Milk Price Hike: ମହଙ୍ଗା ଯୁଗରେ ଲୋକଙ୍କ ରୋଜଗାର ବଢ଼ୁକି ନ ବଢ଼ୁ ଅନ୍ୟାନ୍ୟ ସାମ୍ରୀର ଦର କିନ୍ତୁ ଜୋର୍ସୋରରେ ବଢ଼ିବାରେ ଲାଗିଛି। ତେଲ, ଗ୍ୟାସ ଠାରୁ ଆରମ୍ଭ କରି ଏକାଧିକ ସାମଗ୍ରୀର ଦାମ ଆକାଶ ଛୁଆଁ ହେଲାଣି। ସାଧାରଣ ଲୋକଙ୍କ ଚଳିବା ମୁସ୍କିଲ ବି ହେଇପଡ଼ୁଛି। ଏସବୁ ଭିତରେ ଏବେ ପୁଣି କ୍ଷୀର ଦାମ ବଢ଼ି ଯାଇଛି। ଓଡ଼ିଶା ସମେତ ୩ ରାଜ୍ୟରେ କ୍ଷୀର ଦାମ ବଢ଼ିଛି। ମେ ୧ ତାରିଖ ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବଦୁଗ୍ଧ ଚାଷୀଙ୍କୁ ଲାଭ ଦେବା ପାଇଁ ସହକାରୀ ଦୁଗ୍ଧ ସଂଘ ଓ ରାଜ୍ୟ ସରକାରମାନେ କ୍ଷୀର ଦାମ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।


ଏହିସବୁ ରାଜ୍ୟରେ ବଢ଼ିଲା କ୍ଷୀର ଦାମ


କ୍ଷୀର ମୂଲ୍ୟ ବୃଦ୍ଧି କରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା,କେରଳ ଏବଂ ପଞ୍ଜାବ ରହିଛନ୍ତି। ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ (OMFED)କ୍ଷୀରର କ୍ରୟ ମୂଲ୍ୟରେ ଲିଟର ପ୍ରତି୧ ଟଙ୍କାମୂଲ୍ୟ ବୃଦ୍ଧି କରିଛି। କେଣୁ କ୍ଷୀର ଯୋଗାଉଥିବା କୃଷକଙ୍କୁOMFEDଏବେ ପୂର୍ବ ମୂଲ୍ୟପ୍ରତି ଲିଟର୩୮.୦୫ବଦଳରେ୩୯.୦୫ ଟଙ୍କାଦେବ।ସେହିପରି କେରଳରେ,ସମବାୟ କ୍ଷୀର ସଂଘ ମିଲମା(Milma)ମଧ୍ୟ କ୍ଷୀର ମୂଲ୍ୟ ଲିଟରପ୍ରତିବୃଦ୍ଧି କରିବାକୁ ଅନୁମୋଦନ ଦେଇଛି। ତେବେମିଲମାର ବର୍ଦ୍ଧିତ ମୂଲ୍ୟ ମେ ପହିଲାରୁ ଲାଗୁ ହେବ ନାହିଁ। ବର୍ଦ୍ଧିତ ଦର ମେ ୨୦ ତାରିଖର ପରେ ଲାଗୁ ହେବ।

Also Read- Gold Silver Rate Today: ଶୁକ୍ରବାର ପୁଣି ବଢ଼ିଗଲା ସୁନା ଦର, ଏକ ଦମ ହାଇ ଜମ୍ପ ମାରିଲା ସୁନା ଓ ରୁପା, ଭୁବନେଶ୍ୱରରେ କେତେ ବଢ଼ିଲା ?


ପଞ୍ଜାବରେ ବଢ଼ିଲା କ୍ଷୀର ଦର


ଉତ୍ତର ଭାରତର ସବୁଠାରୁ ବଡ଼ ଦୁଗ୍ଧ ସମବାୟ ସଂସ୍ଥା ମିଲ୍କଫେଡ୍ ଭେର୍କା(Milkfed Verka) ଫ୍ୟାଟ ହିସାବରେ କ୍ଷୀର କ୍ରୟ ମୂଲ୍ୟରେ କିଲୋଗ୍ରାମ ପ୍ରତି ୨୦ ଟଙ୍କା ବୃଦ୍ଧି କରିଛି। ଅଧିକାଂଶ ଦୁଗ୍ଧ କମ୍ପାନୀଗୁଡ଼ିକ ଫ୍ୟାଟ୍ ପରିମାଣ ଆଧାରରେ ଚାଷୀଙ୍କଠାରୁ କ୍ଷୀର କ୍ରୟ କରନ୍ତି ଏବଂ ଦେୟ ଦିଅନ୍ତି। ଏହି ମୂଲ୍ୟଗୁଡ଼ିକ ପହିଲା ମେ'ରୁ ପଞ୍ଜାବରେ କାର୍ଯ୍ୟକାରୀ ହୋଇଛି।


ଦୁଗ୍ଧ ଚାଷୀଙ୍କୁ ଲାଭ ଦେବାକୁ ନିଷ୍ପତ୍ତି


ପଶୁ ଖାଦ୍ୟ ଏବଂ ଔଷଧର ମୂଲ୍ୟ ମହଙ୍ଗା ହୋଇଥିବାରୁପଶୁପାଳକମାନେ କ୍ଷୀରର ମୂଲ୍ୟ ବୃଦ୍ଧି ପାଇଁ ଦାବି କରିଆସୁଥିଲେ। ଦୀର୍ଘଦିନ ହେଲା ଏହି ଦାବି ହୋଇ ଆସୁଥିଲା। ତେଣୁ କୃଷକଙ୍କ ଦାବିକୁ ଧ୍ୟାନରେ ରଖି ବର୍ତ୍ତମାନ,ରାଜ୍ୟ ସରକାର ଏବଂ ସମବାୟ କ୍ଷୀର ସଂଘଗୁଡ଼ିକ କ୍ଷୀରର ମୂଲ୍ୟ ବୃଦ୍ଧି କରିଛନ୍ତି। ଏଥିରେଗ୍ରାମୀଣ ଅର୍ଥନୀତିକୁ ବଳ ମିଳିବ ବୋଲି ଆଶା କରାଯାଉଛି।

Also Read- Rahul Gandhi: ୩ ମାସରେ ୮୧% ବଢ଼ିଲାଣି LPG ଦାମ୍...କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍