ନୂଆଦିଲ୍ଲୀ, ୦୪/୦୬ : ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଛନ୍ତି ରନ୍ ମେସିନ୍ ବିରାଟ କୋହଲି । ସେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ଦଳରେ ସ୍ଥାନ ପାଇ ନାହାଁନ୍ତି । ତେବେ କେଉଁ କାରଣରୁ ତାଙ୍କୁ ବାଦ୍ ଦିଆଯାଇଛି ସେନେଇ ବିସିସିଆଇ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିସିସିଆଇର କହିବାନୁସାରେ, ବିରାଟ ଆହତ ହୋଇଛନ୍ତି । ତାଙ୍କର ହାମ୍ ଷ୍ଟ୍ରିଙ୍ଗ୍ ଇନଜ୍ୟୁରି ହୋଇଛି । ଅର୍ଥାତ ବିରାଟଙ୍କର ଗୋଡର ମାଂସପେଶୀରେ ଆଘାତ ଲାଗିଛି । ତେଣୁ ଦଳରେ ସ୍ଥାନ ମିଳିନାହିଁ । ଭାରତ ଜୁନ ୧୩ ତାରିଖରେ ଧର୍ମଶାଳାରେ ଆଫଗାନିସ୍ତାନ ବିପକ୍ଷରେ ସିରିଜର ପ୍ରଥମ ମୁକାବିଲା ଖେଳିବ ।

ସୂଚନାଯୋଗ୍ୟ, ଗତ ଆଇପିଏଲରେ ବିରାଟ ଦମଦାର ଫର୍ମରେ ବ୍ୟାଟିଂ କରିଥିଲେ । ଫାଇନାଲ ମୁକାବିଲାରେ ସେ ଶେଷ ଯାଏଁ ରହି ଦଳକୁ ଚାମ୍ପିଅନ କରାଇଥିଲେ ।

Also Read :-ବୈଭବଙ୍କ ପାଖରେ ଛାଇ ଭଳି ରହୁଥିବା ଏହି ବ୍ୟକ୍ତି କିଏ ? 'ବେବି ବସ'ଙ୍କ ସହ ତାଙ୍କର କ'ଣ ସମ୍ପର୍କ ?

ରୋହିତଙ୍କ ଖେଳିବା ନେଇ ସସପେନ୍ସ

ଦିନିକିଆ ସିରିଜ୍ ପାଇଁ ରୋହିତଙ୍କୁ ସ୍ଥାନ ମିଳିଛି । ହେଲେ ସେ ଖେଳିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେ ମଧ୍ୟ ଆଇପିଏଲରେ ଆହତ ହୋଇଥିଲେ । ତେଣୁ ଏବେ ସେ ଫିଟନେସ୍ ଟେଷ୍ଟ୍ ଦେଉଛନ୍ତି । ଟେଷ୍ଟରେ ପାସ୍ କଲେ ତାଙ୍କୁ ଦଳର ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ ।