Mary Kom Defamation Case: ଅଡ଼ୁଆରେ ଭାରତୀୟ ଅଲିମ୍ପିକ ବିଜେତା ବକ୍ସର ମେରି କମ। ତାଙ୍କ ପୂର୍ବତନ ସ୍ୱାମୀ କରୋଙ୍ଗ ଅଙ୍ଖୋଲେର କରିଥିବା ଅପରାଧିକ ମାନହାନୀ ମାମଲାରେ ଶୁକ୍ରବାର ଦିଲ୍ଲୀର ସାକେତ କୋର୍ଟ ମେରିକମଙ୍କୁ ପ୍ରି-ସମନିଂ ନୋଟିସ ଜାରି କରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ମେରି କମ ଏକ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ବେଳେ ତାଙ୍କର ପୂର୍ବତନ ସ୍ୱାମୀଙ୍କ ବିରୁଦ୍ଧରେ ଅପମାନଜନକ ଟିପ୍ପଣୀ କରିଥିଲେ। ଏହି ଘଟଣାରେ କୋରଙ୍ଗ ତାଙ୍କ ବିରୁଦ୍ଧରେ ମାନହାନୀ ମାମଲା ଦାୟର କରିଛନ୍ତି।

ଶୁକ୍ରବାର କୋରଙ୍ଗ ବ୍ୟତୀତ ଅନ୍ୟ ୨ ଜଣ ମଧ୍ୟ ସାକ୍ଷୀ ଭାବରେ କୋର୍ଟରେ ନିଜର ବୟାନ ରେକର୍ଡ କରାଇଛନ୍ତି। ଏହାପରେ ସାକେତ କୋର୍ଟର ଫାଷ୍ଟ କ୍ଲାସ୍ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶିବମ୍ ଗୁପ୍ତା ମେରି କମଙ୍କୁ ସମନ ଜାରି କରିବା ସହିତ ମାମଲାର ପରବର୍ତ୍ତି ଶୁଣାଣି ୨୦୨୬ ଡିସେମ୍ବର ୨୧ ତାରିଖରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି। ଏହି ଅବଧି ମଧ୍ୟରେ ମେରିକମଙ୍କୁ ନିଜର ଜବାବ ରଖିବାକୁ ହେବ।

ପୂରା ମାମଲା କଣ?

କରୋଙ୍ଗ ଅଙ୍ଖୋଲେର ଅଭିଯୋଗ କରିଛନ୍ତି ଯେ ୧୧ ଜାନୁଆରୀ ୨୦୨୬ରେ ପ୍ରସାରିତ ଏକ ଟିଭି ଇଣ୍ଟରଭ୍ୟୁରେ ତାଙ୍କ ପୂର୍ବତନ ପତ୍ନୀ ମେରି କମ ତାଙ୍କ ବିରୁଦ୍ଧରେ ଏକାଧିକ ମାନହାନୀମୂଳକ ଟିପ୍ପଣୀ କରିଥିଲେ। ଏଥିରେ ମେରିକମ ତାଙ୍କୁ ବେଇମାନ, ଧୋକାବାଜ, ବେରୋଜଗାର ଓ ମେରି କମଙ୍କ ରୋଜଗାର ଉପରେ ନିର୍ଭର କରୁଥିବା ବ୍ୟକ୍ତି ବୋଲି କହିଥଲେ।

କେବଳ ସେତିକି ନୁହେଁ,କରୋଙ୍କ ବିରୁଦ୍ଧରେ ମେରି କମଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଆଣି ଏହାର ଦୁରୁପଯୋଗ କରିବା ଓ ପିଲାମାନଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିବା ଭଳି ଗମ୍ଭୀର ଅଭିଯୋଗ ଲଗାଯାଇଥିଲା।


Also Read- ଅଜିତ ଡୋଭାଲଙ୍କୁ ଜାରି ଆମେରିକା କୋର୍ଟ ସମନକୁ ଖାରଜ କଲା ଭାରତ, ଜାଣନ୍ତୁ କହିଛି କ’ଣ?


ଏଥିରେ ସମାଜରେ ତାଙ୍କ ପରିଚୟ ଖରାପ ହୋଇଛି। ଜଣେ ସ୍ୱାମୀ ଓ ବାପା ହିସାବରେ ତାଙ୍କ ପ୍ରତିଷ୍ଠାକୁ ହାନୀ ପହଞ୍ଚିଛି ବୋଲି କରୋଙ୍ଗ ଅଭିଯୋଗ କରିଛନ୍ତି।

କୋର୍ଟରେ ମାମଲା ନେଇ କରୋଙ୍ଗ ଓକିଲ ଆକାଶ କୃଷ୍ଣ କହିଛନ୍ତି ଯେ କୋର୍ଟରେ ପ୍ରି-ସମନିଂ ସାକ୍ଷ୍ୟ ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ମେରୀ କମଙ୍କୁ ଏକ ନୋଟିସ ଜାରି କରାଯାଇଛି। ଟିଭି ଶୋ’ରେ ଦିଆଯାଇଥିବା ବୟାନ ତାଙ୍କ ମହକିଲଙ୍କ ଭାବନା, କ୍ୟାରିଅର ଏବଂ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି ବୋଲି ଆକାଶ ଦାବି କରିଛନ୍ତି।