ଭଦ୍ରକ ୦୮।୦୨ : ଝିଅ ପ୍ରେମ ବିବାହକୁ ବିରୋଧ କରିବାରୁ ମାଡ ଖାଇଲେ। ମାଆ, ମାଉସୀ ଓ ଆଇଙ୍କ ସମେତ ୪ ଗୁରୁତର । ଏମିତି ଏକ ଅଭିଯୋଗ ଆସିଚି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ଗୋପାଳ ବିନ୍ଧା ଗାଁରୁ ।

ଅଭିଯୋଗ ଅନୁଯାୟୀ ଏହି ଗାଁର ଜଣେ ଝିଅ ନିକଟସ୍ଥ ଗାଁରେ ପ୍ରେମ ବିବାହ କରିଥିଲେ। ତେବେ ବିବାହକୁ ବିରୋଧ କରି ମା ଓ ମାଉସୀ ଥାନାର ଦ୍ବାରସ୍ଥ ହୋଇଥିଲେ। ଏହାକୁ ନେଇ ଉଭୟ ପରିବାର ଭିତରେ ବିବାଦ ଦେଖା ଦେଇଥିଲା। ଯୁବତୀଙ୍କ ମାଉସୀ ସେହି ଗାଁ ଦେଇ ଯିବା ବେଳେ ଯୁବତୀଙ୍କ ଶ୍ଵଶୁର ଘର ଲୋକେ ଗାଁ ଦାଣ୍ଡରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପରେ ମାଉସୀ ଘଟଣାକୁ ନେଇ ସାବରଙ୍ଗ ଥାନାକୁ ଆସିଥିଲେ। ଏହି ଖବର ପାଇ ଯୁବତୀଙ୍କ ମାଆ, ଆଇ ଓ ଅନ୍ୟଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି ।ଏଥିରେ ମାଆ , ମାଉସୀ , ଆଇ ଓ ସମ୍ପର୍କୀୟ ଦାଦା ଗୁରୁତର ଭାବେ ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।