ବଲାଙ୍ଗୀର ୦୨।୦୫ : ବଲାଙ୍ଗୀରରେ ମୃଦୁ ଭୂମିକମ୍ପ ଅନୁଭୂତ। ଭୋର୍ ୪ଟା ୪୦ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି। କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ଶନିବାର ଦିନ ଭୋରୁ ଭୋରୁ ବଲାଙ୍ଗୀରରେ ମୃଦୁ ଭୂକମ୍ପରେ ଝଟ୍‌କା ଅନୁଭୂତ ହୋଇଥିଲା । ଯାହାଫଳରେ କିଛି ଲୋକ ଘରକୁ ବାହାରି ଆସିଥିବାର ଜଣାପଡିଛି । ହେଲେ ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ତଥାପି ଲୋକଙ୍କ ମନରେ ଭୟର ବାତାବାରଣ ସୃଷ୍ଟ ହୋଇଛି । ଏହାପୂର୍ବରୁ କିଛି ଦିନ ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ଯେଉଁଥିରେ ବି କୌଣସି କ୍ଷୟକ୍ଷତିର ସୂଚନା ନଥିଲା । 

Also Read:-୪ ଦିନ ଓଡ଼ିଶାରେ କାଳବୈଶାଖୀର ସର୍ବାଧିକ ପ୍ରଭାବ, ସର୍ବାଧିକ ୭୫ କିମି ବେଗରେ ବହିବ ପବନ