ନ୍ୟୁୟର୍କ, ୨୦ /୦୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମୁନି । ଚାଲିଛି ମହାସମର । ଇରାନ ଉପରେ ମାଡ ହେଉଛି ଇସ୍ରାଏଲ ଏବଂ ଆମେରିକାର ମିସାଇଲ୍ । ଇରାନ ମଧ୍ୟ ପଡୋଶୀ ଦେଶର ବିଭିନ୍ନ ଶକ୍ତିଉତ୍ସକୁ ଟାର୍ଗେଟ୍ କରିଛି । ଫଳରେ ସାରା ବିଶ୍ୱରେ ଇନ୍ଧନ, ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେଉଛି । ଏହା ମଧ୍ୟରେ ଆମେରିକୀୟ ବୈଦେଶିକ ସଚିବ ସ୍କଟ୍ ବେସେଣ୍ଟ୍ ବଡ ସଙ୍କେତ ଦେଇଛନ୍ତି ।

ଣ କହିଲେ ସ୍କଟ୍

ସ୍କଟ୍ କହିଛନ୍ତି ଯେ, ଇରାନ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ଆମେରିକା ହଟାଇପାରେ । ଆମେରିକା ଶୀଘ୍ର ସମୁଦ୍ର ପଥରେ ବିଭିନ୍ନ ଟ୍ୟାଙ୍କରରେ ଫସିଥିବା ୧୪କୋଟି ବ୍ୟାରେଲ୍ ଇରାନ ତେଲ ଉପରୁ କଟକଣା ହଟାଇବାକୁ ଚାହୁଁଛି । ବିଶ୍ୱରେ ଦେଖାଦେଇଥିବା ତୈଳ ଅନିଶ୍ଚିତତାକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇପାରେ ।

ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ସେମାନେ ସମୁଦ୍ରରେ ଫସିଥିବା ତୈଳ ଉପରେ ଲାଗିଥିବା କଟକଣାକୁ କୋହଳ କରିବେ । ବିଭିନ୍ନ ଜାହାଜରେ ପ୍ରାୟ୧୪୦ମିଲିୟନ ବ୍ୟାରେଲ ତେଲ ଫସି ରହିଛି । ଏହି ତେଲ ସାରା ବିଶ୍ୱରେ ଅଶୋଦ୍ଧିତ ତେଲର ଚାହିଦାକୁ ୧୦ରୁ୧୪ ଦିନ ଯାଏଁ ପୂରଣ କରିପାରିବ । ଦରଦାମ ବଢୁଥିବାରୁ ଏପରି ପଦକ୍ଷେପ ନେବାରେ କିଛି ଅସୁବିଧା ନାହିଁ । ଗତ କିଛି ଦିନରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି । ଇରାନ ଷ୍ଟ୍ରେଟ ଅଫ୍ ହରମୋଜକୁ ବନ୍ଦ କରିଥିବାରୁ ଏପରି ଅସୁବିଧା ହେଉଛି ।

​​​​​​​Also Read :- ଯୁଦ୍ଧ ଖର୍ଚ୍ଚ ହୋର୍ମୁଜ ପ୍ରଣାଳୀରୁ ବାହାର କରିବ ଇରାନ, ସବୁ ଜାହାଜଙ୍କ ଉପରେ ଲଗାଇବ ଟ୍ୟାକ୍ସ?

ଏଥିରୁ ଜଣା ପଡୁଛି ଯେ, ଆମେରିକା ଇରାନର ତେଲକୁ ଇରାନ ବିରୋଧରେ ବ୍ୟବହାର କରିବାକୁ ଯାଉଛି । ଯାହାଦ୍ୱାରା ଦରକୁ ନିୟନ୍ତ୍ରଣ କରାଯାଇପାରିବ । ସେ ପୂର୍ବରୁ ତେଲ ଚୀନ୍ ଯାଉଥିବା କହିଥିଲେ । କିନ୍ତୁ ଏବେ ଏହାକୁ ସାରା ବିଶ୍ୱର ବଜାର ପାଇଁ ଖୋଲି ଦିଆଯାଇଥିବା ସେ କହିଛନ୍ତି ।