ନୂଆଦିଲ୍ଲୀ, ୨୦/୧୦: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତର ଦୀପ୍ତି ଜୀବନଜୀ ଇତିହାସ ରଚିଛନ୍ତି । ସେ ମହିଳା ୪୦୦ ମିଟର ଟି୨୦ କ୍ରୀଡା ବର୍ଗରେ ସୁନା ପଦକ ହାସଲ କରିଛନ୍ତି ।୫୬.୩୬ ସେକେଣ୍ଡରେ ଲକ୍ଷ୍ୟ ପୂରା କରିବା ସହ ସେ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେହିପରି ପୁରୁଷ ଜ୍ୟାଭେଲିନ୍ ଥ୍ରୋର ଏଫ୍-୫୩-୫୪ବର୍ଗରେ ପ୍ରଦୀପ କୁମାର ରୌପ୍ୟ ଏବଂ ଆୟୁଷ ବର୍ମା ବ୍ରୋଞ୍ଜ୍ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ।

ତେଲେଙ୍ଗାନାର ୨୩ ବର୍ଷୀୟା ଦୀପ୍ତି ୪୦୦ମିଟର ଟି୨୦ ରେସରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ମାତ୍ର ୫୬.୩୬ ସେକେଣ୍ଡରେ ରେସ୍ ପୂରା କରିଥିଲେ । ଏହାସହ ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ । ସେ ୨୦୨୪ବିଶ୍ୱ ପାରା ଚାମ୍ପିଅନସିପରେ ମଧ୍ୟ ସୁନା ଜିତିଥିଲେ । ପାରା ଅଲମ୍ପିକରେ ମଧ୍ୟ ସେ ବ୍ରୋଞ୍ଜ୍ ଜିତି ସାରିଛନ୍ତି ।

Also Read :- ଭୁବନେଶ୍ଵରଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବେ ଏହି ବଡ଼ ଖେଳାଳି !

ଟି୨୦ କ୍ୟାଟାଗୋରୀରେ ମାନସିକ ସ୍ତରରେ ଦୁର୍ବଳ ଖେଳାଳି ଭାଗ ନେଇଥାନ୍ତି । ଏହି ବର୍ଗରେ ଖେଳାଳିଙ୍କୁ ବୁଝାଇବା, ଏକାଗ୍ରତା ରକ୍ଷା କରିବା ଏବଂ ରେସର ରଣନୀତିକୁ ମାନିବାରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ହୋଇଥାଏ । ଏସବୁ ସତ୍ତ୍ୱେ ଦୀପ୍ତି ସୁନା ଜିତି ରେକର୍ଡ କରିଛନ୍ତି ।

ଏତତ୍ ବ୍ୟତୀତ ପୁରୁଷ ଜାଭେଲିନ୍ ଥ୍ରୋର ଏଫ୍-୫୩-୫୪ବର୍ଗରେ ପ୍ରଦୀପ ଲଗାତାର ଦ୍ୱିତୀୟ ରୌପ୍ୟ ହାସଲ କରିଛନ୍ତି । ସେ ୨୭.୪୫ମିଟର ଦୂରକୁ ଥ୍ରୋ କରିଥିଲେ । ଯାହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସେହିପରି ଆୟୁଷ ବର୍ମା ୧୭.୮୮ମିଟର ଥ୍ରୋ କରି ବ୍ରୋଞ୍ଜ୍ ପଦକ ନିଜ ନାଁରେ କରିଛନ୍ତି ।