ଭୁବନେଶ୍ବର: ପାଖକୁ ଆସନି... ଡେଇଁ ପଡ଼ିବି । ଏମିତି ଜିଦ୍ ଧରି ଟଙ୍କପାଣି ବ୍ରିଜ୍ ଉପରେ ହାଇଡ୍ରାମା କରୁଥିବା ଯୁବକଙ୍କୁ କାବୁ କରିଛି ପୋଲିସ । ବର୍ତ୍ତମାନ ପୋଲିସ ଯୁବକଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି । 

ସୂଚନାଥାଉକି, ବୁଧବାର ଦ୍ବିପ୍ରହରରେ ଜଣେ ଯୁବକ ଟଙ୍କପାଣି ବିଜ୍ ଉପରୁ କୁଆଖାଇ ନଦୀକୁ ଡେଇଁ ପଡ଼ିବାକୁ ଉଦ୍ୟମ କରୁଥିଲେ । ଖବର ପାଇ ପିସିଆର ଏବଂ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଁଞ୍ଚି ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ଯୁବକ ଜଣକ ପୋଲିସକୁ ପାଖକୁ ଆସିଲେ ନଦୀକୁ ଡେଇଁପଡ଼ିବେ ବୋଲି ବାରମ୍ବାର ଧମକ ଦେଉଥିଲେ । ଆଉ ମିଡିଆକୁ ଡାକ ବୋଲି ଦାବି କରୁଥିଲେ। ତେବେ ଦୀର୍ଘ ସମୟର କସରତ ପରେ ଯୁବକଙ୍କୁ ପୋଲିସ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି ।

Also Read: ନିଜକୁ ଅଫିସର କହି AAP ନେତାଙ୍କୁ ବିବାହ କରିଥିଲେ ମହିଳା, ସୁନାଗହଣା ନେଇ ଫେରାର

ଜଣାପଡ଼ିଛି, ଯୁବକ ଜଣକ କୌଣସି ଏକ ଅଭିଯୋଗ ଥାନାରେ କରିଥିଲେ । କିନ୍ତୁ ପୋଲିସ ଅଭିଯୋଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଯୁବକ ଜଣକ ଏପରି କରିଥିଲେ । ବର୍ତ୍ତମାନ ଯୁବକଙ୍କୁ ବଡ଼ଗଡ଼ ଥାନାକୁ ନେଇ ପଚରା ଉଚରା କରୁଛି ପୋଲିସ ।