କେନ୍ଦ୍ରାପଡ଼ା ୭।୧୦: ଶ୍ରେଣୀଗୃହରେ ଛାତ୍ରୀଙ୍କୁ ପଢ଼ାଉଥିବା ବେଳେ ଅଧ୍ୟାପିକାଙ୍କୁ ଅସଦାଚରଣ ଅଭିଯୋଗ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ମହିଳା କଲେଜରୁ ଆସିଛି ଏହି ଅଭିଯୋଗ l କଲେଜର ଜଣେ ଅଧ୍ୟାପିକା ପଢ଼ାଉଥିବା ବେଳେ ଜଣେ ଅଭିଭାବକ ହଠାତ୍ ପଶିଆସି ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ମାରିଦେବାକୁ ଧମକ ଦେଇଥିଲେ l ସମସ୍ତ ଛାତ୍ରୀଙ୍କ ଆଗରେ ତାଙ୍କୁ ଅସଦାଚରଣ କରାଯାଉଥିବା ଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ଥିବା ଅଭିଯୋଗ କରିଛନ୍ତି l ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l

ସ୍କୁଲ କଲେଜରେ ପଶି ଶିକ୍ଷକ, ଅଧ୍ୟାପକ-ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର କରିବା ଏବେ ଯେମିତି ଏକ ଟ୍ରେଣ୍ଡ ପାଲଟି ଗଲାଣି l ଶ୍ରେଣୀଗୃହ ଭିତରେ ଛାତ୍ରୀ ମାନଙ୍କୁ ପାଠ ପଢାଉଥିବା ବେଳେ ଅଧ୍ୟାପିକାଙ୍କୁ ଅସଦାଚାରଣ କଲେ ଅଭିଭାବକ l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାଲିଆ ମହିଳା କଲେଜରୁ ଆସିଛି ଏହି ଅଭିଯୋଗ l କଲେଜର ଅଧ୍ୟାପିକା ଏହି ଅଭିଯୋଗ କରିଛନ୍ତି l ସେ କ୍ଲାସ୍‌ରେ ପାଠ ପଢାଉଥିବା ବେଳେ ଜଣେ ଅଭିଭାବକ ହଠାତ ପଶିଆସି ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ମାରିଦେବାକୁ ଧମକ ଦେଇଥିଲେ l

Also Read:- ଗୁରୁବାର ଓଡ଼ିଶା ବନ୍ଦ ଡାକରା : ରାସ୍ତାଘାଟରୁ ଦୋକାନ ବଜାର ପ୍ରଭାବିତ ଆଶଙ୍କା, ଏସବୁ ସେବାକୁ ମିଳିବ ଛାଡ଼

ସମସ୍ତ ଛାତ୍ରୀଙ୍କ ଆଗରେ ତାଙ୍କୁ ଅସଦାଚରଣ କରାଯାଉଥିବା ଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ଥିବା ଅଭିଯୋଗ କରିଛନ୍ତି l ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଅନ୍ୟପକ୍ଷରେ କଲେଜ ପ୍ରିନ୍ସିପାଲ ପଦ୍ମାଳୟା ଦାଶ ଘଟଣା ପରେ ଇଣ୍ଟରନାଲ କମ୍ପ୍ଲେନ୍ କମିଟି ବୈଠକ ଡାକି ଉଭୟ ପକ୍ଷ ସହିତ ଆଲୋଚନା କରିଛିନ୍ତି l ତେବେ କଲେଜ ସିସିଟିଭି ଫୁଟେଜ ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି ଅଭିଯୋଗକାରୀ ଅଧ୍ୟାପିକା l

Watch Video: