ରାଇରଙ୍ଗପୁର : ପାରିବାରିକ କଳହ ଯୋଗୁଁ ସ୍ୱାମୀ ଘରୁ ପଳାଇଥିଲେ । ତାଙ୍କୁ ଫେରାଇ ଆଣିବା ଆଶାରେ ଗୁଣିଆର ସାହାରା ନେଇଥିଲେ ମହିଳା । କିନ୍ତୁ ଗୁଣିଆ ଦେଲା ବିଶ୍ୱାସରେ ବିଷ । ବିଭିନ୍ନ ପ୍ରକାର ଭୟ ଦେଖାଇ ତିନିଦିନ ଧରି ଦୁଷ୍କର୍ମ କରିଥିଲା । ମହିଳା ଖସି ଆସିବା ପରେ ପୂରା ଘଟଣା ଆସିଛି ସାମ୍ନାକୁ । ଏଭଳି ଅତି ଲଜ୍ଜ୍ୟା ଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ।

Also Read- ପାଠ ପଢ଼ାଉଥିଲେ ଅଧ୍ୟାପିକା, ହଠାତ୍ କ୍ଲାସ୍‌ରେ ପଶିଗଲେ ଅଭିଭାବକ.. ତାପରେ ଗାଳି ଆଉ ଧମକ

ସୂଚନାନୁସାରେ ବିଶୋଇ ଥାନା ଅଞ୍ଚଳରେ ସ୍ୱାମୀ- ସ୍ତ୍ରୀ ଦୁହେଁ ରହୁଥିଲେ । ତାଙ୍କ ଭିତରେ ସବୁବେଳେ ଝଗଡ଼ା ଝାଟି ଲାଗି ରହୁଥିଲା । ସମସ୍ୟାର ସମାଧାନ ଓ ଅଲଗା ରହୁଥିବା ସ୍ୱାମୀଙ୍କୁ ଫେରାଇ ଆଣିବା ବିଶ୍ୱାସରେ ଗୁଣିଆ ଘରକୁ ଯାଇଥିଲେ ମହିଳା । କିନ୍ତୁ ଗୁଣିଆ ଏହାର ସୁଯୋଗ ନେଇ ତିନିଦିନ ଧରି ମହିଳାଙ୍କୁ ନିଜ ଘରେ ବନ୍ଧକ ରଖିଥିଲା । ଆଉ ଧମକ ଓ ଭୟଭୀତ କରାଇ ସେଇ ତିନି ଦିନ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା । କୌଣସି ମତେ ଅସୁସ୍ଥ ମହିଳା ଜଣଙ୍କ ସେଠାରୁ ଖସି ଆସି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି ପହଞ୍ଚି ଚିକିତ୍ସିତ ହେଉଛନ୍ତି । ବିଶୋଇ ଥାନା ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ଭଣ୍ଡ ଗୁଣିଆକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।