ଭୁବନେଶ୍ବର ୩।୯: ଆସନ୍ତା ୫ ଓ ୬ ତାରିଖରେ ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । କଟକ ଇନ୍ଡୋର ଷ୍ଟାଡିୟମରେ ହେବାକୁ ଥିବା ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ । ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ ସାମିଲ ହୋଇପାରନ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

Also Read:- ଅଣ୍ଡା ଦରକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ : ବନ୍ୟା ପ୍ରଭାବରେ ବଢ଼ିଥିଲା, ସ୍ଥିତି ସ୍ୱାଭାବିକ ହେଲେ କମିବ

କାର୍ଯ୍ୟକାରିଣୀରେ ସାମ୍ପ୍ରତିକ ପରିସ୍ଥିତି ଓ ସଂଗଠନ ବାବଦରେ ଆଲୋଚନା କରାଯିବ । ବିଶେଷ କରି ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟକ୍ରମ କେନ୍ଦ୍ର ତରଫରୁ ଦିଆଯାଇଛି ସେ ବାବଦରେ ସବିଶେଷ ଆଲୋଚନା ହେବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ବାବଦରେ ମଧ୍ୟ ଆଲୋଚନା ହେବ । ସରକାରଙ୍କ କାମ କେତେ ଲୋକଙ୍କ ପାଖରେ ପହଞ୍ଚିଛି ତାର ସମୀକ୍ଷା ହେବ ବୋଲି ମନମୋହନ କହିଛନ୍ତି ।

ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ କାର୍ଯ୍ୟକାରିଣୀରେ କାହା ଉପରେ ରହିବ ଫୋକସ

* ପଂଚାୟତ, ପୌର ଓ ସମବାୟ ନିର୍ବାଚନ ପାଇଁ ହେବ ସ୍ୱତନ୍ତ୍ର ସତ୍ର

* ତୃଣମୂଳ ନିର୍ବାଚନ ପାଇଁ ତୃଣମୂଳ ସ୍ତରର ସଂଗଠନକୁ ସୁଦୃଢ କରିବାକୁ ତିଆରି ହେବ ଯୋଜନା

* ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ ବିଷଦ ଯୋଜନା ପ୍ରସ୍ତୁତ ହେବ । ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପ୍ରତି ପରିବାରକୁ ଛୁଆଁଯିବ ।

* ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସେବା ସଂକଳ୍ପ ଅଭିଯାନକୁ ଗୁରୁତର ସହ ନେବ ରାଜ୍ୟ ବିଜେପି

* ସାଙ୍ଗଠନିକ ସରଂଚନାର ସମୀକ୍ଷା ହେବ । ମୋର୍ଚ୍ଚା ସମେତ ସଙ୍ଗଠନର ସମୀକ୍ଷା କରାଯିବ

* କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧି କେମିତି ତୃଣମୂଳ ସ୍ତରକୁ ଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ

* ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖାଯାଇ କେମିତି ସୁଫଳ ମିଳିବ ସେ ନେଇ କେନ୍ଦ୍ରୀୟ ନେତୃତ୍ୱ ମାର୍ଗଦର୍ଶନ ଦେଇପାରନ୍ତି

* ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେଉଁ ଟାସ୍କ ଦେଇଥିଲେ ତାର ଅଗ୍ରଗତି ନେଇ ଉତ୍ତର ରଖିବେ କାର୍ଯ୍ୟକାରିଣୀ ସଦସ୍ୟ

Watch Video: