ନୂଆଦିଲ୍ଲୀ, ୨୦/୧୦:ଭାରତୀୟ ଦଳର ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟର ସଞ୍ଜୁ ସାମସନ । ଦଳରେ ତାଙ୍କର ସ୍ଥାନକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ବେଳେବେଳେ ସେ ବାଦ୍ ପଡିଛନ୍ତି । ଏବେ ସେ ନିୟମିତ ଭାବେ ଟି୨୦ଫର୍ମାଟରେ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ତାଙ୍କର ପାଖରେ ଟ୍ୟାଲେଣ୍ଟ୍ ଥିବା କଥା ସମସ୍ତେ ଜାଣିଛନ୍ତି । ଭାରତକୁ୨୦୨୬ରେ ଟି୨୦ବିଶ୍ୱକପ୍ ଜିତାଇବାରେ ସଞ୍ଜୁଙ୍କ ଭୂମିକା ଅଧିକ ଥିଲା । ତେବେ ଖାଲି କ୍ରିକେଟ୍ ନୁହେଁ ଫିଲ୍ମ ଦେଖିବାକୁ ମଧ୍ୟ ସଞ୍ଜୁ ପସନ୍ଦ କରିଥାନ୍ତି । ସେ ତାମିଲ ସୁପରଷ୍ଟାର୍ ରଜନୀକାନ୍ତଙ୍କ ବଡ଼ ଫ୍ୟାନ୍ ମଧ୍ୟ ।

ସବୁଠାରୁ ରୋଚକ କଥା ହେଲା ଯେ, ସଞ୍ଜୁ ସାମସନ ରଜନୀକାନ୍ତଙ୍କ ମୁଭି ଜେଲର୨ଦେଖିବାକୁ ପୂରା ହଲକୁ ବୁକ୍ କରିଛନ୍ତି । ସେ ଏକା ନୁହେଁ ବରଂ ନିଜର କିଛି ଖାସ୍ ବ୍ୟକ୍ତିଙ୍କ ସହ ସେ ମୁଭି ଦେଖିବେ ।

Also Read :- Tiger Shroff: ଗୁଳିମାଡ ପରେ କେମିତି ଅଛନ୍ତି ଟାଇଗର ଶ୍ରଫ୍ ? ସାମ୍ନାକୁ ଆସିଲା ବଡ ଅପଡେଟ୍...

କୁହାଯାଉଛି ଯେ, ସାମସନ ନିଜ ପରିବାର, ଟିମ୍ ମେଟ୍ସ ଏବଂ କିଛି ବନ୍ଧୁଙ୍କ ସହ ଜେଲର-୨ଦେଖିବେ । ଏଥିପାଇଁ ସେ ହଲ୍ ବୁକ୍ କରିଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ, ତାଙ୍କୁ ରଜନୀ ସାରଙ୍କ ମୁଭି ଦେଖିବାକୁ ଭଲ ଲାଗେ । ସେ ସଦାବେଳେ ରଜନୀଙ୍କ ଫିଲ୍ମ ପ୍ରଥମେ ଦେଖିଥାନ୍ତି । ଅନେକ ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହ ସେ ମିଶି ଫିଲ୍ମ ଦେଖିବେ ।

ସେ ଆହୁରି କହିଛନ୍ତି ଯେ, ମୁଭି ରିଲିଜ୍ ବେଳେ ସେ ଦିଲ୍ଲୀରେ ଥିଲେ । ଏବେ ଫିଲ୍ମ ଦେଖିବାକୁ ସୁଯୋଗ ମିଳିଛି । ଯେଉଁଥିପାଇଁ ସେ ହଲ୍ ବୁକ୍ କରିଛନ୍ତି । ତାମିଲ ବୁଝିପାରୁଥିବା କିଛି ଭାରତୀୟ ଦଳର ଖେଳାଳିଙ୍କୁ ସେ ନିମନ୍ତ୍ରଣ କରିଛନ୍ତି । ସମସ୍ତେ ମିଶି ଫିଲ୍ମ ଦେଖିବେ ବୋଲି ସାମସନ ପ୍ରକାଶ କରିଛନ୍ତି ।