ନୂଆଦିଲ୍ଲୀ,୧୮। ୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ସାରା ଦେଶରେ ଏଲପିଜି ସଙ୍କଟ ଦେଖାଦେଇଛି । ହୋଟେଲ-ରେସ୍ତୋରାଁ ଗୁଡ଼ିକୁ ମଧ୍ୟ ସିଲିଣ୍ଡର ସେବା ବାଧାପ୍ରାପ୍ତ ହୋଇଛି । କମର୍ସିଆଲ ଏଲ୍ପିଜି ନ ମିଳିବା ଯୋଗୁ ଏବେ ହୋଟେଲ, ରେସ୍ତୋରାଁ, କ୍ୟାଟେରିଂ ସଂସ୍ଥା ଏବଂ ଠେଲା ଦୋକାନୀ ମାନେ ମଧ୍ୟ ସାମନ ସମସ୍ୟାର ସାମ୍ନା କରୁଛନ୍ତି । ଫଳରେ ବର୍ତ୍ତମାନ ସଂସ୍ଥା ଗୁଡ଼ିକରେ ଛଟେଇ, ବେତନ କାଟ ଏବଂ ବନ୍ଦ ହେବା ଆଶଙ୍କା ବଢ଼ିଛି । ୧୯ ରାଜ୍ୟରେ କମର୍ସିଆଲ ଏଲପିଜି ଯୋଗାଣ ନେଇ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ପ୍ରକୃତ ପକ୍ଷେ ସ୍ଥିତି ଭିନ୍ନ ରହିଛି ।

ରୋଷେଇ ଲାଗି ଗ୍ୟାସ ପାଇବାକୁ ସଙ୍କଟ ଉପୁଜିଲାଣି । ଛୋଟ ରେସ୍ତୋରାଁ, ରାସ୍ତାକଡ ଦୋକାନୀ ଏବଂ କ୍ୟାଟରିଂ ସଂସ୍ଥା ଗୁଡ଼ିକ ଆବଶ୍ୟକ ମୁତାବକ ଗ୍ୟାସ ନ ପାଇବା ଯୋଗୁ ପୂର୍ବ ତୁଳନାରେ ଖାଦ୍ୟ ଅର୍ଡର କମାଇଛନ୍ତି । ସହରର ହୋଟେଲ ଓ ରେସ୍ତୋରାଁ ଗୁଡ଼ିକ କାଠ ବ୍ୟବହାର ନେଇ ମଧ୍ୟ ନିୟମ କୋହଳ କରାଯାଇଛି । ମାତ୍ର ଗ୍ୟାସ ଚୂଲା ସେଟ୍ଅପ୍ ଥିବାରୁ ପୁଣି ଥରେ କାଠ କିମ୍ବା କୋଇଲା ସେଟ୍ଅପ୍ ଲାଗି ନୂଆ ସ୍ଥାନ ବାହାର କରିବା କଷ୍ଟକର ହେଉଛି । କିଛି ହୋଟେଲ ବାହାରେ କାଠ ରୋଷେଇ କରି ଏହାକୁ ହୋଟେଲ ଆଣି ଗ୍ରାହକଙ୍କୁ ପରଷୁଛନ୍ତି । କିଛି ହୋଟେଲ ମାଲିକ ଡିଜେଲ ଚୁଲା କିଣୁଛନ୍ତି । କାରଣ ଗ୍ୟାସ ସଙ୍କଟ କେବେ ସରିବ ସେ ନେଇ କିଛି ସ୍ପଷ୍ଟ ଭାବେ ହୋଇନି ।

ପୂର୍ବରୁ ସିଲିଣ୍ଡର ପିଛା ୧୭୦୦ ଟଙ୍କା ପଡୁଥିବା ବେଳେ ଏହାକୁ ଏବେ ୪ରୁ ୫ ହଜାର ଟଙ୍କା ଦେଇ କିଣୁଛନ୍ତି ହୋଟେଲ ମାଲିକ । ସ୍ଥିତି ସ୍ୱାଭାବିକ ନ ହେଲେ ସବୁ ଦିନ ଏଭଳି ସିଲିଣ୍ଡର କିଣିବା କଷ୍ଟକର ହୋଇ ପଡୁଥିବା କହିଛନ୍ତି ବ୍ୟବସାୟୀ । ସ୍ପେଶାଲିଟି ରେଷ୍ଟୁରାଣ୍ଟର ପ୍ରତିଷ୍ଠାତା ଅଞ୍ଜନ ଚାର୍ଟାଜୀ କହିଛନ୍ତି, ହୋଟେଲ ରେସ୍ତୋରାଁ ଗ୍ୟାସ ଯୋଗୁ କାରବାର କରିବାକୁ ସକ୍ଷମ ନ ହେଲେ ବାଧ୍ୟ ହୋଇ ଛଟେଇ କରିବେ । ସ୍ଥିତି ସ୍ୱାଭାବିକ ନ ହେଲେ ଏଭଳି ଛଟେଇ ବଢ଼ିବ । ଅଲ୍ ଇଣ୍ଡିଆ କ୍ୟାଟେରର ମହାସଂଘର କ୍ରିତି ବୁଦ୍ଧଦେବ କହିଛନ୍ତି, ୧୫ ଦିନ ଅପେକ୍ଷା କରିବାକୁ ସପ୍ଲାୟର କହିଛନ୍ତି । ବାସ୍ତବ ପକ୍ଷେ କାମ କରିବା କଷ୍ଟକର ହୋଇପଡିଛି । ନ୍ୟାନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଇଣ୍ଡିଆର ସାଗର ଦୟାନି କହିଛନ୍ତି, ଛୋଟ ଛୋଟ ସଂସ୍ଥା ଏବେ ପରିଚାଳନା କରିବା କଷ୍ଟକର ହେଉଛି । ଏଭଳି ସମସ୍ୟାର ସମାଧାନ ହେବା ଜରୁରି ।

Also Read:India's energy crisis: ଭାରତରେ ଇନ୍ଧନ ସମସ୍ୟା ନାହିଁ, ଘରୋଇ ଏଲପିଜି ଉତ୍ପାଦନ ଦ୍ରୁତ ଗତିରେ ବଢୁଛି: ନିର୍ମଳା ସୀତାରମଣ