ଭୁବନେଶ୍ୱର ୧୮।୦୪ : ତାତି ଆହୁରି ବଢ଼ିବ। ଅସମ୍ଭାଳ ହେବ। ତତଲା ପବନର ଜ୍ଵାଳା ଦେହ, ହାତ ପୋଡ଼ି ପକାଇବ। ଦିନକରେ ୨ରୁ ୩ ଡିଗ୍ରୀ ଯାଏ ବଢ଼ି ଯାଇପାରେ। ସବୁଠୁ ଅଧିକ ଜଳିବ ପଶ୍ଚିମ ଓଡ଼ିଶା I ରାତି ବେଳା ବି ଛଟପଟ କରିବ ଗରମ। ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅସହ୍ୟ ହେବ। ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ। ଭାଷଣ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବାରୁ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନକୁ ୩ ଦିନ ଓ ସୋନପୁରରେ ୪ ଦିନ ଛୁଟି ଘୋଷଣା କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୮ ତାରିଖରେ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୪ ଡିଗ୍ରୀ, ସୋନପୁର, ନୂଆପଡ଼ା, ବୌଦ୍ଧ ଓ ବରଗଡ଼ରେ ୪୩ ଡିଗ୍ରୀ ରହିପାରେ। ୧୯ ତାରିଖରେ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ନୂଆପଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ।  ବଲାଙ୍ଗୀର, ଭବାନୀପାଟଣା, ସୁନ୍ଦରଗଡ଼ରେ ୪୪ ଡିଗ୍ରୀ ରହିପାରେ। ବୌଦ୍ଧ, ସୋନପୁର, ବରଗଡ଼ ଓ ବୌଦ୍ଧରେ ୪୩ ଡିଗ୍ରୀ ରହିବା ଆଶଙ୍କା ଅଛି। ୨୦ ଓ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୩ରୁ ୪୫ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Also Read:-Horoscope Today : ଏପ୍ରିଲ ୧୮ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଶନିବାର ଓ ରବିବାର ଦୁଇ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିପାରେ। ସୁନ୍ଦରଗଡ଼, ବଲାଙ୍ଗୀର ଓ ସମ୍ବଲପୁରରେ ୨୦ ତାରିଖ ଯାଏ ରାତି ବେଳା ତାପମାତ୍ରା ଅଧିକ ରହିବ । ଫଳରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ୨୦ ଓ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ। ୨୩ ତାରିଖ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବି ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଷଣ ଗରମ ଓ ଗୁଳୁଗୁଳି ରହିପାରେ ବୋଲି ପାଣିପାଗ ବିଭାଗ ଆକଳ ଆକଳନ କରିଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ବଲାଙ୍ଗିର ଓ ସୋନପୁରର ଜିଲ୍ଲାପାଳ ଖରା ଛୁଟି ଘୋଷଣା କରିଛନ୍ତି। ବଲାଙ୍ଗିର ଜିଲ୍ଲାରେ ଶନିବାର (୧୮ ତାରିଖ)ଠାରୁ ୨୧ ତାରିଖ ଯାଏ ସବୁ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେହିପରି ସୋନପୁରରେ ଶନିବାର (୧୮ ତାରିଖ)ଠାରୁ ୨୨ ତାରିଖ ଯାଏ ସମସ୍ତ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ଉଭୟ ଉ ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁସମସ୍ତ ଶିକ୍ଷାନୁଷ୍ଠାନକୁ ଚିଠି କରାଯାଇଛି।

ସେହିପରି କଳାହାଣ୍ଡି ଜିଲ୍ଲାପାଳଙ୍କ ଳଙ୍କ ପକ୍ଷରୁ ଶନିବାରଠୁ ୨୧ ତାରିଖ ଯା ଯାଏ ଛୁଟି ଘୋଷଣା କରାଯାଇଛି। ଛାତ୍ର ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଏଭଳି ନିଷ୍ପଭି ନିଆଯାଇଛି। ସୋନପୁର ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି, ଏହି ଛୁଟି ସମୟରେ ର ଆଗରୁ ସ୍ଥିର ହୋଇଥିବା ପରୀକ୍ଷାକୁ ବାତିଲ କରାଯିବନି । ଧାର୍ଯ୍ୟ ହୋଇଥିବା ପରୀକ୍ଷା ସକାଳୁଆ ହେବ । ରାଜ୍ୟର ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ୨୧ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।