ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ ଓ୍ଵିକେଟ୍ କିପର ବ୍ୟାଟର ମାର୍କ ବାଉଚର ସଂପ୍ରତି ଟେଷ୍ଟ ବିଶ୍ଵ ଏକାଦଶ ଦଳ ଚୟନ କରିଛନ୍ତି। ବାଉଚର ନିଜର ଏହି ଟିମରେ ୩ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ଅଧିନାୟକ ଭାବେ ସେ ଅଷ୍ଟ୍ରେଲିଆର ବରିଷ୍ଠ ବୋଲର ପାଟ୍ କମିନ୍ସଙ୍କୁ ଚୟନ କରିଛନ୍ତି। ମାର୍କ ବାଉଚର ଏହି ଦଳରେ ସେହି ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି, ବର୍ତ୍ତମାନ ଯେଉଁମାନେ ଟେଷ୍ଟ କ୍ରିକେଟରେ ସକ୍ରିୟ ଅଛନ୍ତି ଏବଂ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ଟିମରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି।

ଇଏସପିଏନକ୍ରିକଇନମ୍ଫୋରେ ମାର୍କ ବାଉଚର ଯେଉଁ ଟିମ୍ ଚୟନ କରିଛନ୍ତି, ସେଥିରେ ତିନି ଜଣ ଭାରତୀୟ ଖେଳାଳି ଭାବେ ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ସ୍ଥାନ ମିଳିଛି। ଏହି ୧୫ ଜଣିଆ ଦଳରେ ଅଷ୍ଟ୍ରେଲିଆର ଛଅ ଖେଳାଳିଙ୍କୁ ବାଉଚର ଚୟନ କରିଛନ୍ତି। ଦକ୍ଷିଣ ଆଫ୍ରିକାର ତିନି ଜଣ, ଇଂଲଣ୍ଡର ଦୁଇ ଜଣ ଏବଂ ନ୍ୟୁଜିଲାଣ୍ଡର ଜଣେ ଖେଳାଳିଙ୍କୁ ସ୍ଥାନ ମିଳିଛି।

Also Read: ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ଖେଳିବେନି ବିରାଟ ! କାରଣ କହିଲା BCCI

ଅଷ୍ଟ୍ରେଲିଆର ଚାରି ଜଣ ଖେଳାଳିଙ୍କୁ ମାର୍କ ବାଉଚର ବିଶ୍ଵ ଟେଷ୍ଟ ଏକାଦଶରେ ସାମିଲ୍ କରାଯାଇଛି। ଏଥିରେ ବ୍ୟାଟର ଷ୍ଟିଭ ସ୍ମିଥ, ଓ୍ଵିକେଟ୍ କିପର ଆଲେକ୍ସ କେରି, ଅଧିନାୟକ ପାଟ୍ କମିନ୍ସ ଏବଂ ସ୍ପିନର ନାଥନ ଲିୟୋନଙ୍କୁ ସ୍ଥାନ ମିଳିଛି। ଏକାଦଶରେ ଦକ୍ଷିଣ ଆଫ୍ରିକାର ଏକମାତ୍ର ଖେଳାଳି ଭାବେ କାଗିସୋ ରାବଡ଼ାଙ୍କୁ ସୁଯୋଗ ମିଳିଛି। ତେବେ ୧୫ ଜଣିଆ ଦଳରେ ଆଡନ ମାର୍କରମ ଓ ମାର୍କୋ  ଜନସେନ ରହିଛନ୍ତି। ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଜୋ ରୁଟଙ୍କୁ ଏହି ଟିମରେ ସ୍ଥାନ ଦେଇଛନ୍ତି ମାର୍କ ବାଉଚର। ନ୍ୟୁଜିଲାଣ୍ଡର ଏକମାତ୍ର ଖେଳାଳି ଭାବେ ବରିଷ୍ଠ ବ୍ୟାଟର କେନ ଓ୍ଵିଲିୟମସନଙ୍କୁ ବିଶ୍ଵ ଶ୍ରେଷ୍ଠ ଟେଷ୍ଟ ଏକାଦଶରେ ସ୍ଥାନ ମିଳିଛି।

ମାର୍କ ବାଉଚରଙ୍କ ଶ୍ରେଷ୍ଠ ବିଶ୍ଵ ଟେଷ୍ଟ ଏକାଦଶ ଓ ଫୁଲ୍ ସ୍କ୍ଵାର୍ଡ

ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, କେନ ଓ୍ଵିଲିୟମସନ, ଜୋ ରୁଟ୍, ଷ୍ଟିଭ ସ୍ମିଥ, ବେନ ଷ୍ଟୋକ୍ସ, ଆଲେକ୍ସ କେରି(ଓ୍ଵିକେଟ୍ କିପର), ପାଟ୍ କମିନ୍ସ(ଅଧିନାୟକ), କାଗିସୋ ରାବଡ଼ା, ଯଶପ୍ରୀତ ବୁମରା, ନାଥନ ଲିୟୋନ, ଆଡନ ମାର୍କରମ, ମାର୍କୋ ଜନସେନ, ମିଚେଲ୍ ଷ୍ଟାର୍କ, ଜୋଶ ହାଜେଲଉଡ।