ଭୁବନେଶ୍ୱର ୨୦।୦୯ : ରାଜଧାନୀରେ ଅଘଟଣ । ଧାର ଟଙ୍କା ନପାଇବାରୁ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ । ଏହାପରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେପଟେ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ଚନ୍ଦ୍ରଶେଖପୁର ଥାନା ପୋଲିସ ।

ଖବର ଅନୁଯାୟୀ, ମୃତ ଯୁବକଙ୍କ ନାମ ହେଲା ଅଶ୍ୱିନୀ କୁମାର ତାଣ୍ଡିଆ । ସେ ମହାବୀର ବସ୍ତିରେ ରୁହନ୍ତି । ଆଶିଷ ଦାସ ଓ ପ୍ରଭାସ ପଣ୍ଡା ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ୭ ଲକ୍ଷ ଟଙ୍କା ଧାର ଦେଇଥିଲେ ଅଶ୍ୱିନୀ । ବାରମ୍ବାର ଟଙ୍କା ମାଗିବା ପରେ ବି ଦେଇଥିଲେ ଆଶିଷ । ଯାହାକୁ ନେଇ ମାନସିକ ଚିନ୍ତାରେ ଥିଲେ ଅଶ୍ୱିନୀ । ଆଜି ,କାଲି ଅଶ୍ୱିନୀଙ୍କୁ ଠକି ଚାଲିଥିଲେ ଉଭୟ । ଶେଷରେ ଅତ୍ୟଧିକ ମାନସିକ ଚାପ ସହିନପାରି ଆତ୍ମହୁତି କରିଥିଲେ ଅଶ୍ୱିନୀ । ବାରମ୍ବାର ଟଙ୍କା ମାଗି ବିଫଳ ହେବାରୁ ଶେଷରେ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ । ଯାହାଫଳରେ ସେ ଗୁରୁତର ହୋଇପଡିଥିଲେ । ଏହାପରେ ଅଶ୍ୱିନୀଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ଅଶ୍ୱିନୀ ।

Also Read:-PM Modi: ୭୬ ବର୍ଷରେ ବି ପ୍ରଧାନମନ୍ତ୍ରୀ ଫିଟ୍, ଜାଣନ୍ତୁ ସକାଳୁ ରାତି ପର୍ଯ୍ୟନ୍ତ ମୋଦୀଙ୍କ ଦୈନନ୍ଦିନ କାର୍ଯ୍ୟସୂଚୀ କିପରି ଥାଏ ?

ସେପଟେ କମିଶନରେଟ୍‌ ପୋଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚଥିଲା । ଆଉ ତଦନ୍ତ ଆରମ୍ଭ କରିଛି । ଏହାସହିତ ମୃତଦେହକୁ ଜବତ କରି ମଧ୍ୟ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବାକି ରହିଲା ପୋଲିସର ପ୍ରାଥମିକ ତଦନ୍ତ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ, ତଦନ୍ତ ତ୍ୱାରନିତ ହେବ ବୋଲି ଆଶା କରାଯାଉଛି ।