ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଭାରତରେ ତାଙ୍କ ଆତ୍ମଜୀବନୀ ପ୍ରକାଶନର ମାତ୍ର ୨ ଦିନ ପୂର୍ବରୁ କହିଛନ୍ତି ଯେ ତାଙ୍କ ପୁସ୍ତକ ଏକ ରାଜନୈତିକ ସମସ୍ମରଣ ନୁହେଁ ବରଂ ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଅନୁଭବ ପୁସ୍ତକ। ସେ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ ହେଉଛି ତାଙ୍କ ପରିବାରକୁ ଏପରି ମଣିଷ ଭାବେ ଚିତ୍ରଣ କରିବା ଯାହାକୁ ସେ ଘନିଷ୍ଠ ଭାବେ ଜାଣନ୍ତି ଓ ଭଲପାଆନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ ଚିନ୍ତାଧାରକୁ ସେୟାର କରି ସେ କହିଛନ୍ତି ଯେ ‘ମୋ ପରିବାର ବିଷୟରେ ବହୁତ କିଛି ଲେଖା ଯାଇଛି, କିନ୍ତୁ ସେମାନଙ୍କ ପ୍ରକୃତ ବ୍ୟକ୍ତିତ୍ୱ, ସେମାନଙ୍କ ପ୍ରେରଣା, ସେମାନଙ୍କ ସଂଘର୍ଷ ଓ ସେମାନଙ୍କ ମାନବୀୟ ତ୍ରୁଟିକୁ ବହୁତ କମ୍ ଅନୁଶୀଳନ କରାଯାଇଛି । ମୁଁ ସେ ଗୁଡିକୁ ସଚ୍ଚୋଟ ଭାବେ ଉପସ୍ଥାପନା କରିବାକୁ ଟାହୁଁଥିଲି’।

ଏକ ଖବର କାଗଜରେ ପ୍ରକାଶିତ ତାଙ୍କ ଜୀବନୀ ‘ଦି ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ଲେଖି ତାଙ୍କ ଯାତ୍ରା ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ସେ ଲେଖିଛନ୍ତି ଯେ ତାଙ୍କ ଜୀବନର ଅଧିକାଂସ ସମୟ ପର୍ଯ୍ୟନ୍ତ ସେ ତାଙ୍କ ବ୍ୟକ୍ତିଗତ ଦୁନିଆକୁ ବହୁତ ସୀମିତ ଓ ସୁରକ୍ଷିତ ରଖିଥିଲେ। ଦୁଃଖଦ ପରିସ୍ଥିତି କାରଣରୁ ରାଜନୀତିରେ ପ୍ରବେଶ କରିବା ସତ୍ତ୍ୱେ ସେ ନିଜର ପ୍ରାଇଭେସୀକୁ ସୁରକ୍ଷିତ ରଖିଛି। ସାର୍ବଜନୀକ ଜୀବନର ବ୍ୟସ୍ତତା ଦୂର ହେବା ପରେ ସେ ତାଙ୍କର ଏହି କାହାଣୀକୁ ନୂଆକରି ଓ ସ୍ପଷ୍ଟ ଦେଖିବାକୁ ଅବସର ପ୍ରାପ୍ତ କରିଥିଲେ। ତାଙ୍କ ଅତୀତକୁ ମନେ ପକାଇ ସୋନିଆ ଗାନ୍ଧି ଲେଖିଛନ୍ତି ଯେ ‘ସେ ଯେତେବେଳେ ପଛକୁ ଫେରି ଚାହିଁଲେ ସେ ତାଙ୍କ ଜୀବନରେ କେବଳ ଗୋଟିଏ ମୁଖ୍ୟ ସୂତ୍ର ଦେଖିଲେ- ପ୍ରେମ ଓ ଏହା ଆଣିଥିବା ବିଶ୍ୱସ୍ଥତା’।

ସେ ଏହି ସମୟକୁ ଏକ କ୍ଷୁଦ୍ର ଇଟାଲୀୟ ସହରର ଜଣେ ୧୯ ବର୍ଷର ଝିଅ ଭାବେ ମନେ ପକାଇଛନ୍ତି। ସେ କେମ୍ବ୍ରିଜରେ ଜଣେ ଯୁବ ଭାରତୀୟ ଛାତ୍ର ରାଜୀବ ଗାନ୍ଧିଙ୍କୁ ଭେଟିଥିଲେ। ଏହି ପ୍ରେମ ଓ ବିଶ୍ୱାସ ତାଙ୍କୁ ଏକ ସମ୍ପୂର୍ଣ୍ଣ ନୂତନ ଦେଶ ଏବଂ ପରିବାର ସହ ଯୋଡିଥିଲା, ଯେଉଁଠାରେ ସେ ତାଙ୍କ ଶାଶୂ ଇନ୍ଦିରା ଗାନ୍ଧିଙ୍କ ସହ ଏକ ଗଭୀର ଓ ଦୃଢ ସମ୍ପର୍କ ସ୍ଥାପନା କରିଥିଲେ ଓ ସେମାନେ ଏକାଠୀ ସେମାନଙ୍କ ପିଲାମାନଙ୍କୁ ଲାଳନ ପାଳନ କରିଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରେମର ଶକ୍ତି ତାଙ୍କୁ ସେହି ଅସହ୍ୟ ସମୟକୁ ଦୂର କରିବାରେ ସାହାଯ୍ୟ କରିଥିଲା ଯେତେବେଳେ ହିଂସାତ୍ମକ ଘଟଣା ଯୋଗୁ ପ୍ରଥମେ ଶାଶୂ ଓ ପରେ ସ୍ୱାମୀଙ୍କୁ ସବୁଦିନ ପାଇଁ ହରାଇଥିଲେ।