟେଡ୍ ତାଲିକାରେ ୫ମ ସ୍ଥାନ

ପ୍ରଥମ ୱିକେଣ୍ଡ କଲେକ୍ସନ୍ ମାମଲାରେ 'ମିର୍ଜାପୁର ଦ ମୁଭି' ବଲିଉଡର ବହୁ ଚର୍ଚ୍ଚିତ ଏ-ରେଟେଡ୍ ଫିଲ୍ମ 'କବୀର ସିଂ' (୭୦.୮୩ କୋଟି) ଏବଂ 'ବାଗି ୪' (୫୩.୮୩ କୋଟି) ଭଳି ଚଳଚ୍ଚିତ୍ରକୁ ପଛରେ ପକାଇ ଦେଇଛି।

ବଲିଉଡ୍ର ଶ୍ରେଷ୍ଠ ୫ 'A' ରେଟେଡ୍ ୱିକେଣ୍ଡ ଓପନର

ଧୁରନ୍ଧର ୨: ୩୩୯ କୋଟି

ଏନିମଲ୍: ୨୦୧ କୋଟି

ଧୁରନ୍ଧର: ୧୦୩ କୋଟି

ଟକ୍ସିକ୍ (ହିନ୍ଦୀ): ୯୯ କୋଟି

ମିର୍ଜାପୁର ଦ ମୁଭି: ୯୩.୭୫ କୋଟି

Also Read: ଘରେ ଟିଭି ନାହିଁ, ଜୀବନରେ ଦେଖି ନ ଥିଲେ ଟ୍ରେନ୍: ବଡ଼ ପରଦାରେ ଡେବ୍ୟୁ କରିବେ କୋରାପୁଟର ସନା ଖେମୁଣ୍ଡି

୨୦୨୬ର ତୃତୀୟ ବଡ଼ ୱିକେଣ୍ଡ ଓପନର

ବର୍ଷ ୨୦୨୬ର ବକ୍ସ ଅଫିସ୍ ତଥ୍ୟ ଉପରେ ନଜର ପକାଇଲେ, 'ମିର୍ଜାପୁର ଦ ମୁଭି' ଚଳିତ ବର୍ଷର ୩ୟ ବୃହତ୍ତମ ୱିକେଣ୍ଡ ଓପନର ଭାବେ ଉଭା ହୋଇଛି। ଏହା 'ଧମାଲ ୪' (୬୭.୨୧ କୋଟି) ଏବଂ 'ୱେଲକମ୍ ଟୁ ଦ ଜଙ୍ଗଲ' (୬୫.୮୩ କୋଟି) ଭଳି ବଡ଼ ବଜେଟ୍ ସିନେମାକୁ ପଛରେ ପକାଇ 'ଧୁରନ୍ଧର ୨' ଓ 'ବର୍ଡର ୨' ପଛକୁ ତୃତୀୟ ସ୍ଥାନରେ ରହିଛି। ସୋସିଆଲ ମିଡିଆରେ କାଲୀନ ଭାୟା, ଗୁଡ୍ଡୁ ପଣ୍ଡିତଙ୍କ ସହ ମୁନ୍ନା ଭୈୟା ଓ ବୀଣା ଭାବିଙ୍କ କ୍ରେଜ୍ ଏବେ ଦର୍ଶକଙ୍କୁ ସିନେମା ହଲ୍କୁ ଟାଣି ଆଣୁଛି, ଯାହାର ସିଧାସଳଖ ଫାଇଦା ବକ୍ସ ଅଫିସ କଲେକ୍ସନରେ ଦେଖିବାକୁ ମିଳୁଛି।